ଆତଙ୍କବାଦୀ ସ୍ୱାମୀ ଏବଂ ୩ ପିଲାଙ୍କୁ ଧରି ଭାରତ ଭିତରକୁ ପଶି ଆସିଥିଲେ ପାକିସ୍ତାନୀ ମହିଳା, ସ୍ୱାମୀକୁ ଛାଡ଼ିଦେଇ ସ୍ତ୍ରୀକୁ ଏଭଳି ଦଣ୍ଡ ଦେଲେ ଅଦାଲତ

ନୂଆଦିଲ୍ଲୀ : ଜମ୍ମୁ-କଶ୍ମୀରର ଏକ ଅଦାଲତ ବେଆଇନ ଭାବେ ଭାରତକୁ ପଶି ଆସିଥିବା ପାକିସ୍ତାନୀ ମହିଳାଙ୍କୁ ୫ବର୍ଷ ଜେଲ ଦଣ୍ଡ ଶୁଣାଇଛନ୍ତି । ୨୭ବର୍ଷୀୟ ଏହି ମହିଳା ୨୦୧୨ରେ ନିଜ ସ୍ୱାମୀ ଏବଂ ୩ଜଣ ପିଲାଙ୍କୁ ଧରି ନେପାଳ ରାସ୍ତା ଦେଇ ଭାରତକୁ ପ୍ରବେଶ କରିଥିଲେ । ମହିଳାଙ୍କ ସ୍ୱାମୀ ଜଣେ ପୂର୍ବ ଆତଙ୍କବାଦୀ ଥିବା ବେଳେ ଆତଙ୍କବାଦୀ ହେବା ପାଇଁ ଟ୍ରେନିଙ୍ଗ ନେବା ସମୟରେ ଦୁହିଁଙ୍କର ଦେଖା ହୋଇଥିଲା । ଏହା ପରେ ଦୁହେଁ ବିବାହ କରି ନେଇଥିଲେ । ଏବେ ବେଆଇନ୍‌ ଭାବେ ଭାରତକୁ ପ୍ରବେଶ କରିଥିବାରୁ ମହିଳାଙ୍କୁ ୫ବର୍ଷ ଜେଲ ଦଣ୍ଡ ଦିଆଯିବା ସହ ୨୦ହଜାର ଟଙ୍କା ଜରିମାନା ଦେବା ପାଇଁ କୁହାଯାଇଛି । ଏହା ସହ ପ୍ରମାଣ ଅଭାବରୁ ମହିଳାଙ୍କ ସ୍ୱାମୀଙ୍କୁ ଛାଡ଼ି ଦିଆ ଯାଇଥିବା ଜଣା ପଡ଼ିଛି । ମହିଳାଙ୍କ ନାଁ ଫୈଜା ବେଗମ୍‌ ଓ ତାଙ୍କ ସ୍ୱାମୀଙ୍କ ନାଁ ଶିରାଜ ଅହମ୍ମଦ ବୋଲି ଜଣା ପଡ଼ିଛି ।

The Indian Express

ସୂଚନା ମୁତାବକ, ୨୦୦୫ମସିହାରେ ଶିରାଜ ଆତଙ୍କବାଦୀ ପ୍ରଶିକ୍ଷଣ କେନ୍ଦ୍ରରେ ଟ୍ରେନିଙ୍ଗ୍‌ ନେଉଥିବା ସମୟରେ ଫୈଜାଙ୍କ ସହ ଦେଖା ହୋଇଥିଲେ । ଏହା ପରେ ସେ ଟ୍ରେନିଙ୍ଗ୍‌ ଛାଡ଼ି ଫୈଜାଙ୍କୁ ବିବାହ କରି ନେଇଥିଲେ । ପାକିସ୍ତାନରେ ଅଶାନ୍ତ ବାତାବରଣ ଦେଖି ଫୈଜା ଏବଂ ଶିରାଜ ବେଆଇନ୍‌ ଭାବେ ୨୦୧୨ରେ ଭାରତକୁ ପ୍ରବେଶ କରିବା ପରେ ପୁଲିସ ଦୁହିଁଙ୍କୁ ଗିରଫ କରିଥିଲା । ଏ ନେଇ ଏବେ ଶୁଣାଣି କରାଯାଇ ଫୈଜାଙ୍କୁ ୫ବର୍ଷର ଜେଲ ଦଣ୍ଡ ଶୁଣା ଯାଇଛି । ଅନ୍ୟ ପକ୍ଷରେ ପ୍ରମାଣ ଅଭାବରୁ ଶିରାଜଙ୍କୁ ମୁକ୍ତ କରିଛି ପୁଲିସ ।

ସମ୍ବନ୍ଧିତ ଖବର