ଭାରତୀୟ ବିମାନ ପାଇଁ ନିଜର ବାୟୁସୀମାକୁ ଖୋଲିବ ପାକିସ୍ତାନ !

ନୂଆଦିଲ୍ଲୀ : ବାଲାକୋଟ ଆକ୍ରମଣ ପରେ ଭାରତୀୟ ବିମାନ ପାଇଁ ପାକିସ୍ତାନ ଗତ ଫେବ୍ରୁଆରୀ ୨୭ରେ ନିଜର ବାୟୁସୀମାକୁ ବନ୍ଦ କରିଥିଲା । ଏହାର ଜବାବ ଦେବାକୁ ଯାଇ ଭାରତ ମଧ୍ୟ ପାକିସ୍ତାନ ବିମାନ ପାଇଁ ଆକାଶସୀମା ବନ୍ଦ କରିଦେଇଥିଲା । ଏହା ଦ୍ୱାରା ଉଭୟ ଦେଶ ପ୍ରତିଦିନ କୋଟି କୋଟି ଟଙ୍କାର କ୍ଷତି ସହୁଥିଲେ । ତେବେ ଗତକାଲି ଭାରତ ନିଜର ବାୟୁସୀମାକୁ କୋହଳ କରିବା ପରେ ପାକିସ୍ତାନ ମଧ୍ୟ ନିଜ ବାୟୁସୀମାକୁ ଭାରତୀୟ ବିମାନ ପାଇଁ ଖୋଲିବାକୁ ବିଚାର କରୁଛି । ଗତକାଲି ଭାରତୀୟ ବାୟୁସେନା ଟ୍ଵିଟ କରି ଗତ ଫେବ୍ରୁଆରୀ ୨୭ରୁ ଲଗାଯାଇଥିବା ବାୟୁସୀମା କଟକଣାକୁ ଉଠାଇଦିଆଯାଇଥିବା ସୂଚନା ଦେଇଥିଲା । ଏହାର ଜବାବରେ ଜଣେ ପାକିସ୍ତାନୀ ଅଧିକାରୀ କହିଛନ୍ତି ଯେ ଭାରତର ଏହି ପଦକ୍ଷେପ ପରେ ପାକିସ୍ତାନ ମଧ୍ୟ ନିଜର ବାୟୁସୀମାକୁ ଖୋଲିଦେବ ।

ଆକାଶସୀମା ବନ୍ଦ ଫଳରେ କୌଣସି ବେସାମରିକ ବିମାନ ପାକିସ୍ତାନ ଉପରଦେଇ ଉଡିପାରୁନାହିଁ । ଏଥିପାଇଁ ପାକିସ୍ତାନ କୋଟି କୋଟିି ଡଲାର ରାଜସ୍ୱ ହରାଉଛି । ଏପ୍ରିଲରେ ପାକିସ୍ତାନ ନିଜର ଆକାଶସୀମାର ମୋଟ ୧୧ଟି ରୁଟରୁ ଗୋଟିଏ ରୁଟ ଖୋଲିଥିଲା । କିନ୍ତୁ ଏବେବି ଆହୁରି ୧୦ଟି ରୁଟ ବନ୍ଦ ଅଛି । ଏହା ଦ୍ୱାରା ଭାରତ ସମେତ ଅନେକ ବିଦେଶୀ ବିମାନକମ୍ପାନି ମଧ୍ୟ କ୍ଷତି ସହୁଛନ୍ତି ।

ସମ୍ବନ୍ଧିତ ଖବର