ନୂଆଦିଲ୍ଲୀ: ଆଫଗାନିସ୍ତାନର ଖୋସ୍ତ ଉପରେ ପାକିସ୍ତାନର ଏୟାରଷ୍ଟ୍ରାଇକ୍। ଆଫଗାନିସ୍ତାନର ସ୍ଥାନୀୟ ଅଧିକାରୀ ପାକିସ୍ତାନ ଏୟାରଷ୍ଟ୍ରାଇକ୍ କରିଥିବା ନେଇ ସ୍ପଷ୍ଟ କରିଥିବା ବେଳେ ଏହି ଏୟାରଷ୍ଟ୍ରାଇକରେ ୩୦ଜଣକ ମୃତ୍ୟୁ ହୋଇଥିବା କହିଛନ୍ତି। ଆଫଗାନିସ୍ତାନର ଖୋସ୍ତରେ ପାକିସ୍ତାନ ସେନା ଆକ୍ରମଣ କରିଥିବା କୁହାଯାଇଛି।
ମିଳିଥିବା ସୂଚନା ମୁତାବକ, ଅତିକମରେ ୨୬ ପାକିସ୍ତାନୀ ବିମାନ ଖୋସ୍ତ ପ୍ରଦେଶରେ ଥିବା ସ୍ପୁରା ଜିଲ୍ଲାର ମିରପର୍, ମାନ୍ଦେହ ଏବଂ କାଇ ଗାଁକୁ ଟାର୍ଗେଟ କରିଥିଲେ। ଏହି ଆକ୍ରମଣରେ ୩୦ଜଣଙ୍କ ମୃତ୍ୟୁ ହୋଇଥିବା ନେଇ କୁହାଯାଇଥିବା ବେଳେ ମୃତ୍ୟୁସଂଖ୍ୟା ବଢ଼ିପାରେ ବୋଲି କୁହାଯାଉଛି। ଉତ୍ତର ୱାଜିରିସ୍ତାନ ଉପରେ ପାକିସ୍ତାନ କରିଥିବା ଏୟାର ଷ୍ଟ୍ରାଇକରେ ଅନେକ ସରକାର ବିରୋଧୀ ଆତଙ୍କବାଦୀ ନିହତ ହୋଇଛନ୍ତି ବୋଲି ପାକିସ୍ତାନୀ ଗଣମାଧ୍ୟମ ରିପୋର୍ଟ କରିଛି। ତେବେ ପାକିସ୍ତାନ ସରକାର ଏବଂ ଆଫଗାନିସ୍ତାନ ବୈଦେଶିକ ମନ୍ତ୍ରାଳୟ ଏପର୍ଯ୍ୟନ୍ତ କୌଣସି ମନ୍ତବ୍ୟ ଦେଇନାହାଁନ୍ତି।
ଅନ୍ୟପକ୍ଷରେ, ଶୁକ୍ରବାର ଦିନ ପ୍ରାୟ ୯ଟା ସମୟରେ ଗୋରବଜ୍ ଜିଲ୍ଲାର ମାଷ୍ଟରବେଲ ଅଞ୍ଚଳରେ ପାକିସ୍ତାନୀ ସୈନ୍ୟମାନେ ତାଲିବାନ ସୈନ୍ୟ ସହ ମୁହାଁମୁହିଁ ହୋଇଥିଲେ ବୋଲି ଜଣାପଡ଼ିଛି। ତେବେ ଏହା ପ୍ରଥମ ନୁହେଁ ପୂର୍ବରୁ ମଧ୍ୟ ତାଲିବାନ ସହ ପାକିସ୍ତାନ ସେନା ମୁହାଁମୁହିଁ ହୋଇଛନ୍ତି। ଗତବର୍ଷ ଡିସେମ୍ବରରେ ଡୁରାଣ୍ଡ ଲାଇନରେ ପାକିସ୍ତାନୀ ସେନା ଏବଂ ଆଫଗାନିସ୍ତାନ ତାଲିବାନ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଆଫଗାନିସ୍ତାନ ଓ ପାକିସ୍ତାନ ସୀମା ବାଜୋର ଅଞ୍ଚଳର ଗଞ୍ଜଗାଲ, ସାର୍କାନୋ ଏବଂ କୁନୋର ଗ୍ରାମରେ ଉଭୟ ପକ୍ଷ ମଧ୍ୟରେ ଆଖିବୁଜା ଗୁଳିମାଡ ହୋଇଥିଲା । ଜଣେ ତାଲିବାନ ସ୍ନାଇପର ସୀମାରେ ନିୟୋଜିତ ଦୁଇ ପାକିସ୍ତାନୀ ସୈନିକଙ୍କୁ ହତ୍ୟା କରିବା ପରେ ଗୁଳି ବିନିମୟ ଆରମ୍ଭ ହୋଇଥିଲା | ପାକିସ୍ତାନୀ ସୈନିକମାନେ ସୀମାରେ ଥିବା ତାଲିବାନର କିଛି ଗ୍ରାମ ଉପରେ ଗୁଳି ଚଳାଇଥିଲେ। ଏହାର ଜବାବରେ ତାଲିବାନ ପକ୍ଷରୁ ମଧ୍ୟ ଆଖିବୁଜା ଗୁଳିଚାଳନା କରାଯାଇଥିଲା |
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/04/ସ-127.jpg)