ସମାଧାନ ପାଇଁ ଭାରତ ସହ ଫୋନରେ କଥା ହେବାକୁ ପ୍ରସ୍ତାବ ଦେଲା ପାକିସ୍ତାନ, ରାଜି ହେଲାନି ଭାରତ

ନୂଆଦିଲୀ: ଦୀର୍ଘ ପନ୍ଦର ଦିନ ହେବ ଭାରତ-ପାକିସ୍ତାନ ଭିତରେ ଗଣ୍ଡଗୋଳ ଲାଗିଥିବା ବେଳେ ଦୁଇ ଦେଶ ମଧ୍ୟରେ କଥାବାର୍ତ୍ତା ହୋଇ ମୀମାଂସା କରିବାକୁ ପ୍ରସ୍ତାବ ଦେଇଛି ପାକିସ୍ତାନ। ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଫୋନ ଯୋଗେ କଥାବାର୍ତ୍ତା ହୋଇ ସମସ୍ୟାର ସମାଧାନ କରିବାକୁ ରାଜି ହୋଇଛନ୍ତି।

ପାକିସ୍ତାନ ବୈଦଶିକ ମନ୍ତ୍ରୀ ଶାହା ମହମୁଦ କ୍ୱାରେସି ଦୁଇ ଦେଶ ଭିତରେ ଶାନ୍ତି ପ୍ରତିଷ୍ଠା କରିବା ପ୍ରସ୍ତାବ ଦେବା ସହ ବୁଧବାରଠାରୁ ପାକିସ୍ତାନୀ ସେନା କବ୍ଜାରେ ବନ୍ଦୀ ହୋଇଥିବା ଭାରତୀୟ ନୌସେନା ପାଇଲଟ୍‌ କମାଣ୍ଡର୍‌ ଅଭିନନ୍ଦନ ବର୍ତମାନଙ୍କୁ ମୁକ୍ତ କରିବାର ପ୍ରତିଶ୍ରୁତି ଦେଇଛି। ପ୍ରଥମେ ଶାନ୍ତି ପ୍ରତିଷ୍ଠା ହେଲେ ଯାଇ ଅଭିନନ୍ଦନଙ୍କୁ ମୁକ୍ତ କରାଯିବ ବୋଲି କ୍ୱିରେସି କହିଛନ୍ତି।

ମାତ୍ର ପାକିସ୍ତାନର ଏପରି ପ୍ରସ୍ତାବରେ ଆଦୌ ଉତ୍ସାହିତ ହୋଇ ନାହିଁ ଭାରତ। ପାକିସ୍ତାନ ନିଜ ଦେଶରେ ଥିବା ଆଙ୍କବାଦୀଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପରେ ଯାଇ ଭାରତ ଶାନ୍ତି ପ୍ରତିଷ୍ଠା କରିବ ବୋଲି କୁହାଯାଇଛି। କମାଣ୍ଡର୍‌ ଅଭିନନ୍ଦନଙ୍କୁ ମୁକ୍ତ କରିବାକୁ ପାକିସ୍ତାନ ବାଧ୍ୟ ବୋଲି ଭାରତ ପକ୍ଷରୁ କୁହାଯାଇଛ।

ଆଜି ସଂଧ୍ୟାରେ ରାଜଧାନୀ ଦିଲ୍ଳୀଠାରେ ସେନା, ନୌସେନା ଓ ବାୟୁସେନାଙ୍କୁ ନେଇ ଦେଶ ଏକ ମିଳିତ ବୈଠକ ଡକାଯାଇ ଏ ସଂପର୍କରେ ଆଲୋଚନା ହେବ ବୋଲି ସୂଚନା ରହିଛି। ଏହି ବୈଠକରେ ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ବି ସାମିଲ୍‌ ରହିବ।

ସମ୍ବନ୍ଧିତ ଖବର