ଆମର କୌଣସି ଦୋଷ ନାହିଁ, ଆମକୁ ଅଯଥାରେ ସଂପୃକ୍ତ କରାଯାଉଛି : ପୁଲଓ୍ଵାମା ଚାର୍ଜସିଟ ସଂପର୍କରେ ପାକିସ୍ତାନର ବୟାନ

ନୂଆଦିଲ୍ଲୀ : ଏନଆଇଏ ପକ୍ଷରୁ ଦାଖଲ ହୋଇଥିବା ପୁଲଓ୍ଵାମା ଚାର୍ଜସିଟକୁ ପାକିସ୍ତାନ ସରକାର ଖାରଜ କରିଦେଇଛନ୍ତି । ଅଯଥାରେ ପାକିସ୍ତାନକୁ ଏହି ଘଟଣାରେ ଯୋଡ଼ାଯାଉଛି । କିନ୍ତୁ ଏ ଘଟଣାରେ ଭାରତ ଉପଯୁକ୍ତ ପ୍ରମାଣ ଦେବାରେ ବିଫଳ ହୋଇଛନ୍ତି । କେବଳ ନିଜର ଜନତାଙ୍କୁ ପ୍ରଭାବିତ କରିବାକୁ ଏପରି ଚାର୍ଜସିଟ ପ୍ରସ୍ତୁତ କରାଯାଇଛି ବୋଲି ଇସ୍ଲାମାବାଦ କହିଛି ।

ପାକିସ୍ତାନ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ଜାରି ଏକ ବିବୃତିରେ କୁହାଯାଇଛି ଯେ ପାକିସ୍ତାନ ବିରୁଦ୍ଧରେ ଭରସାଯୋଗ୍ୟ ପ୍ରମାଣ ନଥିଲେ ମଧ୍ୟ ଏହି ଘଟଣାରେ ପାକିସ୍ତାନକୁ ଯୋଡ଼ାଯାଇଛି । ବିଜେପି ସରକାର ନିଜର ପାକ-ବିରୋଧୀକୁ ଏଜେଣ୍ଡାକୁ ଆଗେଇନେବାକୁ ଏପରି ମିଛ ଚାର୍ଜସିଟ ଦାଖଲ କରିଛନ୍ତି ।
ଗତ ୨୫ ତାରିଖରେ ୨୦୧୯ରେ ହୋଇଥିବା ପୁଲଓ୍ଵାମା ଆତଙ୍କବାଦୀ ଆକ୍ରମଣ ମାମଲାରେ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନଆଇଏ) ନିଜର ଚାର୍ଜସିଟ ଦାଖଲ କରିଛି । ପ୍ରାୟ ୫ ହଜାର ପୃଷ୍ଠାର ଏହି ଚାର୍ଜସିଟରେ ପାକିସ୍ତାନ ଭିତ୍ତିକ ଆତଙ୍କବାଦୀ ସଂଗଠନ ଜୈସ-ଇ-ମହମ୍ମଦର ମୁଖ୍ୟ ମୌଲାନା ମାସୁଦ ଆଝାର, ତା ଭାଇ ଅବଦୁଲ ରୌଫ ଅସଗରକୁ ମୁଖ୍ୟ ଷଡ଼ଯନ୍ତ୍ରକାରୀ ବୋଲି ଦର୍ଶାଯାଇଛି । ଏଥିରେ ମଧ୍ୟ ମୃତ ଆତଙ୍କବାଦୀ ଉମର ଫାରୁକ ଓ ଆତ୍ମଘାତି ଆତଙ୍କବାଦୀ ଆଦିଲ ଅହମ୍ମଦ ଦରକୁ ଏହି ଆକ୍ରମଣ ପାଇଁ ଦାୟୀ କରାଯାଇଛି । ପୁଲଓ୍ଵାମା ଆକ୍ରମଣ ପରେ ଗିରଫ ହୋଇଥିବା ୬ ଜଣଙ୍କୁ ମଧ୍ୟ ଏହି ଆକ୍ରମଣରେ ସଂପୃକ୍ତି ଥିବା ଦର୍ଶାଯାଇଛି ।

ସମ୍ବନ୍ଧିତ ଖବର