ନୂଆଦିଲ୍ଲୀ: କଶ୍ମୀର ପ୍ରସଙ୍ଗରେ ଆଦୌ ମଧ୍ୟସ୍ଥତା କରିବେନି ବୋଲି ଗତ ସପ୍ତାହରେ ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟରେସ୍ ଦୃଢ଼ୋକ୍ତି ପ୍ରକାଶ କରିଥିବା ବେଳେ ପାକିସ୍ତାନ ଜାତିସଂଘରେ ପୁଣି କଶ୍ମୀର ପ୍ରସଙ୍ଗ ଉଠାଇଛି। ପାକିସ୍ତାନ ଓ ଭାରତ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ଦ୍ୱାରା କଶ୍ମୀର ସମସ୍ୟାର ଦୀର୍ଘସ୍ଥାୟୀ ସମାଧାନ ହୋଇପାରିବ ବୋଲି ଗୁଟରେସ୍ ମତ ରଖିଥିଲେ। ମାତ୍ର ସୀମାରେ ଲଗାତାର ଅସ୍ତ୍ରବିରତି ଉଲ୍ଲଂଘନ ଜାରି ରଖିଥିବା ପାକିସ୍ତାନ ଏହାଦ୍ୱାରା ନିଜ କୃତକର୍ମ ଠାରୁ ନଜର ହଟାଇବାକୁ ଉଦ୍ୟମ କରୁଛି ବୋଲି ଚର୍ଚ୍ଚା ହେଉଛି। ଗତ ଗୁରୁବାର ଜାତିସଂଘର ସୁରକ୍ଷା ପରିଷଦ ବୈଠକରେ ମଧ୍ୟପ୍ରାଚ୍ୟ ସମ୍ପର୍କିତ ଆଲୋଚନାରେ ଭାଗ ନେଇ ଜାତିସଂଘରେ ଅବସ୍ଥାପିତ ପାକିସ୍ତାନର ରାଷ୍ଟ୍ରଦୂତ ଲୋଧି ଏପରି କଶ୍ମୀର କଥା ଉଠାଇଛନ୍ତି। ପାଲେଷ୍ଟାନୀୟମାନଙ୍କର ବୈଧ ଆଶା ଓ ଆକାଂକ୍ଷାକୁ ପାକିସ୍ତାନ ସମର୍ଥନ ବୋଲି ଲୋଧି କହିବା ଛଳରେ କଶ୍ମୀର ପ୍ରସଙ୍ଗକୁ ମଧ୍ୟ ଟାଣିଥିଲେ। କଶ୍ମୀର ପରି ଅନ୍ୟ ଦେଶ ଅଧୀନରେ ଥିବା ଅଧିବାସୀଙ୍କ ଆକାଂକ୍ଷା ପାଇଁ ପାକିସ୍ତାନ ସମ୍ବେଦନଶୀଳ ବୋଲି ସେ କହିଥିଲେ। ଜାତିସଂଘ ସୁରକ୍ଷା ପରିଷଦ ପାଲେଷ୍ଟାଇନ୍ ସମେତ କଶ୍ମୀର ସମସ୍ୟାର ମଧ୍ୟ ସମାଧାନ କରିବାକୁ ସେ ଆହ୍ଵାନ କରିଥିଲେ। ତେବେ ପ୍ରତି କଥାରେ ପାକିସ୍ତାନ ଏପରି ଅପ୍ରାସଙ୍ଗିକ ଭାବେ କଶ୍ମୀର ପ୍ରସଙ୍ଗ ଜଡ଼ିତ କରାଇବାକୁ ଜାତିସଂଘ କାନ ନଦେବା ପାକିସ୍ତାନ ପାଇଁ ଚିନ୍ତାର କାରଣ ହୋଇଛି।
ଜାତିସଂଘରେ ପାକିସ୍ତାନ ପୁଣି ଉଠାଇଲା କଶ୍ମୀର ପ୍ରସଙ୍ଗ
/sambad/media/post_attachments/wp-content/uploads/2018/01/pakistan-flag_650x400_71493967261.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)