ରାଫେଲକୁ ଟକ୍କର ଦେବ ଜେଏଫ-୧୭ ଥଣ୍ଡର ! ଭାରତ ସହ ଲଢ଼ିବାକୁ ପାକିସ୍ତାନର ଶକ୍ତି ବଢ଼ାଉଛି ଚୀନ

ନୂଆଦିଲ୍ଲୀ: ଭାରତ ସହ ଲଢ଼ିବାକୁ ପାକିସ୍ତାନର ଶକ୍ତି ବଢ଼ାଉଛି ଚୀନ। ଶତ୍ରୁ ଦେଶକୁ ଟକ୍କର ଦେବା ପାଇଁ ଭାରତ ରାଫେଲ କିଣିଥିବା ବେଳେ ଏହାକୁ ଟକ୍କର ଦେବା ପାଇଁ ଏବେ ଚୀନ ପାକିସ୍ତାନକୁ ଜେଏଫ-୧୭ ଥଣ୍ଡର ଦେବାକୁ ଯାଉଥିବା ଜଣାପଡ଼ିଛି। ଚଳିତ ମାସ ଶେଷ ସୁଦ୍ଧା ପାକିସ୍ତାନକୁ ଜେଏଫ-୧୭ ଥଣ୍ଡର ମିଳିବ ବୋଲି ଜଣାପଡ଼ିଛି। ପାକିସ୍ତାନ ବାୟୁସେନାର ମୁଖପାତ୍ର ଅନ୍ତର୍ଜାତୀୟ ଗଣମାଧ୍ୟମକୁ କହିଛନ୍ତି ଯେ ଚୀନ୍ ସହିତ ମିଳିତ ଭାବରେ ବିକଶିତ ପରବର୍ତ୍ତୀ ଜେଏଫ-୧୭ ଥଣ୍ଡର ବ୍ଲକ-୩ ମାର୍ଚ୍ଚ ୨୩ରେ ସାମରିକ ପରେଡରେ ଅଂଶଗ୍ରହଣ କରିବ।

ତେବେ ଜେଏଫ-୧୭ ଥଣ୍ଡର ବ୍ଲକ-୩ ରାଫେଲ ଭଳି ଲଢ଼ୁଆ ବିମାନ ସହ ଲଢ଼ିବାକୁ ଯୋଗ୍ୟ ନୁହେଁ। ଜେଏଫ-୧୭ ଥଣ୍ଡର ବ୍ଲକ-୩କୁ ଭାରତର ଲଢ଼ୁଆ ବିମାନ ତେଜସ ସହଜରେ ଟକ୍କର ଦେଇପାରିବ। ହେଲେ ଭାରତ ରାଫେଲ ଚୁକ୍ତି କରିବା ପରେ ପାକିସ୍ତାନ ଚୀନ୍ ସହ ଜେଏଫ-୧୭ ଥଣ୍ଡର ତିଆରି ନେଇ ଚୁକ୍ତି କରିଥିବାରୁ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି।

aajtak

ଜେଏଫ-୧୭ ଥଣ୍ଡର ବ୍ଲକ-୩ ହେଉଛି ଏକ ଅତ୍ୟାଧୁନିକ, ହାଲୁକା, ସବୁ-ପାଣିପାଗକୁ ସୁହାଉଥିବା ଯୁଦ୍ଧ ବିମାନ। ଏହା ଏୟାର-ଟୁ-ଏୟାର ଏବଂ ଏୟାର-ଟୁ-ଗ୍ରାଉଣ୍ଡ ଯୁଦ୍ଧ ପାଇଁ ଡିଜାଇନ୍ କରାଯାଇଛି। ଏହା ମିଳିତ ଭାବେ ପାକିସ୍ତାନ ଏରୋନେଟିକାଲ୍ କମ୍ପ୍ଲେକ୍ସ (ପିଏସି) ଏବଂଚୀନର ଚେଙ୍ଗଡୁ ଏୟାରକ୍ରାପ୍ଟ ଇଣ୍ଡଷ୍ଟ୍ରି କର୍ପୋରେସନ ଦ୍ୱାରା ପ୍ରସ୍ତୁତ କରାଯାଇଛି। ରାଫେଲର ଆକ୍ରମଣ ପରିସୀମା ୩୮୦୦କିଲୋମିଟର ହୋଇଥିବା ବେଳେ ଯୁଦ୍ଧ ରେଞ୍ଜ ହେଉଛି ୧୮୫୦କିମି। ହେଲେ ଜେଏଫ-୧୭ ଥଣ୍ଡର ବ୍ଲକ-୩ର ଆକ୍ରମଣ ପରିସୀମା ୩୫୦୦ରୁ ୩୮୪୦କିମି ହୋଇଥିବା ବେଳେ ଏହାର ରେଞ୍ଜ ୧୫୦୦ରୁ ୧୮୦୦କିଲୋମିଟର ଅଟେ, ଯାହା ରାଫେଲଠାରୁ କମ। ବେସ ଷ୍ଟେସନଠାରୁ ଯେତେ‌ ଦୂର ଯାଏ ବିମାନଟି ସଫଳତାର ସହିତ ଯାଇ ଆକ୍ରମଣ କରି ଫେରିପାରେ, ଏହାକୁ ଆକ୍ରମଣ ପରିସୀମା କୁହାଯାଏ। ରାଫେଲ ପ୍ରତି ସେକେଣ୍ଡରେ ୩୦୪.୮ ମିଟର ବେଗରେ ଆକାଶକୁ ଯାଉଥିବା ବେଳେ ଜେଏଫ-୧୭ ଥଣ୍ଡର ବ୍ଲକ-୩ ପ୍ରତି ସେକେଣ୍ଡରେ ୩୦୦ ମିଟର ଯାଏ।

ସମ୍ବନ୍ଧିତ ଖବର