ଇସ୍ଲାମାବାଦ : ପାକିସ୍ତାନର ବିଭିନ୍ନ ସ୍ଥାନରେ ଭାରତର ଆକ୍ରମଣ ଯୋଗୁଁ ବ୍ୟାପକ କ୍ଷୟକ୍ଷତିର ସମ୍ମୁଖୀନ ହୋଇଛି ପାକିସ୍ତାନ । ଭାରତର ଆକ୍ରମଣ ଜବାବରେ ଆକ୍ରମଣ କରିବାକୁ ପାକ୍ ସେନା ଓ ସରକାର ପ୍ରସ୍ତୁତ ହେଉଛନ୍ତି । ଏଥିପାଇଁ ପାକ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ପାକିସ୍ତାନ ସେନାକୁ ଅନୁମତି ପ୍ରଦାନ କରିଛନ୍ତି ।

Advertisment

ବୁଧବାର ରାତିରେ ପିଓକ ଓ ପାକିସ୍ତାନର କେତେକ ସ୍ଥାନରେ ଭାରତର ଆକ୍ରମଣ ପରେ ପାକିସ୍ତାନର ଗୁରୁତ୍ବପୂର୍ଣ୍ଣ ଜାତୀୟ ସୁରକ୍ଷା କମିଟି (ଏନଏସସି)ର ବୈଠକ ବସିଥିଲା ଓ ଏଥିରେ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ଅଧ୍ୟକ୍ଷତା କରିଥିଲେ । ବୈଠକରେ ପାକ୍ ସେନାଧ୍ୟକ୍ଷ ଅସିମ ମୁନୀର ଓ ଅନ୍ୟ ବରିଷ୍ଠ ସେନାଧିକାରୀମାନେ ଯୋଗ ଦେଇଥିଲେ । ବୈଠକ ପରେ ସରିଫ କହିଥିଲେ ଯେ ଆତ୍ମରକ୍ଷାର ଅଧିକାର ପାକିସ୍ତାନର ରହିଛି । ଜବାବୀ କାର୍ଯ୍ୟାନୁଷ୍ଠାନ ପାଇଁ ପାକିସ୍ତାନ ନିଜେ ସ୍ଥାନ, ସମୟ ଓ ପଦ୍ଧତି ନିଶ୍ଚିତ କରିବ । 

ବୈଠକରେ ପାକିସ୍ତାନ ସରକାର ଓ ସେନା ଭାରତର ଏହି ଆକ୍ରମଣକୁ ନିନ୍ଦା କରିଥିଲେ ଓ ଏହା ଦ୍ବାରା ନିରୀହ ନାଗରିକ, ମହିଳା ଓ ଶିଶୁମାନଙ୍କୁ ଟାର୍ଗେଟ୍ କରାଯାଉଛି । ଏହା ପାକିସ୍ତାନର ସାର୍ବଭୌମତ୍ବର ହନନ ବୋଲି ପାକ ସରକାର କହିଛନ୍ତି ।