ନୂଆଦିଲ୍ଲୀ : ପାକିସ୍ତାନକୁ ଚୀନ ପ୍ରାୟ ୪୮ଟି ଲଢୁଆ ଡ୍ରୋନ ପ୍ରଦାନ କରିବ । ବୋମା ଓ ମିସାଇଲ ନିକ୍ଷେପ କରିପାରୁଥିବା ଏସବୁ ଡ୍ରୋନର ନାଁ ହେଉଛି ଲୁଙ୍ଗ-୨ । ଏ ସଂପର୍କରେ ଚୀନ କୌଣସି ଘୋଷଣା କରିନାହିଁ, କିନ୍ତୁ ପାକିସ୍ତାନର ବାୟୁସେନା ନିଜର ଫେସବୁକ ପୋଷ୍ଟରେ ଘୋଷଣା କରିଛି । କିନ୍ତୁ ଏହାର ସତ୍ୟତା ନେଇ ସଂଦେହ ପ୍ରକାଶ ପାଇଛି । କାରଣ ଏହି ୪୮ଟି ଡ୍ରୋନ ଚୀନ କେତେ ମୂଲ୍ୟ ନେଇ ଚୀନକୁ ବିକିବ ସେ ସଂପର୍କରେ ପାକିସ୍ତାନ ପକ୍ଷରୁ କିଛି କୁହାଯାଇନାହିଁ । ୪୮ଟି ଲଢୁଆ ଡ୍ରୋନ ଚୀନ କେବେହେଲେ ମାଗଣାରେ ଦେବ ନାହିଁ ଓ ଅର୍ଥ ଦେଇ ଦେବାଳିଆ ସ୍ଥିତିରେ ଥିବା ପାକିସ୍ତାନ ଏଗୁଡିକୁ କିଣିପାରିବ ନାହିଁ । ତେବେ ପାକିସ୍ତାନ କଣ ଚୀନକୁ ଜମି ଲିଜ ଦେଇ ବା ଚୀନଠାରୁ ଚଢା ସୁଧରେ ଋଣ ଆଣି ଏସବୁକୁ କିଣିବ ତାହାକୁ ନେଇ ସଂଦେହରେ ରହିଛନ୍ତି କିଛି ଆମେରିକୀୟ ସାମରିକ ବିଶେଷଜ୍ଞ ।
ତେବେ ଯଦି ବା ପାକିସ୍ତାନ ଏସବୁକୁ ହାସଲ କଲେ ଭାରତକୁ ସେତେଟା ଚିନ୍ତିତ ହେବାର କାରଣ ନାହିଁ ବୋଲୁ ବିଶେଷଜ୍ଞମାନେ କହିଛନ୍ତି । କାରଣ ଭାରତ ଋଷିଆଠାରୁ ହାସଲ କରିବାକୁ ଥିବା ଏସ-୪୦୦ ମିସାଇଲ ଡିଫେନସ ସିଷ୍ଟମର ରେଞ୍ଜରୁ କେହି ବର୍ତ୍ତି ପାରିବେ ନାହିଁ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/10/drone.jpg)