କରାଚି: କଶ୍ମୀରରୁ ସ୍ବତନ୍ତ୍ର ପାହ୍ୟା ପ୍ରତ୍ୟାହାର ହେବାର ପ୍ରଥମ ବାର୍ଷିକୀ ପାଳନ ଲାଗି ବୁଧବାର ଦିନ ପାକିସ୍ତାନରେ ଆୟୋଜିତ ଏକ ରାଲି ଉପରେ ଗ୍ରେନେଡ୍ ଆକ୍ରମଣ ହେବାରୁ ଅନ୍ୟୂନ ୩୦ଜଣ ବ୍ୟକ୍ତି ଆହତ ହୋଇଛନ୍ତି।
ଆହତମାନଙ୍କୁ ତୁରନ୍ତ ବିଭିନ୍ନ ଡାକ୍ତରଖାନାକୁ ନିଆଯାଇଥିଲା। ସେମାନଙ୍କ ମଧ୍ୟରୁ ଜଣଙ୍କର ସ୍ବାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ଥିବା କଥା ପ୍ରାଦେଶିକ ସ୍ବାସ୍ଥ୍ୟ ବିଭାଗର ଜଣେ ଅଧିକାରୀ କହିଛନ୍ତି।
କରାଚି ପୁଲିସ ମୁଖ୍ୟ ଗୁଲାମ ନବି ମେମୋନ୍ ଗଣମାଧ୍ୟମକୁ କହିଛନ୍ତି ଯେ, ରାଲି ଉପରକୁ ଗ୍ରେନେଡ୍ ଫିଙ୍ଗା ଯିବା କାରଣରୁ କେତେକ ଆହତ ହୋଇଛନ୍ତି।
ସମଗ୍ର ପାକିସ୍ତାନରେ ଏହି ଭଳି କେତେଗୁଡ଼ିଏ ରାଲି ଚାଲିଥିଲା। କରାଚି ରାଲିର ଆୟୋଜକ ଥିଲେ ଧାର୍ମିକ ଅଧିକାର ଦଳ ‘ଜମାତ୍-ଏ-ଇସ୍ଲାମି’। ଆକ୍ରମଣ ପରେ ଏହି ରାଲି ପ୍ରତ୍ୟାହୃତ ହୋଇଥିଲା।
Image Courtesy of The Top 10 Newsଗତ କେତେ ମାସ ହେବ ସକ୍ରିୟ ହୋଇ ଉଠିଥିବା ବିଚ୍ଛିନ୍ନତାବାଦୀ ସଙ୍ଗଠନ ‘ସିନ୍ଧୁଦେଶ ରିଭୋଲ୍ୟୁସ୍ନାରି ଆର୍ମି’ ଏହି ଆକ୍ରମଣ କରିଥିବା ଦାବି କରିଛି। ଜୁନ୍ ମାସରେ ଲଗାତାର ତିନିଟି ବିସ୍ଫୋରଣ କାରଣରୁ ଦୁଇଜଣ ସୈନିକଙ୍କ ସମେତ ଚାରି ଜଣ ବ୍ୟକ୍ତି ନିହତ ହୋଇଥିବା ଘଟଣା ଲାଗି ମଧ୍ୟ ‘ସିନ୍ଧୁଦେଶ ରିଭୋଲ୍ୟୁସ୍ନାରି ଆର୍ମି’ ଦାୟୀ ବୋଲି କହିଥିଲା।
ରାଜଧାନୀ କରାଚି ଥିବା ସିନ୍ଧୁ ପ୍ରଦେଶ ପାକିସ୍ତାନୀ ସଂଘୀୟ ବ୍ୟବସ୍ଥାରୁ ପୃଥକ୍ ହେଉ ବୋଲି ‘ସିନ୍ଧୁଦେଶ ରିଭୋଲ୍ୟୁସ୍ନାରି ଆର୍ମି’ ଚାହୁଁଛି। ସେଥିଲାଗି ସେମାନେ ଦକ୍ଷିଣପୂର୍ବ ପାକିସ୍ତାନର ବାଲୋଚିସ୍ତାନ ଅଞ୍ଚଳରେ ବୃହତ୍ତର ସ୍ବୟଂଶାସନ ନିମନ୍ତେ ଲଢ଼େଇ କରୁଥିବା ବିଦ୍ରୋହୀ ସଂଗଠନ ‘ବାଲୋଚିସ୍ତାନ ଲିବରେସନ୍ ଆର୍ମି’ ସହ ମିତ୍ରତା କରିଥିବା କଥା ଘୋଷଣା କରିଛନ୍ତି।
ଏଠାରେ ସୂଚନା ଯୋଗ୍ୟ କି, ଗତବର୍ଷ ଅଗଷ୍ଟ ୫ ତାରିଖ ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାର ଜମ୍ମୁ ଓ କଶ୍ମୀରରୁ ସ୍ବତନ୍ତ୍ର ଅଧିକାର ପ୍ରତ୍ୟାହାର କରିନେବା ସହ ଦୁଇଟି ପୃଥକ୍ କେନ୍ଦ୍ରଶାସିତ ଅଞ୍ଚଳ (ଜମ୍ମୁ ଓ କଶ୍ମୀର ଏବଂ ଲଦାଖ) ଭାବେ ଘୋଷଣା କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/08/kashmir-rally.jpg)