ପାକିସ୍ତାନ ମାନିଲା, ଆମେରିକା ମିଲିଟାରୀ ଟ୍ରେନିଂ ପ୍ରୋଗ୍ରାମରେ ଆଉ ଭାଗ ନେଇପାରିବ ନାହିଁ

ଇସ୍ଲାମାବାଦ- ପାକିସ୍ତାନ ସହ ଆମେରିକା ମିଲିଟାରୀ ଟ୍ରେନିଂ ବନ୍ଦ କରିଦେଇଛି । ଏକଥା ପୂର୍ବରୁ ପାକିସ୍ତାନ ଅସ୍ବୀକାର କରୁଥିଲେ ମଧ୍ୟ ଏବେ ମାନିବାକୁ ବାଧ୍ୟ ହୋଇଛି । ଆତଙ୍କବାଦୀଙ୍କୁ ପ୍ରଶ୍ରୟ ଦେଉଥିବାରୁ ଟ୍ରମ୍ପ ପ୍ରଶାସନ ଏପରି ପଦକ୍ଷେପ ନେଇଛି । ପୂର୍ବରୁ ଆମେରିକା ସାମରିକ ସହାୟତା ବନ୍ଦ କରିଥିବାବେଳେ ଏବେ ତାଲିମ ବନ୍ଦ କରିବା ପାକିସ୍ତାନକୁ ବେଶ ଧକ୍କା ଦେଇଛି । ଆମେରିକାର ଏହି ପଦକ୍ଷେପ ଦ୍ବାରା ପାକିସ୍ତାନର ମିଲିଟାରୀ ଅଫିସରମାନେ ଏଣିକି ଆଉ ଆମେରିକା ଦ୍ୱାରା ପରିଚାଳିତ ଇଣ୍ଟରନାସନାଲ ମିଲିଟାରୀ ଏଜୁକେସନ ଏଣ୍ଡ ଟ୍ରେନିଂ ପ୍ରୋଗ୍ରାମ (ଆଇଏମଇଟି) ରେ ଟ୍ରେନିଂ ନେଇ ପାରିବେ ନାହିଁ । ୧୯୯୦ ପରଠାରୁ ପାକିସ୍ତାନର ମିଲିଟାରୀ ଅଧିକାରୀମାନେ ଏହି ଟ୍ରେନିଂ ନେଇଆସୁଥିଲେ । ଏ ବର୍ଷ ପାକିସ୍ତାନରୁ ୬୬ ଜଣ ମିଲିଟାରୀ ଅଫିସର ଯାଇଥାନ୍ତେ । କିନ୍ତୁ ଆମେରିକା ତାହାକୁ ବନ୍ଦ କରିଦେଇଛି । ଏହା ଫଳରେ ପାକିସ୍ତାନ ଅପଦସ୍ତ ହୋଇଛି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ନିର୍ବାଚନ ପ୍ରଚାର ସମୟରେ ହିଁ ସ୍ପଷ୍ଟ କରିଦେଇଥିଲେ ଯେ ସେ ଜିତିଲେ ପାକିସ୍ତାନକୁ ଜବତ କରିବେ । ନିଜର ଏହି କଥାକୁ ସେ ଧୀରେ ଧୀରେ କାମରେ କରି ଦେଖାଉଛନ୍ତି ।

ସମ୍ବନ୍ଧିତ ଖବର