ନୂଆଦିଲ୍ଲୀ : ପାକିସ୍ତାନ ବାୟୁସେନା ଆଜି ଭାରତର ବାୟୁସୀମା ଉଲ୍ଲଙ୍ଘନ କରିଛି । ଏଥିପାଇଁ ଆମେରିକା ନିର୍ମିତ ଏଫ-୧୬ ଲଢୁଆ ବିମାନ ବ୍ୟବହାର କରିଛି । କିନ୍ତୁ ଏହା କରିଥିବାରୁ ଆମେରିକା ପାକିସ୍ତାନ ଉପରେ ଅସନ୍ତୁଷ୍ଟ ହୋଇଯାଇଛି । କାରଣ ଏକ ବିଦେଶୀ ରାଷ୍ଟ୍ର ଆମେରିକା ନିର୍ମିତ ଅସ୍ତ୍ରଶସ୍ତ୍ର ବ୍ୟବହାର କରିବାକୁ ନେଇ କେତେକ ନିୟମ କାନୁନ ରହିଛି । ଏହି ନିୟମ ଅନୁସାରେ ଆମେରିକାର ବିମାନ ବା ଅସ୍ତ୍ର ରଖିଥିବା ଦେଶ କେବଳ ତାହାକୁ ଆତ୍ମରକ୍ଷା ପାଇଁ ବ୍ୟବହାର କରିପାରିବେ ।

Advertisment

କୌଣସି  ଦେଶର ବାୟୁସୀମା ଉଲ୍ଲଙ୍ଘନ କରିବାକୁ ହେଲେ ଆମେରିକାର ଅନୁମତି ଆବଶ୍ୟକ ପଡିଥାଏ । କିନ୍ତୁ ଆଜି ପାକିସ୍ତାନ ଭାରତୀୟ ବାୟୁସୀମାରେ ପ୍ରବେଶ କରିଥିଲେ ମଧ୍ୟ ଆମେରିକାର ଅନୁମତି ନେଇନାହିଁ । ଆମେରିକା ମଧ୍ୟ ଏପରି କୌଣସି ଦୁଃସାହସ ପାଇଁ ପାକିସ୍ତାନକୁ ପୂର୍ବରୁ ତାଗିଦ କରିଥିଲା । କିନ୍ତୁ ପାକିସ୍ତାନ ତାହାକୁ ମାନିନାହିଁ । ଅନ୍ୟପକ୍ଷରେ ଭାରତର ଏକ ପୁରୁଣା ମିଗ-୨୧ ବିସନ ବିମାନ ଆମେରିକାର ଅତ୍ୟାଧୁନିକ ଏଫ-୧୬କୁ ମାରି ଖସାଇଦେଇଥିବାରୁ ତାହା ମଧ୍ୟ ଆମେରିକା ପାଇଁ ଏକ ଲଜ୍ଜାର ବିଷୟ ହୋଇଛି ।