ଟେରର ଫଣ୍ଡିଂ ମାମଲା: ବ୍ଲାକ୍‌ ଲିଷ୍ଟ ତାଲିକାରୁ ବର୍ତ୍ତିବା ପାଇଁ ଏଫଏଟିଏଫ ସମ୍ମୁଖରେ ପାକିସ୍ତାନ ରଖିଲା ୨୬ ସୂତ୍ରୀ କାର୍ଯ୍ୟକ୍ରମ

ନୂଆଦିଲ୍ଲୀ: ପ୍ୟାରିସ୍‌ ସ୍ଥିତ ଫାଇନାନ୍ସ ଆକ୍ସନ ଟାକ୍ସ ଫୋର୍ସ ପାକିସ୍ତାନକୁ ବ୍ଲାକ ଲିଷ୍ଟେଡ କରିଥିଲା। ଏହାକୁ ହଟାଇବା ପାଇଁ ପାକିସ୍ତାନ ଏଫଏଟିଏଫ ସମ୍ମୁଖରେ ୨୬ ସୁତ୍ରୀ କାର୍ଯ୍ୟକ୍ରମ ଉପସ୍ଥାପନ କରିଛି।। ବିଶେଷ କରି ଆତଙ୍କବାଦୀମାନଙ୍କୁ ଆର୍ଥିକ ସହଯୋଗ ( ଟେରର ଫଣ୍ଡିଂ ) ମାମଲାରେ ଏଫଏଟିଏଫ ପାକିସ୍ତାନକୁ ବ୍ଲାକଲିଷ୍ଟେଡ କରିବା ପରେ ଏବେ ପାକିସ୍ତାନ ଟେରର ଫଣ୍ଡି ରୋକିବା ଦିଗରେ ୨୬ଟି ଆକ୍ସନ ପ୍ଲାନ୍‌ ଏଫଏଟିଏଫ ଆଗରେ ରଖିଛି।ଆଉ ପାକିସ୍ତାନର ଏହି ପ୍ରସ୍ତାବଗୁଡ଼ିକୁ ଏଫଏଟିଏଫ ତର୍ଜମା କରିବା ଗତକାଲି ଠାରୁ ଆରମ୍ଭ କରିଛି। ଯଦି ପାକିସ୍ତାନ ଟେରର ଫଣ୍ଡିଂ ରୋକିବା ପାଇଁ ନେବାକୁ କହିଥିବା ପ୍ରସ୍ତାବ ଗୁଡ଼ିକ ଏଫଏଟିଏଫର ପସନ୍ଦ ହୁଏ ତେବେ ଏଫଏଟିଏଫ ପାକିସ୍ତାନକୁ ଗ୍ରେ ଲିଷ୍ଟରେ ରଖିବ। ଆଉ ଯଦି ପାକିସ୍ତାନର ପ୍ରସ୍ତାବ ଏଫଏଟିଏଫର ପସନ୍ଦ ନ ହୁଏ ତେବେ ପାକିସ୍ତାନ ପୂର୍ବପରି ବ୍ଲାକ ଲିଷ୍ଟେଡ ହୋଇ ରହିବ। ଏଫଏଟିଏଫ ରେ ଆସନ୍ତା ଶୁକ୍ରବାର ଦିନ ଏ ନେଇ ନିଷ୍ପତ୍ତି ନିଆଯିବ ବୋଲି ଜଣାଯାଇଛି।
ଏଫଏଟିଏଫ ଅଶା କରେ ଯେ ପାକିସ୍ତାନ ଅଲ କାଏଦା, ହକିନ ନେଟଓ୍ଵର୍କ, ଜମାତ ଉଦ ଦାଓ୍ଵା, ଜୈଶ ଇ ମହମ୍ମଦ, ଲସ୍କର ଇ ତୋଇବା ଆଦି ଆତଙ୍କବାଦୀ ସଙ୍ଗଠନ ଗୁଡ଼ିକ ଯେପରି କୌଣସି ପ୍ରକାର ଆର୍ଥିକ ସହାୟତା ନ ପାଆନ୍ତି ସେ ଦିଗରେ ଆଞ୍ଚଳିକସ୍ତରରେ ଅନ୍ୟ ସଦସ୍ୟ ରାଷ୍ଟ୍ରଙ୍କ ସହଯୋଗ ରେ କାର୍ଯ୍ୟ କରୁ। ପାକିସ୍ତାନ ଆତଙ୍କବାଦୀ ସଙ୍ଗଠନ ଗୁଡ଼ିକ ଯେପରି କୌଣସି ପ୍ରକାର ଆର୍ଥିକ ଲାଭ ନ ପାଆନ୍ତି, ସେଥିପାଇଁ ଟେରର ଫଣ୍ଡିଂ ରୋକିବା ସହିତ ଆତଙ୍କବାଦୀଙ୍କ ନିଶା କାରବାର ରୋକିବା ଦିଗରେ ମଧ୍ୟ କାର୍ଯ୍ୟ କରିବା ଉଚିତ। ମାତ୍ର ଏ ନେଇ ପାକିସ୍ତାନର ଭୁମିକା ସନ୍ଦେହଜନକ ଥିବାରୁ ଏଫଏଟିଏଫ ପାକିସ୍ତାନକୁ କଳା ତାଲିକାଭୁକ୍ତ କରିଛି। ତେବେ ପାକିସ୍ତାନ ଏବେ ଏଫଏଟିଏଫକୁ ଦେଇଥିବା ୨୬ ସୂତ୍ରୀ କାର୍ଯ୍ୟକ୍ରମ ଅନୁଯାୟୀ, ଟେରର ଫଣ୍ଡିଂ ରୋକିବା ପାଇଁ ପାକିସ୍ତାନ ୨୦୧୯ ଜାନୁଆରି ମାସରୁ ତାର କାର୍ଯ୍ୟ ଆରମ୍ଭ କରିବ ଓ ୨୦୧୯ ସେପ୍ଟେମ୍ବର ମାସ ସୁଦ୍ଧା ତାର ୨୬ ସୂତ୍ରୀ କାର୍ଯ୍ୟକ୍ରମକୁ ଅନ୍ତିମ ରୂପଦେବ। ତେବେ ପାକିସ୍ତାନର ଏହି ୨୬ ସୂତ୍ରୀ କାର୍ଯ୍ୟକ୍ରମ ଏଫଏଟିଏଫ ଦ୍ୱାରା କିପରି ଗ୍ରହଣୀୟ ହେଉଛି ତାହା ଆସନ୍ତା ଶୁକ୍ରବାର ସୁଦ୍ଧା ସ୍ପଷ୍ଟ ହୋଇଯିବ ।

ସମ୍ବନ୍ଧିତ ଖବର