ତେହେରାନ : ଇସ୍ରାଏଲ ସହିତ ଯୁଦ୍ଧ ମଧ୍ୟରେ, ପାକିସ୍ତାନ ଇରାନକୁ ମଧ୍ୟମ ଦୂରଗାମୀ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ଯୋଗାଇବାକୁ ପ୍ରସ୍ତୁତ ହେଉଛି। ଗୁପ୍ତଚର ସୂତ୍ରଗୁଡ଼ିକ ଏହି ସୂଚନା ଦେଇଛନ୍ତି ଯେ ଯଦି ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଯୁଦ୍ଧ ଆହୁରି ତୀବ୍ର ହୁଏ, ତେବେ ପାକିସ୍ତାନ ଇରାନକୁ ଅସ୍ତ୍ରଶସ୍ତ୍ର ଯୋଗାଇବ। କେତେକ ରିପୋର୍ଟ ଅନୁସାରେ ପାକିସ୍ତାନ ଇତି ମଧ୍ୟରେ ଇରାନକୁ କ୍ଷେପଣାସ୍ତ୍ର ପଠାଇଲାଣି ।
ଏହା ପୂର୍ବରୁ, ଜଣେ ଇରାନୀ ବରିଷ୍ଠ ସେନା ଅଧିକାରୀ ଦାବି କରିଥିଲେ ଯେ ପାକିସ୍ତାନ ତାଙ୍କୁ କହିଛି ଯେ ଯଦି ଇସ୍ରାଏଲ ଇରାନ ଉପରେ ପରମାଣୁ ଆକ୍ରମଣ କରେ, ତେବେ ପାକିସ୍ତାନ ମଧ୍ୟ ଇସ୍ରାଏଲ ଉପରେ ପରମାଣୁ ଆକ୍ରମଣ କରିବ। ତେବେ ପାକିସ୍ତାନୀ ପ୍ରତିରକ୍ଷା ମନ୍ତ୍ରୀ ଖୱାଜା ଆସିଫ ଏହି ଦାବିଗୁଡ଼ିକୁ ଅସ୍ୱୀକାର କରିଛନ୍ତି।

ସୂଚନା ଅନୁସାରେ ଯଦି ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଯୁଦ୍ଧ ଆହୁରି ଆଗକୁ ବଢେ, ତେବେ ପାକିସ୍ତାନ ଇରାନକୁ ଶାହିନ-୩ କ୍ଷେପଣାସ୍ତ୍ର ଦେବ। ଶାହିନ-୩ ଏକ ମଧ୍ୟମ ଦୂରଗାମୀ କ୍ଷେପଣାସ୍ତ୍ର, ଯାହାର ରେଞ୍ଜ୍ ୨୭୫୦ କିଲୋମିଟର।
ଗୁଇନ୍ଦା ସୂତ୍ରଗୁଡ଼ିକ କହିଛନ୍ତି ଯେ ପାକିସ୍ତାନ ଏବଂ ଇରାନ ମଧ୍ୟରେ ସାମରିକ ସହଯୋଗ ବୃଦ୍ଧି ଏବଂ ଶାହିନ-3 ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ପଠାଇବାର ମଧ୍ୟ ଦୃଢ଼ ପ୍ରମାଣ ଅଛି। ପାକିସ୍ତାନୀ ପ୍ରଧାନମନ୍ତ୍ରୀ ଶାହବାଜ ସରିଫ ବାରମ୍ବାର ଖୋଲାଖୋଲି ଭାବରେ ଇରାନକୁ ସମର୍ଥନ କରିଛନ୍ତି ଏବଂ କହିଛନ୍ତି, 'ଆମେ ପ୍ରତ୍ୟେକ କ୍ଷେତ୍ରରେ ଇରାନ ସହିତ ଠିଆ ହୋଇଛୁ।'