ଶ୍ରୀନଗର : ଜମ୍ମୁ କଶ୍ମୀରର ପୁଞ୍ଚ୍ ଏବଂ ରାଜୌରି ଜିଲ୍ଲାରେ ଆଜି ପାକ୍ ସେନା ଅସ୍ତ୍ରବିରତି ଉଲ୍ଲଂଘନ କରି ଘମାଘୋଟ ଗୁଳିବର୍ଷା କରିଛି। ପୁଞ୍ଚ୍ ଜିଲ୍ଲାର ନିୟନ୍ତ୍ରଣ ରେଖା ନିକଟରେ ଆଗୁଆ ପୋଷ୍ଟ୍ ଗୁଡ଼ିକୁ ଲକ୍ଷ୍ୟ କରି ପାକ୍ ସେନା ସ୍ୱୟଂଚାଳିତ ବନ୍ଧୁକରୁ ଗୁଳି ଫୁଟାଇଛି ଏବଂ ମୋର୍ଟା ମାଡ଼ କରିଛି। ଭାରତୀୟ ସେନାବାହିନୀ ମଧ୍ୟ ଏହାର ଉଚିତ୍ ଜବାବ୍ ଦେଇଛି ବୋଲି ଜଣେ ପ୍ରତିରକ୍ଷା ପ୍ରବକ୍ତା କହିଛନ୍ତି। ଏଯାବତ୍ ଗୁଳିବର୍ଷା ଜାରି ରହିଛି। ପାକ୍ ସେନା ଅଧିକ ଦୂରଭେଦି ଗୁଳିବର୍ଷା କରିଥିବାରୁ ଜନବସତି ଅଞ୍ଚଳରେ ଏହାର ପ୍ରଭାବ ଦେଖିବାକୁ ମିଳିଛି। ପାକ୍ ଗୁଳିରେ ଜଣେ ମହିଳା ଆହତ ହୋଇଛନ୍ତି। ଆହତ ମହିଳା ଜଣକ ଧରାତି ଗ୍ରାମର ଶାମିମ୍ ଅଖତାର। ତେବେ ପ୍ରଥମେ ମେଣ୍ଢର ସେକ୍ଟରର ବାଲାକୋଟ୍ ଅଞ୍ଚଳରୁ ଗୁଳିବର୍ଷା ଆରମ୍ଭ କରିଥିବା ପାକ୍ ସେନା ପରେ ପୁଞ୍ଚ୍ ଏବଂ ରାଜୌରି ଜିଲ୍ଲାର ଶାହପୁର ଏବଂ ମଞ୍ଜକୋଟ୍ ଅଞ୍ଜଳରେ ମଧ୍ୟ ଗୁଳିଗୋଳା ବର୍ଷା କରିଥିଲା। ପାକ୍ ସେନା ଦୂରଭେଦି ଗୁଳି ବ୍ୟବହାର କରୁଥିବାରୁ ଭାରତ ପାର୍ଶ୍ୱରେ ଥିବା ଗୃହଗୁଡ଼ିକରେ ଲୋକମାନେ ପଦାକୁ ବାହାରିବାକୁ ଭୟ କରୁଛନ୍ତି। ଦୁଇ ମାସରୁ ଊର୍ଦ୍ଧ୍ୱ ସମୟ ଧରି ପାକିସ୍ତାନ ନିୟନ୍ତ୍ରଣ ରେଖା ଏବଂ ଆନ୍ତର୍ଜାତୀୟ ସୀମା ନିକଟରେ ଅସ୍ତ୍ରବିରତି ଉଲ୍ଲଂଘନ ଜାରି ରଖିଛି। ସେପ୍ଟେମ୍ବର ୨୪ ତାରିଖରେ ପାକ୍ ସେନା ପୁଞ୍ଚ୍ ଜିଲ୍ଲାର ବାଲାକୋଟ୍ ସେକ୍ଟରର ଏଲଓସି ନିକଟରେ ଆଗୁଆ ପୋଷ୍ଟ୍ ଉପରକୁ ଗୁଳିବର୍ଷା କରିବା ଦ୍ୱାରା ଦୁଇ ସେନା ଯବାନ ଆହତ ହୋଇଥିଲେ। ସେପ୍ଟେମ୍ବର ୨୪ ତାରିଖରେ ମଧ୍ୟ ପାକିସ୍ତାନ ସେନାଦଳ ଜମ୍ମୁ, ସାମ୍ବା, ଏବଂ ପୁଞ୍ଚ୍ ଜିଲ୍ଲାରଲ ଏଲଓସି ନିକଟରେ ଆର୍ନିଆ, ଆରଏସପୁରା, ରାମଗଡ ଏବଂ ପୁଞ୍ଚ୍ ସେକ୍ଟରକୁ ଟାର୍ଗେଟ କରି ଗୁଳିବର୍ଷା କରିବାଦ୍ୱାରା ୭ଜଣ ଆହତ ହୋଇଥିଲେ। ସୀମା ଆରପଟୁ ଗୁଳିବର୍ଷା ଜାରି ରହିବାରୁ ଆର୍ନିଆ ଏବଂ ଆରଏସ ପୁରା ସେକ୍ଟରର ପାଖାପାଖି ୨୦,୦୦୦ରୁ ଊର୍ଦ୍ଧ୍ୱ ଲୋକ ସେମାନଙ୍କ ବାସସ୍ଥାନ ଛାଡ଼ି ସୁରକ୍ଷିତ ସ୍ଥାନକୁ ଚାଲିଯାଇଥିଲେ।
ପୁଞ୍ଚ୍ରେ ସେନା ଘାଟି ଉପରେ ପାକ୍ ସେନାର ଗୁଳିବର୍ଷା
ଜଣେ ସୀମାନ୍ତ ଗ୍ରାମବାସୀ ଆହତ
/sambad/media/post_attachments/wp-content/uploads/2017/09/army-attack-pakistan-border1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)