ଶ୍ରୀନଗର,: ଜମ୍ମୁ କଶ୍ମୀର କଠୁଆ ଜିଲ୍ଲା ସ୍ଥିତ ଅନ୍ତର୍ଜାତୀୟ ସୀମା ନିକଟରେ ଆଜି ପାକିସ୍ତାନୀ ସ୍ନାଇପର ଗୁଳିରେ ଜଣେ ବିଏସଏଫ୍ ଅଧିକାରୀ ସହିଦ ହୋଇଯାଇଛନ୍ତି। ବିଏସଏଫ୍ର ସହକାରୀ କମାଣ୍ଡାଣ୍ଟ୍ ବିନୟ ପ୍ରସାଦ ସୀମାରେ ସୁରକ୍ଷା ସ୍ଥିତି ଅନୁଧ୍ୟାନ କରୁଥିବା ବେଳେ ତାଙ୍କୁ ପାକ୍ ସ୍ନାଇପର୍ ଟାର୍ଗେଟ୍ କରିଥିଲା। ସଙ୍କଟାପନ୍ନ ଅବସ୍ଥାରେ ତାଙ୍କୁ ଜମ୍ମୁ ସତୱରୀ ସ୍ଥିତ ସାମରିକ ହସ୍ପିଟାଲକୁ ଅଣାଯାଇଥିବା ବେଳେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ପାକିସ୍ତାନ ଲଗାତାର କିଛିଦିନ ଧରି ନିୟନ୍ତ୍ରଣ ରେଖା ନିକଟରେ ଅସ୍ତ୍ରବିରତି ଉଲ୍ଲଂଘନ କରି ଅଶାନ୍ତ ପରିସ୍ଥିତି ସୃଷ୍ଟି କରିଛି। ଆଜି ରାଜୌରି ଜିଲ୍ଲା ସ୍ଥିତ ସୁନ୍ଦରବନି ସେକ୍ଟରରେ ମଧ୍ୟ ପାକ୍ ସେନା ଅସ୍ତ୍ରବିରତି ଉଲ୍ଲଂଘନ କରି ପ୍ରବଳ ଗୁଳିଗୋଳା ମାଡ଼ କରିଛନ୍ତି। ଭାରତୀୟ ସେନା ମଧ୍ୟ ଏହାର କଡ଼ା ଜବାବ ଦେଇଛି। ଲଗାତାର ଦୁଇ ସପ୍ତାହ ହେବ ପାକିସ୍ତାନ ଅସ୍ତ୍ରବିରତି ଉଲ୍ଳଂଘନ ଜାରି ରଖିଛି। ଗତ ରବିବାର ଦିନ ରାଜୌରିର କେରି ସେକ୍ଟରରେ ମଧ୍ୟ ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଂଘନରେ ଜଣେ ଯବାନ ଆହତ ହୋଇଥିଲେ। ଗତ ଶୁକ୍ରବାର ଦିନ ରାଜୌରି ଜିଲ୍ଲା ସ୍ଥିତ ନୌସେରା ସେକ୍ଟରରେ ମଧ୍ୟ ପାକ୍ ସେନାର ଅସ୍ତ୍ରବିରତି ଉଲ୍ଳଂଘନ ଯୋଗୁଁ ସେନାବାହିନୀରେ ଜିନିଷ ପତ୍ର ନେବା ଆଣିବାପାଇଁ ନିୟୋଜିତ ଜଣେ ବ୍ୟକ୍ତି ସହିଦ ହୋଇ ଯାଇଥିଲେ। ସେହିଦିନ ମଧ୍ୟ ରାଜୌରିରେ ଲ୍ୟାଣ୍ଡ୍ମାଇନ୍ ବିସ୍ଫୋରଣ ହୋଇ ଜଣେ ମେଜର ଏବଂ ଜଣେ ଯବାନ ସହିଦ ହୋଇଥିଲେ। ଉଲ୍ଲେଖଯୋଗ୍ୟ ୨୦୧୮ ମସିହାରେ ପାକିସ୍ତାନ ୨୯୩୬ ଥର ଅସ୍ତ୍ରବିରତି ଉଲ୍ଲଂଘନ କରିଥିଲା, ଯାହା ୧୫ ବର୍ଷ ମଧ୍ୟରେ ସର୍ବାଧିକ।
ପାକ୍ ସ୍ନାଇପର ଗୁଳିରେ ବିଏସ୍ଏଫ୍ ଅଫିସର୍ ସହିଦ
/sambad/media/post_attachments/wp-content/uploads/2019/01/army-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)