ଆମେରିକାରେ ପାକ୍‌ ପ୍ରଧାନମନ୍ତ୍ରୀ ହଟହଟା

ନୂଆଦିଲ୍ଲୀ: ପାକିସ୍ତାନ ପ୍ରଧାନମନ୍ତ୍ରୀ ସାହିଦ ଖକାନ୍‌ ଅବ୍ଦାସି ନିକଟରେ ଆମେରିକା ଗସ୍ତରେ ଯାଇଥିବାବେଳେ ତାଙ୍କୁ ସେଠାରେ ସାଧାରଣ ଯାତ୍ରୀଙ୍କ ଭଳି କଡ଼ା ଯାଞ୍ଚର ସମ୍ମୁଖୀନ ହେବାକୁ ପଡ଼ିଛି। କୂଟନୈତିକ ପାସ୍‌ପୋର୍ଟ ସତ୍ତ୍ୱେ ତାଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରାଯାଇଥିବା ଅଭିଯୋଗ କରି ପାକିସ୍ତାନ ଗଣମାଧ୍ୟମରେ ସରଗରମ ଚର୍ଚ୍ଚା ଚାଲିଛି । ପ୍ରଧାନମନ୍ତ୍ରୀ ଅବ୍ଦାସୀ ନିକଟରେ ତାଙ୍କ ଅସୁସ୍ଥ ଭଉଣୀଙ୍କୁ ଦେଖା କରିବାପାଇଁ ଆମେରିକା ଯାଇଥିଲେ। ତାଙ୍କ ଗସ୍ତ ସମୟରେ ଅବ୍ଦାସିଙ୍କୁ ନ୍ୟୁୟର୍କର ଜେଏଫ୍‌କେ ବିମାନବନନ୍ଦରରେ ସାଧାରଣ ଯାତ୍ରୀଙ୍କ ପରି ନିରାପତ୍ତା ଯାଞ୍ଚର ସମ୍ମୁଖୀନ ହେବାକୁ ପଡ଼ିଥିଲା। ଆତଙ୍କବାଦ ପ୍ରସଙ୍ଗରେ ଆମେରିକା ଏବଂ ପାକିସ୍ତାନ ମଧ୍ୟରେ ଏବେ ସମ୍ପର୍କ ତିକ୍ତ ହୋଇଥିବାବେଳେ ଅବ୍ଦାସିଙ୍କୁ ଏଭଳି ବ୍ୟବହାର ନେଇ ପାକିସ୍ତାନରେ ତୀବ୍ର ବିରୋଧ ଦେଖିବାକୁ ମିଳିଛି।

ସମ୍ବନ୍ଧିତ ଖବର