ଭାରତୀୟ ହାଇକମିଶନରଙ୍କୁ ଜାଣିଶୁଣି ଅପଦସ୍ତ କରୁଛି ପାକିସ୍ତାନ, ଗୁରୁଦ୍ୱାରା ଯିବା ଉପରେ ଲଗାଇଲା ରୋକ

ନୂଆଦିଲ୍ଲୀ : ପାକିସ୍ତାନର ରାଓ୍ଵଲପିଣ୍ଡିରେ ଥିବା ଏକ ଗୁରୁଦ୍ୱାରରେ ଭାରତୀୟ ହାଇକମିଶନରଙ୍କୁ ହଟହଟା ହେବାକୁ ପଡିଛି । ଏଥିରେ ପ୍ରବେଶ ପାଇଁ ସବୁ ପ୍ରକାରର ଅନୁମତି ଥିବା ସତ୍ତ୍ୱେ ପାକିସ୍ତାନ ସରକାର ତାଙ୍କୁ ପ୍ରବେଶ କରିବାକୁ ବାରଣ କରିଛନ୍ତି । ଏହାକୁ ନେଇ ଭାରତ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିବା ସହ ଏହି ପ୍ରସଙ୍ଗକୁ ପାକିସ୍ତାନର ବୈଦେଶିକ ମନ୍ତ୍ରାଳୟ ସହ ଉଠାଇଛି ।

ପାକିସ୍ତାନର ରାଓ୍ଵଲପିଣ୍ଡିଠାରେ ଗୁରୁଦ୍ୱାରା ପାଂଜା ସାହେବ ଶିଖମାନଙ୍କର ଏକ ପବିତ୍ର ତୀର୍ଥ ସ୍ଥଳୀ । ନିଜ ପତ୍ନୀଙ୍କ ସହ ଏଠାକୁ ଯିବା ପାଇଁ ଭାରତୀୟ ହାଇକମିଶନର ଅଜୟ ବିସାରିଆ ପୂର୍ବରୁ ହିଁ ସବୁପ୍ରକାରର ଅନୁମତି ପାଇଥିଲେ । କିନ୍ତୁ ଶନିବାରଦିନ ସେ ଗୁରୁଦ୍ୱାରକୁ ଯିବାବେଳେ ତାଙ୍କୁ ଅଟକାଇଦିଆଯାଇଥିଲା । ଫଳରେ ସେ ବାଧ୍ୟ ହୋଇ ଇସ୍ଲାମାବାଦକୁ ଫେରିଆସିଥିଲେ । ଗତ ଏପ୍ରିମ ମାସରେ ମଧ୍ୟ ତାଙ୍କୁ ଏହି ଗୁରୁଦ୍ୱାରା ଯାଇ ଭାରତୀୟ ଶିଖ ତୀର୍ଥଯାତ୍ରୀଙ୍କୁ ଭେଟିବାକୁ ସୁଯୋଗ ଦେବାକୁ ପାକିସ୍ତାନ ମନା କରିଦେଇଥିଲା ।

ଗତ ଏପ୍ରିଲ ମାସରେ ପାକିସ୍ତାନର ରାଓ୍ଵଲପିଣ୍ଡି ଜିଲ୍ଲାରେ ଥିବା ଗୁରୁଦ୍ୱାରା ପଂଜା ସାହିବକୁ ବାର୍ଷିକ ବୈଶାଖୀ ମେଳା ପାଇଁ ପ୍ରାୟ ୧୮ଶହ ଭାରତୀୟ ଶିଖ ତୀର୍ଥଯାତ୍ରୀ ଯାଇଥିଲେ । କିନ୍ତୁ ଏହି ଭାରତୀୟ ନାଗରିକମାନଙ୍କୁ କନସୁଲାର ସେବା ପ୍ରଦାନ ପାଇଁ ଭାରତୀୟ ହାଇକମିଶନର ଅଧିକାରୀମାନଙ୍କୁ ପାକିସ୍ତାନ ଅନୁମତି ଦେଇନଥିଲା । ଭାରତୀୟ କନସୁଲାର ଟିମକୁ ଏପ୍ରିଲ ୧୨ ତାରିଖରେ ଯାତ୍ରୀମାନଙ୍କୁ ଭେଟିବାକୁ ଦିଆଯାଇନଥିଲା । ସେହିପରି ଏପ୍ରିଲ ୧୪ ବୈଶାଖି ଦିନ ମଧ୍ୟ ଗୁରୁଦ୍ୱାରା ପଂଜା ସାହିବକୁ ପ୍ରବେଶ ଅନୁମତି ଦିଆଯାଇନଥିଲା ।

ସମ୍ବନ୍ଧିତ ଖବର