କାବୁଲ : ଆଫଗାନିସ୍ତାନ ଉପରେ ପାକିସ୍ତାନର ଏୟାରଷ୍ଟ୍ରାଇକ ପରେ ତାଲିବାନ ପକ୍ଷରୁ ମଧ୍ୟ ପାକିସ୍ତାନ ସୀମାରେ ଏକ ବଡ଼ ଧରଣର ଆକ୍ରମଣ କରାଯାଇଛି । ଏହି ସଂଘର୍ଷକୁ ନେଇ ଏବେ ସାରା ବିଶ୍ବରେ ଚର୍ଚ୍ଚା ଲାଗି ରହିଛି । କିନ୍ତୁ ଏହି ସଂଘର୍ଷରେ କେଉଁ ପକ୍ଷରୁ କେତେ ଲୋକ ମୃତ୍ୟୁବରଣ କରିଛନ୍ତି ତାହାକୁ ନେଇ ଉଭୟ ପକ୍ଷ ଭିନ୍ନ ଭିନ୍ନ କଥା କହୁଛନ୍ତି ।
ପାକିସ୍ତାନ କହୁଛି ଯେ ତାଲିବାନର ୨୦୦ରୁ ଅଧିକ ସୈନିକ ମୃତ୍ୟୁବରଣ କରିଥିବାବେଳେ ତାହାର ୨୩ ସୈନିକ ମୃତ୍ୟୁବରଣ କରିଛନ୍ତି । ଅନ୍ୟପକ୍ଷରେ ତାଲିବାନ କହୁଛି ଯେ ଏହି ଆକ୍ରମଣରେ ପ୍ରାୟ ୫୮ ଜଣ ପାକିସ୍ତାନୀ ସୈନିକ ପ୍ରାଣ ହରାଇଥିବାବେଳେ ୩୦ ଜଣ ଆହତ ହୋଇଛନ୍ତି । ଏହା ସହିତ ତାଲିବାନ ପାକିସ୍ତାନର କେତେକ ସେନା ପୋଷ୍ଟକୁ ଅକ୍ତିଆର କରିନେଇଛି ବୋଲି ଦାବି କରିଛି ।
ଏସବୁ ମଧ୍ୟରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ତାଲିବାନକୁ ଧମକ ଦେଇଛନ୍ତି । ସେ କହିଛନ୍ତି ଯେ ପାକିସ୍ତାନ ନିଜ ସୁରକ୍ଷା ସହ ସାଲିସ କରିବ ନାହିଁ ଓ ସବୁପ୍ରକାରର ଦୁଃସାହସର ଦୃଢ ଜବାବ ଦିଆଯିବ । ତାଲିବାନ ଆଫଗାନିସ୍ତାନରେ ଆତଙ୍କବାଦୀ ସଂଗଠନମାନଙ୍କୁ ଶରଣ ଦେଉଛି ବୋଲି ସେ କହିଛନ୍ତି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-08-23t123957970z-tpnc.jpg)
/sambad/media/media_files/2025/10/12/g211smbxwaaop0o-2025-10-12-22-27-41.jpg)