ପାକିସ୍ତାନ କେବେ ମଧ୍ୟ ଭାରତ ଉପରେ ପ୍ରଥମେ ଆକ୍ରମଣ କରିବ ନାହିଁ : ଇମ୍ରାନ

ଇସ୍ଲାମାବାଦ : ଗତ କାଲି ପର୍ଯ୍ୟନ୍ତ ପରମାଣୁ ଯୁଦ୍ଧ କଥା କହି ଡରେଇବାକୁ ଚେଷ୍ଟା କରୁଥିବା ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ଆଜି ଶାନ୍ତିର କଥା କହିଛନ୍ତି । ସେ କହିଛନ୍ତି ପାକିସ୍ତାନ କେବେ ମଧ୍ୟ ଭାରତ ଉପରେ ପ୍ରଥମେ ଆକ୍ରମଣ କରିବ ନାହିଁ । ଉଭୟ ଭାରତ ଓ ପାକିସ୍ତାନ ଅଣୁଅସ୍ତ୍ର ସଂପନ୍ନ ଦେଶ ହୋଇଥିବାରୁ ଯୁଦ୍ଧ ହେଲେ ସମଗ୍ର ବିଶ୍ୱ ଉପରେ ତାହାର ଭୟଙ୍କର ପ୍ରଭାବ ପଡିବ । ଯୁଦ୍ଧ କୌଣସି ସମସ୍ୟାର ସମାଧାନ ନୁହେଁ, କାରଣ ଯୁଦ୍ଧରେ ବିଜୟୀ ହୋଇଥିବା ଦେଶ ମଧ୍ୟ ହରେଇଥାଏ ବୋଲି ସେ କହିଛନ୍ତି ।
ଗତ ଅଗଷ୍ଟ ୫ରେ ଭାରତ ଜମ୍ମୁ ଓ କଶ୍ମୀର ଉପରୁ ଧାରା ୩୭୦ ଉଠାଇଦେବା ପରେ ପାକିସ୍ତାନ ପକ୍ଷରୁ ପ୍ରତିଦିନ କିଛିନା କିଛି ବୟାନ ଆସୁଛି । ଦିନେ ପରମାଣୁ ଯୁଦ୍ଧ କଥା କହୁଥିବାବେଳେ ଦିନେ ଶାନ୍ତି କଥା କହୁଛି ପାକିସ୍ତାନ । ବିଶ୍ୱ ସ୍ତରରେ ମଧ୍ୟ ପାକିସ୍ତାନ ଏକଘରିଆ ହୋଇଯାଇଛି ।

ସମ୍ବନ୍ଧିତ ଖବର