ଭାରତର ରାଷ୍ଟ୍ରଦୂତଙ୍କୁ ଡକାଇ ପ୍ରତିବାଦ କଲା ପାକିସ୍ତାନ

ଇସ୍ଲାମାବାଦ : ଭାରତୀୟ ବାୟୁସେନା ପକ୍ଷରୁ ଆଜି ପାକିସ୍ତାନରେ ଥିବା କେତେକ ଆତଙ୍କବାଦୀ କ୍ୟାମ୍ପ ଉପରେ ବିମାନ ଆକ୍ରମଣ କରାଯିବା ପରେ ପାକିସ୍ତାନ ପ୍ରତିକ୍ରିୟାଶୀଳ ହୋଇଯାଇଛି । ଭାରତୀୟ ବାୟୁସେନା ପକ୍ଷରୁ ପାକିସ୍ତାନର ବାୟୁସୀମା ଉଲ୍ଲଙ୍ଘନ କରାଯିବା ପରେ ପାକିସ୍ତାନ ସରକାର ଇସ୍ଲାମାବାଦରେ ଥିବା ଭାରତୀୟ ରାଷ୍ଟ୍ରଦୂତ ଙ୍କୁ ଡକାଇ ପ୍ରତିବାଦ କରିଛନ୍ତି । ଏହା ପାକିସ୍ତାନର ସାର୍ବଭୌମତ୍ୱ ଉପରେ ଆକ୍ରମଣ ବୋଲି ପାକ ସରକାର କହିଛନ୍ତି ।

ଭାରତ ପକ୍ଷରୁ ଏଲଓସି ଅତିକ୍ରମଣ କରି ପରିସ୍ଥିତିକୁ ଉସୁକାଯାଇଛି । ଏହାର ଜବାବ ଦେବାର ଅଧିକାର ପାକିସ୍ତାନ ପାଖରେ ରହିଛି । କିନ୍ତୁ ସ୍ଥାନ ଓ ସମୟ ପାକିସ୍ତାନ ନିଜେ ବାଛିବ ବୋଲି ପାକିସ୍ତାନର ବିଦେଶ ମନ୍ତ୍ରୀ ଶାହ ମେହମୁଦ କୁରେସୀ କହିଛନ୍ତି । ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ଦ୍ୱାରା ଡକାଯାଇଥିବା ଜରୁରୀ ବୈଠକରେ ଯୋଗ ଦେବା ପରେ ସେ ଏକଥା କହିଛନ୍ତି । ଅନ୍ୟପକ୍ଷରେ ଭାରତର ଏହି କାର୍ଯ୍ୟାନୁଷ୍ଠାନ ବିରୋଧରେ ଜାତିସଂଘରେ ଫେରାଦ ହେବାକୁ ପାକିସ୍ତାନ ପ୍ରସ୍ତୁତ ହେଉଛି ।

ସମ୍ବନ୍ଧିତ ଖବର