ଏଫଏଟିଏଫର ଧୂସର ତାଲିକାରେ ରହିବେ ଦୁଇ ବନ୍ଧୁରାଷ୍ଟ୍ର ପାକିସ୍ତାନ ଓ ତୁର୍କୀ

ପ୍ୟାରିସ୍ : ଅନ୍ତର୍ଜାତୀୟ ସ୍ତରରେ ବେଆଇନ ଅର୍ଥ କାରବାର ଉପରେ ନଜର ରଖୁଥିବା ସଂସ୍ଥା ଫାଇନାନ୍ସିଆଲ ଆକ୍ସନ ଟାସ୍କଫୋର୍ସ ବା ଏଫଏଟିଏଫ ପାକିସ୍ତାନକୁ ଧୂସର ତାଲିକାରେ ବଜାୟ ରଖିବାକୁ ନିଷ୍ପତ୍ତି ନେଇଛି । ଏହାର ଅର୍ଥ ହେଉଛି ପାକିସ୍ତାନ ଉପରେ ଏହି ଅନ୍ତର୍ଜାତୀୟ ସଂସ୍ଥାର ସତର୍କ ଦୃଷ୍ଟି ବଜାୟ ରହିବ । ଜାତିସଂଘ ଦ୍ବାରା ଅନ୍ତର୍ଜାତୀୟ ଆତଙ୍କବାଦୀ ଘୋଷିତ ଜମାଏତ-ଉଲ-ଦାଓ୍ବାର ମୁଖ୍ୟ ହାଫିଜ୍ ସଇଦ ଓ ଜୈସ-ଇ-ମହମ୍ମଦ ମୁଖ୍ୟ ମାସୁଦ ଆଝାର ବିରୁଦ୍ଧରେ କୌଣସି ଆଖିଦୃଷ୍ଟିଆ ପଦକ୍ଷେପ ନେବାରେ ବିଫଳ ହୋଇଥିବାରୁ ଏଫଏଟିଏଫ ଏହି ନିଷ୍ପତ୍ତି ନେଇଛି ।

ପ୍ୟାରିସଠାରେ ଅନୁଷ୍ଠିତ ଏଫଏଟିଏଫର ପ୍ଲାନେରୀ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । କିନ୍ତୁ ପାକିସ୍ତାନ ପାଇଁ ଦୁର୍ଭାଗ୍ୟଜନକ ବିଷୟ ହେଉଛି ଏହାର ଘନିଷ୍ଠ ରାଷ୍ଟ୍ର ତୁର୍କୀକୁ ମଧ୍ୟ ଧୂଷର ତାଲିକାରେ ରଖାଯାଇଛି । ଏହା ଫଳରେ ତୁର୍କୀଠାରୁ ପାକିସ୍ତାନ ପାଉଥିବା ଆର୍ଥିକ ସହାୟତା ବି ମଧ୍ୟ ହେବାର ଆଶଙ୍କା ଦେଖାଦେଇଛି । ଏହାଛଡ଼ା ମାଲି ଓ ଜୋର୍ଡାନକୁ ମଧ୍ୟ ଧୂଷର ତାଲିକାରେ ରଖାଯାଇଛି ।

ସୂଚନାଯୋଗ୍ୟ ଯେ ପ୍ରତିଶ୍ରୁତି ମୁତାବକ ଆତଙ୍କବାଦୀଙ୍କୁ ପାଣ୍ଠିଯୋଗାଣ ବନ୍ଦ କରିବା ଦିଗରେ କୌଣସି ଆଖିଦୃଶିଆ ପଦକ୍ଷେପ ନେଉନଥିବାରୁ ପାକିସ୍ତାନ ଏଫଏଟିଏଫ ଗତ ୨୦୧୮ରୁ ଗ୍ରେ (ଧୂସର) ତାଲିକାରେ ରଖିଛି । ଏଥିରୁ ମୁକୁଳିବାକୁ ପାକିସ୍ତାନ କେତେକ ପଦକ୍ଷେପ ନେଇଥିଲେ ବି ଏପର୍ଯ୍ୟନ୍ତ ମୁକୁଳିପାରି ନାହିଁ ।

ସମ୍ବନ୍ଧିତ ଖବର