ଶ୍ରୀନଗର: ସୀମାରେ ସୁଧୁରୁନି ପାକିସ୍ତାନ । କଣ୍ଟା ବାଡରେ ଲୁଗା ପକାଇ କଳି କଲା ପରି ଲଗାତାର ୫ ଦିନରେ ବି ନିଜ ପଟୁ ଗୁଳିମାଡ କରିଛି ପାକିସ୍ତାନ ଆଉ ଏଲଓସିରେ ଅସ୍ତ୍ରବିରତି ଉଲ୍ଲଂଘନ କରିଛି । ପୁଣି ଅଶାନ୍ତ ହୋଇଛି ଭାରତ-ପାକିସ୍ତାନ ସୀମା । ପାକିସ୍ତାନ ସେନା ଏଲଓସିର ବିଭିନ୍ନ ସ୍ଥାନରେ ଗୁଳିମାଡ କରିଛନ୍ତି । କୁପୱାଡ଼ା, ବାରମୂଳା ଏବଂ ଅଖନୁର ସେକ୍ଟରରେ ଗୁଳିମାଡ ହୋଇଥିବା ସୂଚନା ।
ତେବେ ପାକିସ୍ତାନ ସେନାର ଗୁଳିମାଡର କଡା ଯବାବ ଦେଉଛନ୍ତି ଭାରତୀୟ ଯବାନ । ଲଗାତାର ୫ମ ଦିନରେ ପାକିସ୍ତାନ ଅସ୍ତ୍ରବିରତି ଉଲ୍ଲଂଘନ କରିଥିବା ବେଳେ ସୀମାରେ ହାଇଆଲର୍ଟ ଜାରି କରାଯାଇଛି । ଗତକାଲି ମଧ୍ୟ କୁପୱାଡା ଏବଂ ପୁଞ୍ଚ ସେକ୍ଟର ପୋଷ୍ଟ ଉପରେ ଗୁଳିମାଡ କରିଥିଲା ପାକିସ୍ତାନ ।
During the night of 28-29 April 2025, the Pakistan Army resorted to unprovoked small arms firing across the Line of Control in areas opposite Kupwara and Baramulla districts, as well as the Akhnoor sector. The Indian Army responded in a measured and effective manner to the… pic.twitter.com/sziHqfHVWQ
— ANI (@ANI) April 29, 2025
ପହଲଗାମ୍ ପ୍ରତିଶୋଧ ନେବାକୁ ଭାରତ ପାକିସ୍ତାନ ଉପରେ ବିଭିନ୍ନ ସ୍ତରରେ କାର୍ଯ୍ଯାନୁଷ୍ଠାନ ନେଉଥିବା ବେଳେ ଘରେ ପଶି ଆତଙ୍କୀଙ୍କୁ ମାରିବାକୁ ମୋଦୀ ଧମକ ଦେଇଛନ୍ତି । ଯାହା ପରେ ଛାନିଆ ହୋଇ ଯୁଦ୍ଧ ଆଶଙ୍କାରେ ଗୁଳିମାଡ କରୁଛି ପାକିସ୍ତାନ ।
ସେପଟେ ପାକିସ୍ତାନକୁ ଭାରତର ଭୟ ଘାରିଥିବା ବେଳେ ପରମାଣୁ ଯୁଦ୍ଧର ଧମକ ଦେବାକୁ ପଛାଇନାହାନ୍ତି ପାକିସ୍ତାନ ମନ୍ତ୍ରୀ । ଯୁଦ୍ଧରେ ଭାରତକୁ ହରାଇବା ସମ୍ଭବ ନୁହେଁ, ଏକଥା ପାକିସ୍ତାନ ଭଲ ଭାବେ ଜାଣିଛି । ହେଲେ ମୁହଁ ଟାଣ କରି ଓଲଟା ପରମାଣୁ ଆକ୍ରମଣର କଥା କହି ଡରାଇବାକୁ ଚେଷ୍ଟା କରୁଛି । ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖ୍ବାଜା ଆସିଫ୍ କହିଛନ୍ତି ଯେକୌଣସି ସମୟରେ ଆକ୍ରମଣ କରିପାରେ ଭାରତ । ଏଥିପାଇଁ ଆମ ସୈନ୍ୟଙ୍କୁ ମୁତୟନ କରିସାରିଛୁ । ପାକିସ୍ତାନକୁ ବିପଦ ଆସିଲେ ପରମାଣୁ ଆକ୍ରମଣ ହେବ ।