ତେଲେଙ୍ଗାନା : ପାକିସ୍ତାନ ଏବଂ ଚୀନ୍‌ ପଟୁ ଥିବା ବପଦକୁ ଆମେ ଲଗାତାରେ ଭାବେ ଆକଳନ କରୁଛୁ। ଆମେ ଏଥିପ୍ରତି ଯଥେଷ୍ଟ ସଚେତନ ଅଛୁ। ଚୀନ୍‌ ସହ ବିବାଦ ଲାଗି ରହିଥିଲେ ସୁଦ୍ଧା ଲଦାଖର କିଛି ସ୍ଥାନରୁ ସୈନ୍ୟ ପ୍ରତ୍ୟାହାର କରାଯାଇଛି। ତେବେ ପୂର୍ବ ଲଦାଖ୍‌ରେ ପରିସ୍ଥିତିକୁ ଦେଖି ଏବେ ବି ପର୍ଯ୍ୟାପ୍ତ ସେନା ମୁତୟନ ଅଛନ୍ତି ବୋଲି ବା‌ୟୁସେନା ମୁଖ୍ୟ ଭିଆର୍‌ ଚୌଧାରୀ କହିଛନ୍ତି। ଭାରତୀୟ ବାୟୁସେନା ଲଗାତାର ଭାବେ ସୈନ୍ୟ ମୁତୟନ ଜାରି ରଖିବ। ଯେ କୌଣସି ପ୍ରକାର ଚ୍ୟାଲେଂଜ ନେବାପାଇଁ ଆମେ ପ୍ରସ୍ତୁତ ଅଛୁ ବୋଲି ବାୟୁସେନା ମୁଖ୍ୟ କହିଛନ୍ତି। ଗତ ନଭେମ୍ବରରେ ଭାରତ ଏବଂ ଚୀନ୍‌ ମଧ୍ୟରେ ୨୩ତମ ବୈଠକ ହୋଇଥିଲା। ଉଭୟ ପକ୍ଷ ମଧ୍ୟରେ ପୂର୍ବ ଲଦାଖ ସ୍ଥିତି ସଂକ୍ରାନ୍ତରେ ଆଲୋଚନା ହୋଇଥିଲା। ହାଇଦ୍ରାବାଦର ଦୁନ୍ଦିଗାଲ୍‌ ସ୍ଥିତ ଏୟାର ଫୋର୍ସ ଏକାଡେମିରେ ହୋଇଥିବା କମ୍ବାଇନ୍‌ଡ ଗ୍ରାଜୁଏସନ୍‌ ପରେଡ୍‌ରେ ଉଦ୍‌ବୋଧନ ଦେଇ ବାୟୁସେନା ମୁଖ୍ୟ ଭିଆର ଚୌଧାରୀ ଏହା କହିଛନ୍ତି। ସେ କହିଛନ୍ତି, ବାୟୁସେନା ଅଧିକ ଯୁବ ଏବଂ ଦକ୍ଷ ଅଫିସର୍‌ଙ୍କୁ ଆବଶ୍ୟକ କରୁଛି। ଦେଶ ଯେ କୌଣସି ଚ୍ୟାଲେଂଜକୁ ସମ୍ମୁଖୀନ ହେବାପାଇଁ ଏବେ ସାମର୍ଥ୍ୟ ରଖୁଛି ବୋଲି ସେ କହିଛନ୍ତି।

Advertisment

ରାଫେଲ ହସ୍ତାନ୍ତର ପ୍ରକ୍ରିୟା ୩ ଫେବ୍ରୁଆରିରେ ସରିବ‌
ନୂଆଦିଲ୍ଲୀ: ଭାରତର ବାୟୁସେନା ମୁଖ୍ୟ ବିବେକ ରାମ ଚୌଧାରୀ ଆଜି ରାଫେଲ ଯୁଦ୍ଧ ବିମାନ ପାଇଁ ନୌସେନାର ଶକ୍ତିରେ ଯଥେଷ୍ଟ ବୃଦ୍ଧି ହୋଇଥିବାରୁ ଫ୍ରାନ୍ସ କର୍ତ୍ତୃପକ୍ଷଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଫ୍ରାନ୍ସ ନିଧାର୍ଯ୍ୟ ସମୟ ମଧ୍ୟରେ ଭାରତକୁ ରାଫେଲ ଯୁଦ୍ଧ ବିମାନ ହସ୍ତାନ୍ତର କରିଥିବାରୁ ଚୌଧାରୀ ଏଥିପାଇଁ ଫ୍ରାନ୍ସକୁ କୃତଜ୍ଞାତ ଜଣାଇଛନ୍ତି। ଚୌଧାରୀ କହିଛନ୍ତି, ୩୬ ରାଫେଲ ଯୁଦ୍ଧ ବିମାନ ପାଇଁ ଚୁକ୍ତି ହୋଇଥିଲା। ୩୨ଟି ଯୁଦ୍ଧ ବିମାନ ଏ ଯାବତ ଭାରତକୁ ଆସିସାରିଛି। ବାକି ୪ ଯୁଦ୍ଧ ବିମାନରୁ ୩ଟି ଫେବ୍ରୁଆରିରେ ଆସିବ ଏବଂ ଏହି ହସ୍ତାନ୍ତର ପ୍ରକ୍ରିୟା ଶେଷ ହେବ । ସମସ୍ତ ଟ୍ରାଏଲ୍‌ ଶେଷ ହେବାପରେ ହିଁ ଶେଷ ପର୍ଯ୍ୟାୟ ଯୁଦ୍ଧ ବିମାନ ଆସି ପହଞ୍ଚିବ ବୋଲି ଚୌଧରୀ କହିଛନ୍ତି।