ନିଜ ଚେହେରା ଦେଖାଇଲା ପାକିସ୍ତାନ୍‌; କର୍ତ୍ତାରପୁର ଯାଉଥିବା ପ୍ରତି ଭାରତୀୟ ଯାତ୍ରୀଙ୍କ ଠାରୁ ଆଦାୟ କରିବ ୨୦ ଡଲାର

ଇସ୍‌ଲାମାବାଦ/ ନୂଆଦିଲ୍ଲୀ: କର୍ତ୍ତାରପୁର କରିଡରକୁ ନେଇ ପ୍ରଥମରୁ ଏହା ଉଭୟ ଭାରତ- ପାକ୍‌ ମଧ୍ୟରେ ଶାନ୍ତି ଓ ସଦ୍‌ଭାବନାର ପ୍ରତୀକ ହେବ ବୋଲି କହି ଆସୁଥିବା ପାକିସ୍ତାନ ଏବେ ନିଜର ଅସଲ ଚେହେରା ଦେଖାଇଛି। କର୍ତ୍ତାରପୁର କରିଡର ଦେଇ ଡେରା ବାବା ନାନକ ଗୁରୁଦ୍ୱାରାକୁ ଯାଉଥିବା ପ୍ରତି ଭାରତୀୟ ଯାତ୍ରୀଙ୍କ ଠାରୁ ୨୦ ଡଲାର (ଭରତୀୟ ମୁଦ୍ରାରେ ୧୫୦୦ରୁ ଅଧିକ) ଆଦାୟ କରିବ ବୋଲି ନିଜ ଜିଦ୍‌ରେ ଅଡ଼ି ରହିଛି ପାକିସ୍ତାନ୍‌।

ନିକଟ ଭବିଷ୍ୟତରେ କର୍ତ୍ତାରପୁର କରିଡରର ଉଦ୍‌ଘାଟନ ହେବାକୁ ଯାଉଥିବା ବେଳେ କର୍ତ୍ତରପୁରର ଡେରା ବାବା ନାନକ ଗୁରୁଦ୍ୱାରାକୁ ଯାଉଥିବା ତୀର୍ଥଯାତ୍ରୀମାନଙ୍କର ଯାତ୍ରାକୁ ଶୁଳ୍କ ମୁକ୍ତ ବା ଦେୟ ମୁକ୍ତ କରିବା ପାଇଁ ଭାରତ ସରକାରଙ୍କ ପକ୍ଷରୁ ପାକିସ୍ତାନକୁ ପ୍ରସ୍ତାବ ଦିଆ ଯାଇଥିଲା। କିନ୍ତୁ, ପାକିସ୍ତାନ ଭାରତର ଏହି ପ୍ରସ୍ତାବକୁ ଅଗ୍ରାହ୍ୟ କରି ଦେଇଛି। ଏବଂ ପ୍ରତି ଭାରତୀୟ ଯାତ୍ରୀଙ୍କ ଠାରୁ ୨୦ ଡଲାର (ଭରତୀୟ ମୁଦ୍ରାରେ ୧୫୦୦ରୁ ଅଧିକ) ଆଦାୟ କରିବ ବୋଲି ନିଜ ଜିଦ୍‌ରେ ଅଟଳ ରହିଛି।

Outlook

ଉଲ୍ଲେଖଯୋଗ୍ୟ, ପ୍ରଥମେ କର୍ତ୍ତାରପୁର କରିଡରକୁ ନେଇ ଭାରତର ସବୁ ପ୍ରସ୍ତାବକୁ ଗ୍ରହଣ କରାଯିବ ବୋଲି କହିଥିବା ପାକିସ୍ତାନ ଗତ ଶୁକ୍ରବାର ଦିନ ଭାରତ ସରକାରଙ୍କର ଏକ ପ୍ରସ୍ତାବକୁ ଅଗ୍ରାହ୍ୟ କରିବା ସହ ଏହାକୁ ଭାରତୀୟ ହାଇମିଶନଙ୍କ ନିକଟକୁ ଫେରାଇ ଦେଇଥିବା ଜାଣିବାକୁ ମିଳିଛି।

ସମ୍ବନ୍ଧିତ ଖବର