ଭାରତ ସହ ତାଳ ଦେଇ ୨୦୨୨ରେ ମହାକାଶକୁ ମଣିଷ ପଠେଇବ ପାକିସ୍ତାନ….ହସରେ ଉଡେଇଲେ ଲୋକେ

ଇସ୍ଲାମାବାଦ : ମହାକାଶ ଗବେଷଣା କ୍ଷେତ୍ରରେ ଭାରତ ସମଗ୍ର ବିଶ୍ୱରେ ଏକ ମହାଶକ୍ତିର ମାନ୍ୟତା ପାଇସାରିଛି । ନିକଟରେ ଭାରତ ନିଜର ୨ୟ ଚନ୍ଦ୍ର ଅଭିଯାନ ଚନ୍ଦ୍ରଯାନ-୨ ପ୍ରେରଣ କରିଛି । ଆଗାମୀ ୨୦୨୨ରେ ଭାରତ ମହାକାଶକୁ ମଣିଷ ପଠାଇବ । ଭାରତର ଏହି ଅଗ୍ରଗତି ସହ ତାଳ ଦେବାକୁ ଚାହୁଁଛି ପାକିସ୍ତାନ । ପାକିସ୍ତାନର ମହାକାଶ ଗବେଷଣା ବୋଲି କିଛି ନାହିଁ । ଚୀନ ବଳରେ ବଳିଆନ ହୋଇ ଆସନ୍ତା ୨୦୨୨ ସୁଦ୍ଧା ମହାକାଶକୁ ମଣିଷ ପଠେଇବାକୁ ଯୋଜନା କରିଛି ପାକିସ୍ତାନ ।

ଏ ସଂପର୍କରେ ଗତକାଲି ପାକିସ୍ତାନ ସୂଚନା ମନ୍ତ୍ରୀ ଫଓ୍ଵାଦ ଚୌଧୁରୀ ଘୋଷଣା କରିଛନ୍ତି । ସେ କହିଛନ୍ତି ଯେ ଚୀନର ମହାକାଶ ଯାନ ବ୍ୟବହାର କରି ପାକିସ୍ତାନ ମହାକାଶକୁ ମଣିଷ ପଠେଇବ । ଏଥିପାଇଁ ପାକିସ୍ତାନୀ ବାୟୁସେନାରୁ କୌଣସି ବ୍ୟକ୍ତିଙ୍କୁ ବଛାଯିବ । ପ୍ରଥମେ ୫୦ ଜଣ ବ୍ୟକ୍ତିଙ୍କୁ ତାଲିକାଭୁକ୍ତ କରିବା ପରେ ସେମାନଙ୍କ ମଧ୍ୟରୁ ଜଣକୁ ବଛାଯିବ । କିନ୍ତୁ ପାକିସ୍ତାନର ଏହି ଘୋଷଣାକୁ କେବଳ ଭାରତ ନୁହେଁ ଖୋଦ ପାକିସ୍ତାନରେ ଲୋକମାନେ ମଜା ଉଡାଉଛନ୍ତି । ଆଜି ପାକିସ୍ତାନର ପ୍ରମୁଖ ଖବରକାଗଜ ଡନରେ ଏକ କାର୍ଟୁନ ପ୍ରକାଶ ପାଇଛି । ଯାହାକି ବେଶ ଚର୍ଚ୍ଚାର କାରଣ ହୋଇଛି ।

ସମ୍ବନ୍ଧିତ ଖବର