ଜନ୍ମ ଦିନରେ ସହିଦ ହେଲେ ଦେଶର ଏହି ବୀର ଜଓ୍ଵାନ

ଶ୍ରୀନଗର: ନିଜର ଜନ୍ମଦିନରେ ସହିଦ ହୋଇଛନ୍ତି ଭାରତର ବୀର ଜଓ୍ଵାନ ଆରପି ହାଜରା । ବୁଧବାରଦିନ ଜାମ୍ମୁ ଓ କାଶ୍ମୀରର ସାମ୍ବା ସେକ୍ଟରରେ ପାକିସ୍ତାନୀ ସେନା ପକ୍ଷରୁ ପ୍ରବଳ ଗୁଳିଗୋଳା ବର୍ଷଣ ଫଳରେ ଜଣେ ବିଏସଏଫ ଜଓ୍ଵାନ ହାଜରାଙ୍କର ମୃତ୍ୟୁ ହୋଇଛି । ୫୧ ବର୍ଷୀୟ ହାଜରାଙ୍କ ଘର ପଶ୍ଚିମବଙ୍ଗର ମୁର୍ଶିଦାବାଦରେ ଓ ସେ ବିଏସଏଫର ୧୭୩ ତମ ବାଟାଲିୟନରେ ପୋଷ୍ଟିଂ ପାଇଥିଲେ । ଆଜି ତାଙ୍କୁ ଶାମ୍ବାର ହିରାନଗର ସବସେକ୍ଟରର ଚକ ଡୁଲମା ପୋଷ୍ଟରେ ମୃତୟନ କରାଯାଇଥିଲା । ଅପରାହ୍ନ ୪ଟା ୩୦ରେ ଜଣେ ପାକିସ୍ତାନୀ ସ୍ନାଇପରଭଙ୍କ ଗୁଳିରେ ସେ ଗୁରୁତଦର ଆହତ ହୋଇଥିଲେ । ତାଙ୍କୁ ଏହାପରେ ନିକଟସ୍ଥ ଜିଲ୍ଲା ହସପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା ।

ଗତ ଡିସେମ୍ବର ୩୧ରେ ମଧ୍ୟ ଜାମ୍ମୁ ଓ କାଶ୍ମୀରର ପୁଂଛ ଜିଲ୍ଲାର ଦିଗଓ୍ଵାର ଓ ନୌସେରା ସେକ୍ଟରରେ ପାକ୍‌ ସେନା ପକ୍ଷରୁ ନିୟନ୍ତ୍ରଣ ରେଖା ସେପଟୁ ପ୍ରବଳ ଗୁଳିଗୋଳା ବର୍ଷଣ ହୋଇଥିଲା । ଏଥିରେ ମଧ୍ୟ ଭାରତୀୟ ପକ୍ଷର ବହୁ କ୍ଷୟକ୍ଷତି ହୋଇଥିଲା । ସେହିପରି ଗତ ୨୩ ତାରିଖରେ ନିୟନ୍ତ୍ରଣ ରେଖା ନିକଟବର୍ତ୍ତ ରାଜୌରୀ ସେକ୍ଟରରେ ପାକ୍‌ ପକ୍ଷରୁ ଯୁଦ୍ଧବିରତି ଉଲ୍ଲଙ୍ଘନ ଫଳରେ ଜଣେ ମେଜରଙ୍କ ସମେତ ୪ଜଣ ଜଓ୍ଵାନ ସହିଦ ହୋଇଥିଲେ ।

ଇତି ମଧ୍ୟରେ ପାକିସ୍ତାନ ପକ୍ଷରୁ ବାରମ୍ବାର ଯୁଦ୍ଧ ବିରତି ଉଲ୍ଲଙ୍ଘନ କରାଯାଉଥିବା ଫଳରେ ଉପୁଜିଥିବା ସ୍ଥିତିର ସମୀକ୍ଷା କରିଛନ୍ତି ସେନାମୁଖ୍ୟ ଜେନେରାଲ ବିପିନ ରାଓ୍ଵତ ।

ପାକିସ୍ତାନ ବାରମ୍ବାର ଗୁଳିଗୋଳା ବର୍ଷଣ କରି ଅଧିକରୁ ଅଧିକ ଆତଙ୍କବାଦୀଙ୍କୁ ଭାରତୀୟ ସେନା ମଧ୍ୟକୁ ପ୍ରେରଣ କରୁଛି । ଗତ ସପ୍ତାହରେ ରାଜ୍ୟରେ ଥିବା ଏକ ସିଆରପିଏଫ କ୍ୟାମ୍ପରେ ଆତଙ୍କବାଦୀ ଆକ୍ରମଣ ଫଳରେ ୫ ଜଣ ଜଓ୍ଵାନ ସହିଦ ହୋଇଥିଲେ । ସିଆରପିଏଫ ଓ ସେନାର ଜବାବୀ କାର୍ଯ୍ୟାନୁଷ୍ଠାନରେ ୩ଜଣ ଆତଙ୍କବାଦୀ ନିହତ ହୋଇଥିଲେ ।

ସମ୍ବନ୍ଧିତ ଖବର