ଭାରତ ନିଜର ଆବଶ୍ୟକତାଠାରୁ ଅଧିକ ଅସ୍ତ୍ରଶସ୍ତ୍ର ଗଚ୍ଛିତ କରୁଛି : ରାଫେଲକୁ ନେଇ ପାକିସ୍ତାନର ଚିନ୍ତା

ନୂଆଦିଲ୍ଲୀ : ଭାରତ ପକ୍ଷରୁ ଅତ୍ୟାଧୁନିକ ରାଫେଲ ବିମାନ କିଣାଯିବା ପରେ ଚିନ୍ତିତ ହୋଇପଡ଼ିଛି । ଭାରତ ନିଜର ଆବଶ୍ୟକତାଠାରୁ ଅଧିକ ଅସ୍ତ୍ରଶସ୍ତ୍ର ଗଚ୍ଛିତ କରୁଛି ବୋଲି ପାକିସ୍ତାନ ଅଭିଯୋଗ କରିଛି ।

ଫ୍ରାନ୍ସ ନିର୍ମିତ ରାଫେଲ ବିମାନ ଭାରତରେ ପହଞ୍ଚିବାର ଗୋଟିଏ ଦିନପରେ ନିଜର ପ୍ରତିକ୍ରିୟା ପ୍ରକାଶ କରି ପାକିସ୍ତାନର ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ ନୂଆଦିଲ୍ଲୀ ନିଜର ପ୍ରକୃତ ସୁରକ୍ଷା ଆବଶ୍ୟକତାଠାରୁ ଯଥେଷ୍ଟ ଅଧିକ ପରିମାଣର ଅସ୍ତ୍ରଶସ୍ତ୍ର ଗଚ୍ଛିତ କରୁଛି । ବିଶ୍ୱ ସମୁଦାୟ ଭାରତକୁ ଏଥିରୁ ନିବୃତ୍ତ ନକଲେ ଦକ୍ଷିଣ ଏସିଆରେ ଏକ ଅସ୍ତ୍ର ପ୍ରତିଯୋଗିତା ଆରମ୍ଭ ହୋଇଯିବ ।

ଅନ୍ୟପକ୍ଷରେ ପାକିସ୍ତାନୀ ଖବରକାଗଜ ଡନ କହିଛି ଯେ ରାଫେଲ ମାଧ୍ୟମରେ ଭାରତ ଚୀନକୁ ଚେତାବନୀ ଜଣାଇଛି । ଭାରତ ଓ ଚୀନର ସୈନ୍ୟମାନେ ଗତ କିଛି ମାସ ଧରି ଲଦାଖରେ ମୁହାଁମୁହିଁ ଥିବାବେଳେ ଭାରତ ରାଫେଲ ବିମାନ ମାଧ୍ୟମରେ ନିଜର ଶକ୍ତି ବୃଦ୍ଧି କରିବାକୁ ଉଦ୍ୟମ କରୁଛି ।
ଭାରତ ଓ ଚୀନ ମଧ୍ୟରେ ବିବାଦର ସମାଧାନ ହେଉନଥିବାରୁ ଦୁଇଦେଶର ସେନା ଆସନ୍ତା ଶୀତଋତୁ ପର୍ଯ୍ୟନ୍ତ ମୁହାଁମୁହିଁ ରହିବା ଆଶଙ୍କା ବଳବତ୍ତର ହେବାରେ ଲାଗିଛି । ନିଜର ଶକ୍ତି ବୃଦ୍ଧି କରି ଭାରତ ଚୀନ ସହ ଆଲୋଚନା ବେଳେ ନିଜର ସ୍ଥିତିକୁ ସୁଦୃଢ କରିବାକୁ ଚାହୁଁଛି ।
ଏହି ରିପୋର୍ଟରେ ଆହୁରି ମଧ୍ୟ କୁହାଯାଇଛି ରାଫେଲ ବ୍ୟବହାର ସହ ଭାରତ ନିଜର ପାରମ୍ପରିକ ବନ୍ଧୁ ଋଷିଆ ଉପରେ ନିର୍ଭରଶୀଳତା କମାଇବାକୁ ଚାହୁଁଛି ।

ସମ୍ବନ୍ଧିତ ଖବର