କୁଳଭୂଷଣ ମାମଲାରେ ଆଇସିଜେଙ୍କ ନିଷ୍ପତ୍ତିକୁ ସ୍ୱାଗତ କଲେ ପାକ୍ ପ୍ରଧାନମନ୍ତ୍ରୀ; କହିଲେ, ମୁକ୍ତ ନ କରିବା ନିଷ୍ପତ୍ତି ସ୍ୱାଗତଯୋଗ୍ୟ
ଇସଲାମାବାଦ: ଅନ୍ତର୍ଜାତୀୟ ଅଦାଲତର ରାୟ ଆସିବା ପରେ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ । ଟୁଇଟ୍ କରି ନିଜର ପ୍ରତିକ୍ରିୟା ରଖିବା ସହ ଇମ୍ରାନ୍ ଆଇସିଜେର ନିଷ୍ପତିକୁ ସ୍ୱାଗତ କରିଥିବା କହିଛନ୍ତି । କୁଳଭୂଷଣ ଯାଦବକୁ ମୁକ୍ତ କରିବା କିମ୍ବା ଭାରତକୁ ଫେରାଇବା ନେଇ ଆଇସିଜେ ରାୟ ଦେଇ ନ ଥିବାରୁ ଏହି ନିଷ୍ପତ୍ତିକୁ ସେ ସ୍ୱାଗତ କରୁଥିବା ଟୁଇଟରେ କହିିଛନ୍ତି ।
Appreciate ICJ’s decision not to acquit, release & return Commander Kulbhushan Jadhav to India. He is guilty of crimes against the people of Pakistan. Pakistan shall proceed further as per law.
— Imran Khan (@ImranKhanPTI) July 18, 2019
ଇମ୍ରାନ୍ ଖାନଙ୍କ ଏହି ଟୁଇଟ୍ ସହିତ ପୁଣି ଥରେ ସାମ୍ନାକୁ ଆସିଛି ପାକିସ୍ତାନର ଦୋମୁହାଁ ନୀତି । କାରଣ ଗତକାଲି ପାକିସ୍ତାନରେ ବନ୍ଦୀ ଜୀବନ କାଟୁଥିବା ଭାରତୀୟ ନାଗରିକ କୂଳଭୂଷଣଙ୍କୁ ଫାଶୀ ପାକିସ୍ତାନ ଦେଇ ପାରିବନି ବୋଲି ଅନ୍ତର୍ଜାତୀୟ କୋର୍ଟଙ୍କ ନିର୍ଦ୍ଦେଶ ଆସିଥିଲା, ଯାହାକି ଭାରତ ଲାଗି ଏକ ବଡ ସଫଳତା ଆଉ ପାକିସ୍ତାନକୁ ଅନ୍ତର୍ଜାତୀୟ ମହଲରେ ବଡ ଝଟକା ଥିଲା । ହେଲେ ଆଇସିଜେଙ୍କ ରାୟକୁ ନିଜକୁ ସୁହାଇବା ଢଙ୍ଗରେ ଉପସ୍ଥାପନ କରି ଟୁଇଟ୍ କରିଛନ୍ତି ଇମ୍ରାନ୍ ଖାନ୍ ।

ଆଇସିଜେ ନିଜ ରାୟରେ ପ୍ରଥମେ ଫାଶୀ ଦଣ୍ଡାଦେଶ ଉପରେ ରୋକ୍ ଲଗାଇବା ସହିତ ରାୟର ପୁର୍ନବିଚାର କରିବାକୁ ପାକିସ୍ତାନକୁ କହିଥିଲେ । ଭିଏନା ଚୁକ୍ତି ଅନୁସାରେ କୁଳଭୂଷଣଙ୍କୁ ସମସ୍ତ ଆଇନଗତ ସହାୟତା ଓ ଦୂତାବାସ ସହ ଯୋଗାଯୋଗର ସୁଯୋଗ ଦେବାକୁ ନିର୍ଦ୍ଦେଶ ଦେଇଥିଲେ ଅନ୍ତର୍ଜାତୀୟ ଅଦାଲତ । ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ଟୁଇଟ୍ ସ୍ପଷ୍ଟ କରୁଛି ଆଇସିଜେର ରାୟରୁ ପାକିସ୍ତାନ କିଛି ବି ବୁଝି ପାରିନି । ନଚେତ୍ ସବୁ ବୁଝିବା ପରେ ବି ନବୁଝିବା ପରି ବାଚାଳାମି କରୁଛି ।