ସୀମାରେ ଭାରତୀୟ ସେନାର ଗୁଳିଗୋଳା ବର୍ଷଣ, ଭାରତର ଡେପୁଟୀ ହାଇକମିଶନରଙ୍କୁ ଡକାଇଲା ପାକିସ୍ତାନ

ଇସ୍ଲାମାବାଦ : ନିୟନ୍ତ୍ରଣ ରେଖା ନିକଟରେ ଭାରତ ଅସ୍ତ୍ରବିରତି ଉଲ୍ଲଙ୍ଘନ କରୁଛି ବୋଲି ପାକିସ୍ତାନ ଆଜି ପୁଣି ଅଭିଯୋଗ କରିଛି । ଏ ନେଇ ଇସ୍ଲାମାବାଦରେ ଅବସ୍ଥାପିତ ଭାରତୀୟ ଡେପୁଟୀ ହାଇକମିଶନର ଗୌରବ ଆଲୁଓ୍ଵାଲିଆଙ୍କୁ ଡକାଇ ପ୍ରତିବାଦ ଜଣାଇଛି ପାକିସ୍ତାନର ବୈଦେଶିକ ମନ୍ତ୍ରାଳୟ ।
ପାକିସ୍ତାନର ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ଅଭିଯୋଗ କରାଯାଇଛି ଯେ ଭାରତୀୟ ସେନାର ଗୁଳିଗୋଳା ବର୍ଷଣ ଯୋଗୁଁ ନିୟନ୍ତ୍ରଣ ରେଖା ନିକଟରେ ରହୁଥିବା ସାଧାରଣ ଲୋକ ମୃତାହତ ହେଉଛନ୍ତି । ଶନିବାରଦିନ ଭାରତୀୟ ସେନାର ଗୁଳିବର୍ଷଣରେ ଜଣେ ୬୦ ବର୍ଷାୟା ବୃଦ୍ଧା ଓ ଜଣେ ୧୩ ବର୍ଷୀୟ ବାଳକ ମୃତ୍ୟୁବରଣ କରିଥିବା ପାକିସ୍ତାନ ଅଭିଯୋଗ କରିଛି । ଭାରତୀୟ ସେନାର ଏହି ଅସ୍ତ୍ରବିରତି ଉଲ୍ଲଙ୍ଘନ ଅଞ୍ଚଳର ସ୍ଥିରତା ଓ ନିରାପତ୍ତା ପ୍ରତି ବିପଦ ସୃଷ୍ଟି କରୁଛି । କିନ୍ତୁ ଏ ନେଇ ଭାରତୀୟ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ । ତେବେ ପାକିସ୍ତାନ ହିଁ ସବୁବେଳେ ଅସ୍ତ୍ରବିରତି ଉଲ୍ଲଙ୍ଘନ କରୁଥିବା ଭାରତ ପୂର୍ବରୁ ବହୁତଥର କହିଆସିଛି ।

ସମ୍ବନ୍ଧିତ ଖବର