ନ୍ୟୁୟର୍କ: ପାକିସ୍ତାନ ପୁଣି ଥରେ ମିଳିତ ଜାତିସଂଘରେ କାଶ୍ମୀର ପ୍ରସଙ୍ଗ ଉଠାଇଛି । ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ୍ କହିଛନ୍ତି ଯେ କଶ୍ମୀରରେ ଭାରତର ଅତ୍ୟାଚାର ଜାରି ରହିଛି । ସେଠାକାର ଲୋକମାନେ ନିଜ ସ୍ବାଧୀନତା ଓ ଆତ୍ମ ନିୟନ୍ତ୍ରଣ ଅଧିକାର ପାଇଁ ଲଢୁଛନ୍ତି । ଜମ୍ମୁ-କଶ୍ମୀରବାସୀ ଶାନ୍ତି ଚାହୁଁଛନ୍ତି । କିନ୍ତୁ ଶାନ୍ତି ଆଡ଼କୁ ଗତି କରିବା ପରିବର୍ତ୍ତେ ଭାରତ କଶ୍ମୀରରେ ଜାତିସଂଘ ସଂକଳ୍ପ ପାଳନ କରିବାକୁ ଦେଉନାହିଁ । ଏହି ଅବସରରେ ସରିଫ ୨୦୧୯, ଅଗଷ୍ଟ ୫ରେ ହୋଇଥିବା ଧାରା ୩୭୦ ପ୍ରତ୍ୟାହାର ପ୍ରସଙ୍ଗ ବି ଉଠାଇଥିଲେ । କଶ୍ମୀରରେ ଭାରତୀୟ ସେନାର ୯ ଲକ୍ଷ ସୈନିକ ରହି କଶ୍ମୀରବାସୀଙ୍କ ଉପରେ ଅତ୍ୟାଚାର କରୁଛନ୍ତି ବୋଲି ସେ କହିଛନ୍ତି ।

Advertisment

ଭାରତ ଓ ପାକିସ୍ତାନ ମଧ୍ୟରେ ସୀମା ଓ କୂଟନୈତିକ ସମ୍ପର୍କକୁ ସ୍ୱାଭାବିକ କରିବା ନିଷ୍ପତ୍ତିର ପୁନର୍ବିଚାର କରିବା ଉଚିତ ବୋଲି ପାକିସ୍ତାନ ପ୍ରଧାନମନ୍ତ୍ରୀ କହିଛନ୍ତି। ସ୍ଥାୟୀ ଶାନ୍ତି ପାଇଁ ଭାରତ ଅଗଷ୍ଟ ୫, ୨୦୧୯ରେ ନିଆଯାଇଥିବା ଏକତରଫା ଏବଂ ବେଆଇନ ପଦକ୍ଷେପକୁ ପ୍ରତ୍ୟାହାର କରିବା ଉଚିତ ଏବଂ ଜାତିସଂଘ ନିରାପତ୍ତା ପରିଷଦ ପ୍ରସ୍ତାବ ଏବଂ କାଶ୍ମୀରବାସୀଙ୍କ ଆକାଂକ୍ଷା ଅନୁଯାୟୀ ଜମ୍ମୁ-କଶ୍ମୀର ବିବାଦର ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ ଆଲୋଚନା କରିବା ଉଚିତ। 

ସେପଟେ ଜବାବ ଦେବାର ଅଧିକାର ଅଧୀନରେ ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ଭାଷଣର ଜବାବ ଦେଇଛି ଭାରତ । ପାକିସ୍ତାନ ଅତୀତରେ ବଞ୍ଚୁଛି ବୋଲି ଭାରତ କହିଛି।