ଜୈସ୍ ଶିବିର ଉପରେ ଭାରତୀୟ ବାୟୁସେନା ଆକ୍ରମଣର ପ୍ରମାଣ ନଷ୍ଟରେ ଲାଗି ପଡ଼ିଛି ପାକିସ୍ତାନ

ଇସଲାମାବାଦ : ମଙ୍ଗଳବାର ଦିନ ଭାରତର ସର୍ଜିକାଲ୍ ଷ୍ଟ୍ରାଇକକୁ କଡା ସମାଲୋଚନା କରିବା ପରେ ଏବେ ନରମି ଯାଇଛି  ପାକିସ୍ତାନର ସ୍ୱର ।  ଯୁଦ୍ଧ ଦ୍ୱାରା କାହାର କିଛି ଲାଭ ହେବନି ବୋଲି କହିଛନ୍ତି ପାକିସ୍ତାନ ସେନାର ମୁଖ ମେଜର ଜେନେରାଲ ଆସିଫ ଗଫୁର । ଜିଓ ଟିଭିରେ ପାକ ସେନା ଅଧିକାରୀ ‘ଯୁଦ୍ଧ ଦ୍ୱାରା  କାହାରି ବିଜୟ ହେବନି’ ବୋଲି ମତ ଦେଇଥିବା

ପାକିସ୍ତାନ ସୀମାରେ ପଶି, ଆତଙ୍କବାଦୀଙ୍କ ଆଡ୍ଡାକୁ ଧ୍ୱଂସ କରଥିଲା ଭାରତୀୟ ବାୟୁସେନା । ଆଉ ଏହାକୁ ନେଇ ଅଡୁଆରେ ପଡିଯାଇଛି ପାକିସ୍ତାନ। ବାଲକୋଟ ହମଲାକୁ ପାକିସ୍ତାନ ସେନା ସ୍ୱୀକାର କରିଥିଲା ସତ, ହେଲେ ଏଥିରେ କୌଣସି କ୍ଷୟକ୍ଷତି ହୋଇ ନ ଥିବା ଦାବି କରିଥିଲା ପାକିସ୍ତାନ।

ଅନ୍ୟପଟେ ବାୟୁସେନା ହମଲା କରିଥିବା ୩ଟି ସ୍ଥାନରେ ସେନା ମୁତୟନ କରାଯାଇ ଆକ୍ରମଣର ପ୍ରମାଣ ନଷ୍ଟ କରୁଥିବା ସୂଚନା ମିଳିଛି । ଯାହାକୁ ପରେ ଅନ୍ତର୍ଜାତୀୟ ମିଡିଆକୁ  ଡାକି ଘଟଣାସ୍ଥଳ ବୁଲାଇ ଭାରତ ହମଲା କରି ନ ଥିବା କହିପାରିବ ଇସଲାମାବାଦ । ପାକିସ୍ତାନ ସେନାର ମେଜର ଜେନେରାଲ ଆସିଫ ଗଫୁର ସାମ୍ବାଦିକ ସମ୍ମିଳନୀ କରି ଭାରତର ଆକ୍ରମଣକୁ ସ୍ୱୀକାର କରିଥିଲେ ହେଲେ ଆତଙ୍କବାଦୀ ଆଡ୍ଡା ଉପରେ ହମଲା ଘଟଣାକୁ ସେ ସଂପୂର୍ଣ୍ଣ ଅସ୍ୱୀକାର କରିଥିଲେ ଗଫୁର । ଆଉ ଆଗାମୀ ଦିନରେ ଭାରତକୁ ପାକିସ୍ତାନ କଡା ଜବାବ ଦେବ ବୋଲି ଗତକାଲି ସାମ୍ବାଦିକ ସମ୍ମିଳନୀରେ କହିଥିଲେ ଆସିଫ ଗଫୁର ।

ସମ୍ବନ୍ଧିତ ଖବର