ପୁଣି ପାକ୍ ଆକାଶରେ ଉଡିବ ଭାରତୀୟ ବିମାନ !

ଭାରତ ପାଇଁ ପାକିସ୍ତାନ ଖୋଲିଲା ଏୟାରସ୍ପେଶ୍

ନୂଆଦିଲ୍ଲୀ: .ଫେବୃୟାରି ମାସଠାରୁ ପାକିସ୍ତାନ ଆକାଶରେ ଭାରତୀୟ ବିମାନ ଉଡାଇବା ପାଇଁ ବ୍ୟାନ୍ ଲାଗିଥିଲା । ବାଲାକୋଟ୍ ବିମାନ ଆକ୍ରମଣ ପରଠାରୁ ଭାରତୀୟ ବିମାନ ଉପରେ ପାକ୍ ବ୍ୟାନ୍ ଲଗାଇଦେଇଥିଲା । ଏହା ପରଠାରୁ ପାକ୍ ଆକାଶରେ ଭାରତୀୟ ବିମାନ ପ୍ରବେଶ କରିବା ନିଷିଦ୍ଧ ହୋଇଯାଇଥିଲା । ତେବେ ବର୍ତ୍ତମାନ ପାକ୍ ଏହି ବ୍ୟାନ୍ କୁ ହଟାଇ ଦେଇଛି ।

ପାକିସ୍ତାନ ମୁ୍ଖ୍ୟ ଏବିଏସନ୍ କରିଡର୍ ମଧ୍ୟ ଭାଗରେ ପଡିଥାଏ , ଯେଉଁଥିରେ ପ୍ରତିଦିନ ଶହ ଶହ ଯାତ୍ରୀ ଏବଂ ମାଲବାହୀ ବିମାନ ଉପରେ ସିଧାସଳଖ ପ୍ରଭାବ ପଡିଥାଏ । ଏଥିରେ ଇନ୍ଧନକୁ ନେଇ ଏୟାରଲାଇନ୍ସକୁ ଅଧିକ ଖର୍ଚ୍ଚାନ୍ତ ହେବାକୁ ପଡୁଥିଲା ଏବଂ ଯାତ୍ରୀମାନେ ମଧ୍ୟ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିଲେ । ଏହାଛଡା ପାକିସ୍ତାନର ମଧ୍ୟ ଏଥିରେ ଖୁବ୍ କ୍ଷତି ହେଉଥିଲା ।

ସୂଚନା ମୁତାବକ ପାକ୍ କୁ ଗୋଟିଏ ଫ୍ଲାଇଟ୍ ପାଇଁ ୫୦୦ ଡଲାର ମିଳୁଥିବା ବେଳେ ଏୟାରସ୍ପେଶ୍ ବନ୍ଦ ହେବା କାରଣରୁ ଟଙ୍କା ମିଳିବା ମଧ୍ୟ ବନ୍ଦ ହୋଇଯାଇଥିଲା । ଗତମାସରେ ଏଭଳି କିଛି ଖବର ମଧ୍ୟ ଶୁଣିବାକୁ ମିଳିଥିଲା ଯେ ବାଲାକୋଟ୍ ଆକ୍ରମଣକୁ ପୁନଃ ଯେଭଳି ନ ଦୋହରାଇବା ପାଇଁ ପାକ୍ ଭାରତ ସାମ୍ନାରେ ସର୍ତ୍ତ ରଖିଥିଲା ଯଦି ଭାରତ ପୁନଶ୍ଚ ଆକ୍ରମଣ କରେ ତେବେ ଏୟାରସ୍ପେଶ୍ କୁ ବନ୍ଦ କରିବା ପାଇଁ ମଧ୍ୟ ଧମକ ଦେଇ ଆସୁଥିଲା । କିନ୍ତୁ ଏବେ ଏଭଳି ପ୍ରତୀତ ହେଉଛି ଯେ କୁଟନୈତିକ ଚାପ ଏବଂ ଆର୍ଥିକ ଅଭାବ ଯୋଗୁଁ ପାକିସ୍ତାନ ସ୍ୱୟଂ ନିଜପଟୁ ଏହି ବ୍ୟାନ୍ କୁ ହଟାଇଛି ।

ସମ୍ବନ୍ଧିତ ଖବର