ନୂଆଦିଲ୍ଲୀ : ପଞ୍ଜାବର ଫିରୋଜପୁର ନିକଟରେ ପାକିସ୍ତାନୀ ସୀମାରେ ଥିବା ମାବୁ ବିଏସଏଫ ଆଉଟପୋଷ୍ଟରୁ ଜଣେ ପାକିସ୍ତାନୀ ଗୁପ୍ତଚର ଧରା ପଡିଛି । ତା ନାଁ ମହମ୍ମଦ ଶାହରୁଖ ବୋଲି ଜଣାପଡିଛି । ୨୧ ବର୍ଷୀୟ ଏହି ଯୁବକ ଉତ୍ତରପ୍ରଦେଶର ମୋରାଦାବାଦ ଅଞ୍ଚଳର ବୋଲି ଜଣାପଡିଛି । ସେ ଏକ ଚାଦର ଘୋଡେଇ ହୋଇ ଲୁଚି ଲୁଚି ବିଏସଏଫ ଯବାନଙ୍କ ଗତିବିଧିର ଫଟୋ ଉଠାଉଥିଲା । ତାହାର ମୋବାଇଲ ଫୋନ ଯାଞ୍ଚ କରିବାପରେ ଜଣାପଡିଛି ଯେ ସେ ବିଭିନ୍ନ ସଂଦେହଜନକ ପାକିସ୍ତାନୀ ହ୍ବାଟ୍ସଆପ ଗ୍ରୁପର ସଦସ୍ୟ । ତାକୁ ଏବେ ଅଧିକ ପଚରାଉଚୁରା କରାଯାଉଛି ।

Advertisment

ପ୍ରାୟ୬ଟି ହ୍ବାଟ୍ସଆପ ଗ୍ରୁପ ଭାରତ ବିରୋଧୀ ପ୍ରଚାର ପାଇଁ ଆଇଏସଆଇ ଦ୍ବାରା ଗଠନ କରାଯାଇଥିବା ଗୁଇନ୍ଦା ବିଭାଗ ସଂଦେହ କରୁଛି । ପାକିସ୍ତାନ ଓ ଭାରତ ମଧ୍ୟରେ ସୀମାରେ ଏବେ ବି ଉତ୍ତେଜନା ଜାରି ରହିଥିବାବେଳେ ଏହି ଘଟଣାକୁ ନେଇ ବିଏସଏଫ ସତର୍କ ହୋଇଯାଇଛି । ଏହା ସହିତ ସୀମାରେ ପ୍ରହରା ବଢାଇଦିଆଯାଇଛି ।