ସୁନ୍ଦରୀ ଯୁବତୀଙ୍କୁ ନେଇ ଫାଶ ବସାଇଛି ପାକ୍‌ : ଟାର୍ଗେଟ୍‌ରେ ଯୁବ ସେନା ଅଫିସର

ନୂଆଦିଲ୍ଲୀ: ଯୋଜନାଟି ଠିକ୍‌ ଜେମସ୍‌ ବଣ୍ଡ ସିନେମାର କାହାଣୀ ପରି ରୋଚକ । ଏକ ହାଇପ୍ରୋଫାଇଲ ପାର୍ଟିରେ ଆକସ୍ମିକଭାବେ ମିଲିଟାରୀ ଅଫିସରଙ୍କ ସହ ଦେଖାହୁଏ ଜଣେ ସୁନ୍ଦରୀ ଯୁବତୀଙ୍କ ସହ । ଅଜଣା ହେଲେ ମଧ୍ୟ ଏକ ନିଆରା ଆକର୍ଷଣ ଅନୁଭବ କରନ୍ତି ଅଫିସର । ସାଧାରଣ ପରିଚୟରୁ ମୋବାଇଲ ନମ୍ବର ଦିଆନିଆ । କ୍ରମଶଃ ସମ୍ପର୍କ ନିବିଡ ହୁଏ ଓ ତାହା ହୋଟେଲ ରୁମରେ ରାତି ବିତେଇବା ପର୍ଯ୍ୟନ୍ତ ଯାଏ । କିନ୍ତୁ ସେହି ରାତି ପରଠାରୁ ଅଫିସରଙ୍କ ମୋବାଇଲ କୁ ଏକ ହ୍ଵାଟ୍ସଆପ୍‌ ଭିଡିଓ ଆସେ, ସେଥିରେ ଥାଏ ଉକ୍ତ ରାତିର ସବୁ ଘଟଣାବଳୀ । ତାପରେ ଏକ ଟେକ୍ସଟ୍‌ ମେସେଜ ଆସେ ଯଦି ଏହି ଭିଡିଓ ଭାଇରାଲ ନ ହେବା ଚାହୁଁଛନ୍ତି, ଅମୁକ ସ୍ଥାନରେ ନିର୍ଦ୍ଦିଷ୍ଟ ସମୟରେ ଆମକୁ ଭେଟନ୍ତୁ । ଉକ୍ତ ସ୍ଥାନରେ ପହଞ୍ଚିବା ପରେ ହିଁ ଅଫିସର ଜଣକୁ ଉକ୍ତ ଭିଡିଓ କ୍ଲିପ ବଦଳରେ ଏକ ମିଲିଟାରୀ ଟପ ସିକ୍ରେଟ୍‌ ଯୋଜନାର ସୂଚନା ମଗାଯାଏ । ଏହା ପରେ ହିଁ ସେ ଜାଣିପାରନ୍ତି ଯେ ସେ ଶତ୍ରୁଦେଶର ଏକ ଭୟଙ୍କର ଜାଲରେ ଫସିଯାଇଛନ୍ତି ।

ପାକିସ୍ତାନର କୁଖ୍ୟାତ ଇଣ୍ଟର ସର୍ଭିସ୍‌ ଇଣ୍ଟେଲିଜେନ୍ସ (ଆଇଏସଆଇ) ପକ୍ଷରୁ ଭାରତୀୟ ସେନାର ଗୁପ୍ତ ତଥ୍ୟ ପାଇବା ପାଇଁ ଏପରି ଅନେକ ଜାଲ ବିଛାଯାଇଛି । କେବଳ ଭାରତୀୟ ସେନା କାହିଁକି, ଭାରତୀୟ ଦୂତାବାସରେ କାମ କରୁଥିବା କର୍ମଚାରୀ, ବିଦେଶ ସେବାର ଅଫିସର ସମସ୍ତଙ୍କୁ ସୁନ୍ଦରୀ ମହିଳାଙ୍କ ମାଧ୍ୟମରେ ଫସାଇବାକୁ ଯୋଜନା କରୁଛି ପାକ୍‌ । ପାକିସ୍ତାନରେ ଥିବା ଭାରତୀୟ ଦୂତାବାସର କେତେକ କର୍ମଚାରୀଙ୍କୁ ଏପରି ଭାବେ ହନିଟ୍ରାପ କରାଯିବାର ସଂଦେହ ହେବା ପରେ ସେମାନଙ୍କୁ ଦିଲ୍ଲୀ ଫେରାଇ ଅଣାଯାଇଛି ।

 

ପାକିସ୍ତାନର କୁଖ୍ୟାତ ଇଣ୍ଟର ସର୍ଭିସ୍‌ ଇଣ୍ଟେଲିଜେନ୍ସ (ଆଇଏସଆଇ) ପକ୍ଷରୁ ଭାରତୀୟ ସେନାର ଗୁପ୍ତ ତଥ୍ୟ ପାଇବା ପାଇଁ ଏପରି ଅନେକ ଜାଲ ବିଛାଯାଇଛି । କେବଳ ଭାରତୀୟ ସେନା କାହିଁକି, ଭାରତୀୟ ଦୂତାବାସରେ କାମ କରୁଥିବା କର୍ମଚାରୀ, ବିଦେଶ ସେବାର ଅଫିସର ସମସ୍ତଙ୍କୁ ସୁନ୍ଦରୀ ମହିଳାଙ୍କ ମାଧ୍ୟମରେ ଫସାଇବାକୁ ଯୋଜନା କରୁଛି ପାକ୍‌ । କିନ୍ତୁ ଏତିକିରେ ସନ୍ତୁଷ୍ଟ ହୋଇ ରହିନାହିଁ ଆଇଏସଆଇ । ଆଉ ଏକ ଦୀର୍ଘ ମିଆଦି ଷଡ଼ଯନ୍ତ୍ରର ସଂଧାନ ପାଇଛନ୍ତି ଭାରତୀୟ ଗୁଇନ୍ଦା ମାନେ । ତାହା ହେଉଛି କେବଳ ବର୍ତ୍ତମାନର ମିଲିଟାରୀ ଅଫିସର ନୁହେଁ, ଭବିଷ୍ୟତର ମିଲିଟାରୀ ଅଫିସର ଅର୍ଥାତ୍‌ ଟ୍ରେନି ଅଫିସରମାନେ ମଧ୍ୟ ଟାର୍ଗେଟରେ ରହିଛନ୍ତି ।

କିନ୍ତୁ ଏତିକିରେ ସନ୍ତୁଷ୍ଟ ହୋଇ ରହିନାହିଁ ଆଇଏସଆଇ । ଆଉ ଏକ ଦୀର୍ଘ ମିଆଦି ଷଡ଼ଯନ୍ତ୍ରର ସଂଧାନ ପାଇଛନ୍ତି ଭାରତୀୟ ଗୁଇନ୍ଦା ମାନେ । ତାହା ହେଉଛି କେବଳ ବର୍ତ୍ତମାନର ମିଲିଟାରୀ ଅଫିସର ନୁହେଁ, ଭବିଷ୍ୟତର ମିଲିଟାରୀ ଅଫିସର ଅର୍ଥାତ୍‌ ଟ୍ରେନି ଅଫିସରମାନେ ମଧ୍ୟ ଟାର୍ଗେଟରେ ରହିଛନ୍ତି ।

ଏକ ଏକ୍ସଚେଞ୍ଜ ପ୍ରୋଗ୍ରାମର ଅଂଶ ସ୍ୱରୂପ ଭାରତୀୟ ସେନା ଓ ବାୟୁସେନାର ପ୍ରାୟ ୪୦ ଜଣ ଟ୍ରେନି ଅଫିସର ବାଂଲାଦେଶର ଢାକାଠାରେ ଥିବା ନାସନାଲ ଡିଫେନ୍ସ କଲେଜ୍‌ରେ ତାଲିମ ନେଉଛନ୍ତି । ସେମାନଙ୍କୁ ସୁନ୍ଦରୀ ହିନ୍ଦୀ ବା ଉର୍ଦ୍ଦୁ କହୁଥିବା ଅଥବା ଇଂରାଜୀ କହୁଥିବା ଚାଇନିଜ୍‌ ଯୁବତୀଙ୍କ ପ୍ରେମ ଜାଲରେ ଫସାଇ ସେମାନଙ୍କୁ ବ୍ଲାକମେଲ୍‌ କରି ଗୋପନ ତଥ୍ୟ ହାସଲ କରାଯିବା ସହ ଭବିଷ୍ୟତରେ ମଧ୍ୟ ସେମାନଙ୍କୁ ଆସେଟ୍‌ ଭାବେ ବ୍ୟବହାର କରିବାକୁ ଯୋଜନା ରହିଛି । ଆଇଏସଆଇର ଢାକା ମଡ୍ୟୁଲକୁ ଏହି ଦାୟିତ୍ୱ ଦିଆଯାଇଛି । ଏ ସଂପର୍କରେ ଭାରତୀୟ ଗୁଇନ୍ଦା ଏଜେନ୍ସି ମାନଙ୍କୁ ସୁରାକ ମିଳିବା ପରେ ସରକାର ଓ ସେନାକୁ ସତର୍କ କରିଦିଆଯାଇଛି ।

ସମ୍ବନ୍ଧିତ ଖବର