ଇସଲାମାବାଦ୍ : ଆଫଗାନିସ୍ତାନର ତାଲିବାନ ସରକାରର ଅଧିକାରୀଙ୍କ ଅତ୍ୟାଚାରରେ ଅତିଷ୍ଠ ହୋଇ ପାକିସ୍ତାନ୍ ଇଣ୍ଟରନ୍ୟାସନାଲ୍ ଏୟାରଲାଇନ୍ସ କାବୁଲକୁ ତାର ସମସ୍ତ ଉଡାଣ ବନ୍ଦ କରିଛି। ଯେଉଁ ଦେଶର ପ୍ରଚ୍ଛନ୍ନ ସହଯୋଗରେ ତାଲିବାନ କ୍ଷମତାକୁ ଆସିଛି ସେହି ଦେଶର ଉଡାଣସଂସ୍ଥା ଉପରେ ହୁକୁମବାଜି ଚଳାଇଛନ୍ତି ଏହାର ଅଧିକାରୀ। ଏହି ଘଟଣା ବିଶ୍ବ ପରିସରରେ ଚର୍ଚ୍ଚାର ବିଷୟ ହୋଇଛି।
ପାକିସ୍ତାନ୍ ଇଣ୍ଟରନ୍ୟାସନାଲ୍ ଏୟାରଲାଇନ୍ସ ପକ୍ଷରୁ କୁହାଯାଇଛି କି, ତାଲିବାନ ଅଧିକାରୀଙ୍କ ଅପମାନଜନକ ବ୍ୟବହାର ପ୍ରତିବାଦରେ ପାକିସ୍ତାନ୍ ଇଣ୍ଟରନ୍ୟାସନାଲ୍ ଏୟାରଲାଇନ୍ସ ଏହି ନିଷ୍ପତ୍ତି ନେଇଛି। କାବୁଲକୁ ଯିବାକୁ ଥିବା ଏବଂ କାବୁଲରୁ ଆସିବାକୁ ଥିବା ସମସ୍ତ ବିମାନର ଉଡ଼ାଣ ବନ୍ଦ କରିଛି ପାକିସ୍ତାନ୍ ଇଣ୍ଟରନ୍ୟାସନାଲ୍ ଏୟାରଲାଇନ୍ସ।
ଆଫଗାନିସ୍ତାନର ତାଲିବାନ ଅଧିକାରୀ ଅଣପେସାଦାର ବ୍ୟବହାର ଦେଖାଉଥିବା ପାକିସ୍ତାନ ଅଭିଯୋଗ କରିଛି। ଏଥିସହିତ ସେମାନେ ପାକିସ୍ତାନ୍ ଇଣ୍ଟରନ୍ୟାସନାଲ୍ ଏୟାରଲାଇନ୍ସର କର୍ମଚାରୀଙ୍କୁ ମଧ୍ୟ ମାଡ଼ ମାରିବାକୁ ପଛାଉ ନାହାନ୍ତି। ବିଭିନ୍ନ ଆଇନଗତ ଆଳ ଦେଖାଇ ତାଲିବାନୀ ଅଧିକାରୀ ବିମାନ ଉଡାଣକୁ ବାରମ୍ବାର ବିଳମ୍ବିତ କରୁଛନ୍ତି। ପାପାକିସ୍ତାନ୍ ଇଣ୍ଟରନ୍ୟାସନାଲ୍ ଏୟାରଲାଇନ୍ସର କର୍ମଚାରୀଙ୍କୁ ତାଲିବାନ ଲୋକେ ଧମକ ଦେବା ସହ ଉଡ଼ାଣ ବ୍ୟବସ୍ଥାରେ ହସ୍ତକ୍ଷେପ କରୁଛନ୍ତି ବୋଲି କହିଛନ୍ତି ପାକିସ୍ତାନ୍ ଇଣ୍ଟରନ୍ୟାସନାଲ୍ ଏୟାରଲାଇନ୍ସର ମୁଖପାତ୍ର ଅବ୍ଦୁଲ ହଫିଜ୍ ଖାନ୍।
ସେମାନଙ୍କ ସର୍ତ୍ତ ନ ମାନି କାମ କଲେ ସମସ୍ତ ବିମାନର ଉଡ଼ାଣ ବନ୍ଦ କରିଦେବାକୁ ପୂର୍ବରୁ ତାଲିବାନ ଧମକ ଦେଇଥିଲା ଏଥିସହ ତାଲିବାାନ ସରକାର ଚାହୁଛନ୍ତି କି ପାକିସ୍ତାନ୍ ଇଣ୍ଟରନ୍ୟାସନାଲ୍ ଏୟାରଲାଇନ୍ସ ତାର ଟିକେଟର ଦର ହ୍ରାସ କରୁ। ଆମେରିକା ସମର୍ଥିତ ସରକାର ସମୟରେ ଟିକେଟ୍ ଦର ଯାହାଥିଲା, ଅର୍ଥାତ୍ ଅଗଷ୍ଟ ମାସ ପୂର୍ବରୁ ଯାହା ଥିଲା ତାହା କରିବା ଲାଗି ଦାବି କରୁଛି ତାଲିବାନୀ ପ୍ରଶାସନ। ମାତ୍ର ପାକିସ୍ତାନ୍ ଇଣ୍ଟରନ୍ୟାସନାଲ୍ ଏୟାରଲାଇନ୍ସ ଏହାକୁ ଗ୍ରହଣ କରୁନାହିଁ। ଫଳରେ ଏପରି ଚରମ ନିଷ୍ପତ୍ତି ନେବାକୁ ବାଧ୍ୟ ହୋଇଛି ପାକ ଉଡାଣ ସଂସ୍ଥା। ପରିସ୍ଥିତି ଅନୁକୂଳ ହେଲେ ଯାଇ ବିମାନ ଚଳାଚଳ ହେବ ବୋଲି ସ୍ପଷ୍ଟ କରିଛି ପାକିସ୍ତାନ୍ ଇଣ୍ଟରନ୍ୟାସନାଲ୍ ଏୟାରଲାଇନ୍ସ।
ଅନ୍ୟ ପକ୍ଷରେ ପାକିସ୍ତାନ୍ ଇଣ୍ଟରନ୍ୟାସନାଲ୍ ଏୟାରଲାଇନ୍ସକୁ ଧମକ ଦେଇ ତାଲିବାନ ସରକାର କହିଛି ଯେ ଟିକେଟ୍ ଦର ନ କମାଇଲେ ଆଫଗାନିସ୍ତାନରେ ଉଡାଣ ନିଷିଦ୍ଧ କରିଦିଆଯିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/10/2f8032f0-2625-40ee-b1c9-44cf4f944d0d.jpg)