ସ୍ପଷ୍ଟ କଲେ ଭାରତ ସରକାର, ପାକିସ୍ତାନ ଭାରତର ସାମରିକ ପ୍ରତିଷ୍ଠାନକୁ ଟାର୍ଗେଟ କରିଛି, ଜବାବରେ ପାକିସ୍ତାନର ଏଫ-୧୬ ବିମାନ ଧ୍ୱଂସ

ନୂଆଦିଲ୍ଲୀ : ଗତ କାଲି ଭାରତୀୟ ବାୟୁସେନା ପକ୍ଷରୁ ଗତକାଲି ପାକିସ୍ତାନୀ ସୀମା ମଧ୍ୟରେ ପଶି କରାଯାଇଥିବା ଆକ୍ରମଣର ଜବାବ ଦେବାକୁ ପାକିସ୍ତାନ ବାୟୁସେନା ପକ୍ଷରୁ ଦିଆଯାଇଛି । ପାକିସ୍ତାନ ଭାରତର ସାମରିକ କେନ୍ଦ୍ର ଗୁଡ଼ିକ ଉପରେ ଆକ୍ରମଣ କରିବାକୁ ଚେଷ୍ଟା କରାଯାଇଥିଲା । ତେବେ ଭାରତୀୟ ବାୟୁସେନା ସତର୍କ ଥିବାରୁ ପାକିସ୍ତାନର ଏହି ଉଦ୍ୟମ ପଣ୍ଡ ହୋଇଯାଇଛି । ଏହି ଘଟଣାରେ ପାକିସ୍ତାନର ଗୋଟିଏ ଏଫ-୧୬ ଲଢୁଆ ବିମାନକୁ ମାରି ଖସାଇଦିଆଯାଇଛି । ଏହି ବିମାନଟି ନିୟନ୍ତ୍ରଣ ରେଖା ସେପଟେ ଖସିପଡିଛି । ତେବେ ଭାରତ ପକ୍ଷରୁ ଗୋଟିଏ ମିଗ୍‌-୨୧ ବିମାନ ଧ୍ୱଂସ ପାଇଯାଇଛି । ଏହାର ପାଇଲଟ ନିଖୋଜ ଅଛନ୍ତି ବୋଲି ଭାରତୀୟ ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ରବିଶ କୁମାର କହିଛନ୍ତି ।

ସମ୍ବନ୍ଧିତ ଖବର