ଭାରତୀୟ ଇଞ୍ଜିନିୟରଙ୍କୁ ଆତଙ୍କବାଦୀ ଦର୍ଶାଇ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଜାତିସଂଘରେ ଅପଦସ୍ତ କରାଇବା ପାଇଁ ପାକିସ୍ତାନର ଯୋଜନା ବିଫଳ

ନୂଆଦିଲ୍ଲୀ: କଶ୍ମୀର ପ୍ରସଙ୍ଗରେ ବିଶ୍ୱ ସମୁଦାୟର ସମର୍ଥନ ହାସଲରେ ବିଫଳ ହେବା ପରେ ପାକିସ୍ତାନ ଏବେ ପାଗଳ ସଦୃଶ ହୋଇ ପଡ଼ିଛି। ସଂପ୍ରତି ଯୁକ୍ତରାଷ୍ଟ୍ର ଆମେରିକା ଗସ୍ତରେ ଥିବା ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମିଳିତ ଜାତିସଂଘର ସାଧାରଣ ଅଧିବେଶନକୁ ଆସନ୍ତା ୨୭ ତାରିଖରେ ସମ୍ବୋଧିତ କରିବାକୁ ଥିବା ବେଳେ ଭାରତକୁ ଆତଙ୍କବାଦ ଲିିଙ୍କ୍‌ ସହ ଯୋଡ଼ି ଭାରତ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଅପଦସ୍ତ କରିବା ପାଇଁ ପାକିସ୍ତାନ୍‌ ଆରମ୍ଭ କରିଥିବା ପ୍ରୟାସ ଏବେ ଫସର ଫାଟିଯିବା ପରେ ପାକିସ୍ତାନର ଅସଲ ମୁଖା ଆଉଥରେ ବିଶ୍ୱ ସମୁଦାୟ ସମ୍ମୁଖରେ ଖୋଲି ଯାଇଛି।

ହସ୍ତଗତ ହୋଇଥିବା ରିପୋର୍ଟରୁ ପ୍ରକାଶ, କେଇସି ନାମକ ଏକ ଅନ୍ତର୍ଜାତୀୟ ସଂସ୍ଥାରେ ଜଣେ ଇଞ୍ଜିନିୟର ଭାବେ କାର୍ଯ୍ୟରତ ଥିବା ବେଣୁମାଧବ ଡୋଙ୍ଗରାଙ୍କୁ ଆଫ୍‌ଗାନିସ୍ତାନରୁ ଆଇଏସ୍‌ଆଇ ସହଯୋଗରେ ଆପହରଣ କରି ନେଇ ଆତଙ୍କବାଦୀ ଲିଙ୍କ୍‌ ସହ ଯୋଡ଼ିବାକୁ ଉଦ୍ୟମ ଆରମ୍ଭ କରିଥିଲା ପାକିସ୍ତାନୀ ଆଇଏସ୍‌ଆଇ। ଖାଲି ଏତିକି ନୁହେଁ, ୨୦୧୫ରେ ପାକିସ୍ତାନର ପେଶାଓ୍ଵାର ଏୟାର ବେସ୍‌ରେ ଘଟିଥିବା ଆତଙ୍କବାଦୀ ହାମ୍‌ଲାରେ ତାଙ୍କୁ ଛନ୍ଦି ଭାରତକୁ ଜାତିସଂଘରେ ବିଶ୍ୱ ସମୁଦାୟ ସମ୍ମୁଖରେ ଅପଦସ୍ତ କରିବାକୁ ଚୀନ୍‌ର ସହାୟତା ନେଇ ସମସ୍ତ ପ୍ରକାରର ପ୍ରଚେଷ୍ଟା ଜାରି ମଧ୍ୟ ରଖିଥିଲା ପାକିସ୍ତାନ।

ତେବେ, ସୌଭାଗ୍ୟକ୍ରମେ ଡୋଙ୍ଗରା ଏବେ ଭାରତ ଫେରି ଆସିବାକୁ ସମର୍ଥ ହୋଇଥିବା ବେଳେ, ପାକିସ୍ତାନର ଅସଲ ମୁଖା ଖୋଲିଯିବା ସହ ପାକିସ୍ତାନର ସବୁ ପ୍ରଚେଷ୍ଟା ବୃଥା ହୋଇ ଯାଇଛି।

ସମ୍ବନ୍ଧିତ ଖବର