ଇସ୍ଲାମାବାଦ : ପାକିସ୍ତାନୀ ଜେଲରେ ବନ୍ଦୀ ଥିବା ଭାରତୀୟ ନାଗରିକ କୁଳଭୂଷଣ ଯାଦବଙ୍କୁୁ କନସୁଲାର ଆକସେସ ବା ଦୂତାବାସ ସହାୟତା ପ୍ରଦାନ ଲାଗି ଇସ୍ଲାମାବାଦ ସରକାର ରାଜି ହୋଇଛନ୍ତି । ଆସନ୍ତା କାଲି ଏହା ପ୍ରଦାନ ପାଇଁ ପାକିସ୍ତାନ ସରକାର ପ୍ରସ୍ତାବ ଦେଇଛନ୍ତି । ଗତ ମାସରେ ଅନ୍ତର୍ଜାତୀୟ ନ୍ୟାୟାଳୟରେ ପାକିସ୍ତାନକୁ ତାଗିଦ କରାଯିବା ପରେ ପାକିସ୍ତାନ ଏବେ କନସୁଲାର ଆକସେସ ପାଇଁ ରାଜି ହୋଇଛି । ଏବେ ଏଥିଲାଗି ବିଭିନ୍ନ ସରକାରୀ ପ୍ରକ୍ରିୟା ଜାରି ରହିଛି ।

Advertisment

ଏହାକୁ ଭାରତ ପାଇଁ ଏକ ବଡ଼ କୂଟନୈତିକ ସଫଳତା ବୋଲି ମନେକରାଯାଉଛି । ଗତ ଜୁଲାଇ ୧୯ରେ ପାକିସ୍ତାନର ବୈଦେଶିକ ମନ୍ତ୍ରାଳୟ କହିଥିଲା ଯେ କୂଳଭୂଷଣ ଯାଦବକୁ କନସୁଲାର ଆକସେସ ପ୍ରଦାନ ପାଇଁ ପାକିସ୍ତାନ ସରକାର ନିଷ୍ପତ୍ତି ନେଇଛନ୍ତି । ଜେନିଭା କନଭେନସନ ଅଧିନରେ ଆସୁଥିବା କନସୁଲାର ଆକସେସ ସଂପର୍କିତ ଅଧିକାର ସଂପର୍କରେ କୁଳଭୂଷଣଙ୍କୁ ସୂଚନା ଦିଆଯାଇଛି ।

ଗତ ଜୁଲାଇ ୧୭ରେ ଅନ୍ତର୍ଜାତୀୟ ନ୍ୟାୟାଳୟ କୁଳଭୂଷଣଙ୍କ ମୃତ୍ୟୁଦଣ୍ଡାଦେଶ ରଦ୍ଦ କରିବା ସହ ତାଙ୍କୁ କନସୁଲାର ଆକସେସ ପ୍ରଦାନ ପାଇଁ ଇସ୍ଲାମାବାଦକୁ ନିର୍ଦ୍ଦେଶ ଦେଇଥିଲେ ।