ନୂଆଦିଲ୍ଲୀ: ମତେ ଯେତେ ମାଠିବୁ ମାଠ ମୁଁ ସେହି ଦରପୋଡ଼ା କାଠ । ଯେତେ ଯାହା ହେଲେ ବି ପାକିସ୍ତାନ କେବେ ସୁଧୁରିବନି କି ତା ଗୁଣ କେବେ ବଦଳିବନି । ଯେଉଁ ବେଇମାନକୁ ସେହି ବେଇମାନ ହେଇ ରହିଯିବ ପାକିସ୍ତାନ । ନା କାହାକୁ ସାହାଯ୍ୟ କରିବ ନା କାହା ସହ ଶାନ୍ତିରେ ରହି ପାରିବ । ଘୁଷୁରୀ ପ୍ରକୃତି ପରା, ସେହି ପଙ୍କରେ ହିଁ ଲୋଟିବ । ପୁଣି ସାମ୍ନାକୁ ଆସିଲା ପାକିସ୍ତାନର ଧୋକାବାଜ୍ ଚରିତ୍ର
ଯେତେବେଳେ ଭାରତୀୟ ବିମାନ ମଝି ଆକାଶରେ ଝଡତୋଫାନର ଶିକାର ହେଉଛି ଆଉ ଯାତ୍ରୀଙ୍କ ଜୀବନ ବଞ୍ଚାଇବା ପାଇଁ ପାକିସ୍ତାନର ଏୟାରସ୍ପେସ୍ ବ୍ୟବହାର ପାଇଁ ପାଇଲଟ୍ ଅନୁରୋଧ କରୁଛନ୍ତି ଠିକ୍ ସେତେବେଳେ ଏ ନିଷ୍ଠୁର ପାକିସ୍ତାନ ରୋକ୍ ଠୋକ୍ ମନା କରିଦେଉଛି... ଛି କି ମାନସିକତା... ଏମାନେ କୁଆଡେ ଶାନ୍ତି ଚାହୁଁଥିଲେ । ଏମାନଙ୍କୁ ପୁଣି ଏକ ଆଟାକ୍ ଦରକାର ନହେଲେ ଏମାନେ ସୁଧୁରିବେନି । କାରଣ ପାକିସ୍ତାନ ଚାହୁଁଥିଲା ବିମାନ ଅଘଟଣ ହେଉ ଭାରତର କ୍ଷତି ହେଉ... ତେଣୁ ଯିଏ ପଡୋଶୀର କ୍ଷତି ଚାହେଁ ସିଏ କେମିତି ମିତ୍ର ହେବ । ଶାନ୍ତି ପାଇଁ ଖାଲି ମିଛରେ ବାହାନା କରି ଯୁଦ୍ଧ ଅଟକାଇଦେବ ।
ବୁଧବାର ଦିନ ସଂଧ୍ୟାରେ ଦିଲ୍ଲୀରୁ ଶ୍ରୀନଗର ଯାଉଥିବା ଇଣ୍ଡିଗୋ ବିମାନ ମଝି ଆକାଶରେ କୁଆପଥର ମାଡର ଶୀକାର ହୋଇଥିଲା । ଖରାପ ପାଗ ଯୋଗୁଁ ଯାତ୍ରୀଙ୍କ ଜୀବନ ବଞ୍ଚାଇବା ପାଇଁ ଏବଂ ଅଘଟଣରୁ ବର୍ତ୍ତିବାକୁ ପାକ୍ ଏୟାରସ୍ପେସ୍ ବ୍ୟବହାର କରିଥାନ୍ତା ଇଣ୍ଡିଗୋ । ଏନେଇ ବିମାନର ପାଇଲଟ୍ ପାକିସ୍ତାନକୁ ଅନୁମତି ମାଗିଥିଲେ । ହେଲେ ପାକିସ୍ତାନ ଏହାକୁ ପ୍ରତ୍ୟାଖାନ କରିଦେଇଥିଲା । ଭାରତୀୟ ବିମାନକୁ ଅନୁମତି ଦେଇନଥିଲା ପାକିସ୍ତାନ । ଇଣ୍ଡିଗୋ ବିମାନକୁ ପାକିସ୍ତାନ ଆକାଶମାର୍ଗ ବ୍ୟବହାର ପାଇଁ ଅନୁମତି ଦେବାକୁ ଅମଙ୍ଗ ହେଲା ପାକିସ୍ତାନ । ଯାହା ପରେ ସାମ୍ନାକୁ ଆସିଛି ପାକିସ୍ତାନର ସୈତାନ ଚରିତ୍ର ।
ଦିଲ୍ଲୀରୁ ଶ୍ରୀନଗର ବିମାନ ଯାଉଥିବା ବେଳେ ଏହି ଘଟଣା ଘଟିଥିଲା । ଇଣ୍ଡିଗୋ ବିମାନରେ ଥିଲେ ୨୨୭ ଜଣ ଯାତ୍ରୀ । ଟର୍ବୁଲେନ୍ସରୁ ବଞ୍ଚିବାକୁ କିଛି ସମୟ ପାଇଁ ପାକିସ୍ତାନ ଏୟାରସ୍ପେସ୍ ଲାଗି ଅନୁମତି ମାଗିଥିଲେ ମଧ୍ୟ ପାକିସ୍ତାନ ଦେଇନଥିଲା । ଏହା ହେଉଛି ପାକିସ୍ତାନର ଚରିତ୍ର । ପହଲଗାମ୍ ଆକ୍ରମଣ ପରଠୁ ଦୁଇ ଦେଶ ମଧ୍ୟରେ ଏଭଳି ଛକାପଞ୍ଝା ଲାଗିରହିଥିବା ବେଳେ ମୌକା ଦେଖି ଧୋକା ଦେଉଛି ପାକିସ୍ତାନ ।