ନୂଆଦିଲ୍ଳୀ: ଆତଙ୍କବାଦୀଙ୍କୁ ସୁରକ୍ଷା ଦେଉଛି ପାକିସ୍ତାନ। ଭାରତ ଆକ୍ରମଣ ଭୟରେ ମୋଷ୍ଟ ୱାଣ୍ଟେଡ୍ ଆତଙ୍କବାଦୀ ହାଫିଜ ସଇଦକୁ ତ୍ରିସ୍ତରୀୟ ସୁରକ୍ଷା ଯୋଗାଉଛି ପାକିସ୍ତାନ । ପାକସେନା, ଗୁଇନ୍ଦା ସଂସ୍ଥା ଏଏସଆଇ ଓ ଆତଙ୍କୀ ସଙ୍ଗଠନ ଲସ୍କର-ଏ-ତୋଇବା ମିଳିତ ଭାବେ ଆତଙ୍କୀ ହାଫିଜକୁ ସୁରକ୍ଷା ଯୋଗାଇ ଦେଉଥିବା ସୂଚନା ମିଳିଛି । ଲାହୋର ସ୍ଥିତ ଜୋହର ସହରରେ ଥିବା ହାଫିଜ ସଇଦର ଘର ଉପରେ ଡ୍ରୋନ୍ ଓ ସିସିଟିଭି କ୍ୟାମେରା ଜରିଆରେ ନଜର ରଖାଯାଉଛି । କାଳେ ଭାରତ ହାଫିଜ ଘର ଉପରେ ଏୟାର ଷ୍ଟ୍ରାଇକ୍ କରିଦେବ, ସେହି ଡର ଏବେ ପାକିସ୍ତାନକୁ ଘାରିଛି । ଯାହାକୁ ନେଇ ପାକ୍ ସେନା ଆତଙ୍କୀକୁ ସୁରକ୍ଷା ଯୋଗାଇ ଦେଉଛି । ଗତକାଲି ସାଟେଲାଇଟ୍‌ରେ କଏଦ ହୋଇଥିଲା ହାଫିଜ୍ ସଇଦର ଠିକଣା। 

Advertisment

ପାକ୍ ବଢ଼ାଇଲା ଆତଙ୍କୀର ସୁରକ୍ଷା :
ଆତଙ୍କୀ ହାଫିଜ୍ ସଇଦର ସୁରକ୍ଷା ବଢ଼ାଇଲା ପାକିସ୍ତାନ।
ସେନା ସହ ଗୁଇନ୍ଦା ବିଭାଗ ମିଳିତ ଭାବେ ଯୋଗାଉଛନ୍ତି ସୁରକ୍ଷା।
ଡ୍ରୋନ୍ ଓ ସିସିଟିଭି କ୍ୟାମେରାରେ ହାଫିଜ ଘର ଉପରେ ରଖାଯାଉଛି ନଜର।
ହାଫିଜ ଘରର ୪ କିଲୋମିଟର ପର୍ଯ୍ୟନ୍ତ ଲାଗିଛି ସିସିଟିଭି କ୍ୟାମେରା।
ହାଇ ସିକ୍ୟୁରିଟି ସିସିଟିଭି କ୍ୟାମେରା ଖଞ୍ଜିଛି ପାକିସ୍ତାନ ସରକାର।
ଅହରହ ସଇଦ ଘର ଉପରେ ବୁଲୁଛି ଡ୍ରୋନ୍।
ସୁରକ୍ଷା ବ୍ୟବସ୍ଥା ଟିକ୍ ନିକ୍ ଯାଞ୍ଚ କରୁଛି ଡ୍ରୋନ୍ କ୍ୟାମେରା।
ସାଧାରଣ ଲୋକଙ୍କୁ ହାଫିଜ୍ ଘର ପାଖରେ ବୁଲିବାର ଅନୁମତି ନାହିଁ।
ପହଲଗାମ ଆକ୍ରମଣ ପରେ ସଇଦର ସୁରକ୍ଷା ବଢ଼ାଇଛି ପାକିସ୍ତାନ।
ଆକ୍ରମଣରେ ଟିଆରଏଫ ଓ ଲସ୍କରର ହାତ ଥିବା ସ୍ପଷ୍ଟ ହେବା ପରେ ବଢିଛି ସୁରକ୍ଷା।