ପାକିସ୍ତାନକୁ କଠୋର ଦଣ୍ଡ ମିଳିବ: ଉତ୍ତର କମାଣ୍ଡ୍‌ ମୁଖ୍ୟ

ନୂଆଦିଲ୍ଲୀ: ପାକିସ୍ତାନ ଯଦି ଭାରତକୁ କ୍ଷତି ପହଞ୍ଚାଇଲା ଭଳି କୌଣସି କାମ କରେ ତେବେ ଏହା ନିଶ୍ଚିତ ଦଣ୍ଡିତ ହେବ। ପାକିସ୍ତାନକୁ ତା’ର ହାନିକାରକ କାର୍ଯ୍ୟ ପାଇଁ ଉଚିତ୍‌ ଜବାବ ଦିଆଯିବ ବୋଲି ଭାରତୀୟ ସେନାର ଉତ୍ତର କମାଣ୍ଡ୍‌ ମୁଖ୍ୟ ଲେଫ୍ଟନାଣ୍ଟ୍‌ ଜେନେରାଲ ରଣବୀର ସିଂହ ଆଜି କହିଛନ୍ତି। ଜମ୍ମୁ କଶ୍ମୀର ନିୟନ୍ତ୍ରଣ ରେଖା ଅଞ୍ଚଳରେ ପାକିସ୍ତାନ ଲଗାତାର ଅସ୍ତ୍ରବିରତି ଉଲ୍ଲଂଘନ କରି ଗୁଳିଗୋଳା ମାଡ଼ କରୁଛି। ଗତ ସପ୍ତାହରେ ରାଜୌରି ଏବଂ ପୁଞ୍ଚ୍‌ ଜିଲ୍ଲାରେ ଅସ୍ତ୍ରବିରତି ଉଲ୍ଲଂଘନ ଯୋଗୁଁ ୪ ଜଣ ଯବାନ ସହିଦ ହୋଇଯାଇଥିଲେ। ଯଦି ପାକିସ୍ତାନ ଏହାର ଆଚରଣରେ ପରିବର୍ତ୍ତନ ନକରେ ତେବେ ଏହା ଭୟଙ୍କର ପରିଣାମ ଭୋଗିବ ବୋଲି ରଣବୀର କହିଛନ୍ତି। ନିୟନ୍ତ୍ରଣ ରେଖା ନିକଟରେ ଭାରତ ସର୍ବଦା ସଜାଗ ଅଛି ଏବଂ ପାକିସ୍ତାନକୁ ତା’ର ପ୍ରତ୍ୟେକଟି କୁକର୍ମ ପାଇଁ ଦଣ୍ଡ ଭୋଗିବାକୁ ପଡ଼ିବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର