ପାକ୍‌ ସେନାର ଅସ୍ତ୍ରବିରତି ଉଲ୍ଲଂଘନ

ଜଣେ ଯବାନ ସହିଦ, ୨ ପାକ୍‌ ସୈନିକ ନିହତ

ଶ୍ରୀନଗର : ଜମ୍ମୁ କଶ୍ମୀର ରାଜୌରି ଜିଲ୍ଳା ସ୍ଥିତ ସୁନ୍ଦରବନୀ ସେକ୍ଟରରେ ପାକ୍‌ ସେନା ଅସ୍ତ୍ରବିରତି ଉଲ୍ଳଂଘନ କରି ପ୍ରବଳ ଗୁଳିଗୋଳା ମାଡ଼ କରିବାରୁ ଜଣେ ଯବାନ ସହିଦ ହୋଇ ଯାଇଛନ୍ତି। ତେବେ ଭାରତୀୟ ସେନା ଦ୍ବାରା ହୋଇଥିବା ପାଲଟା‌ ଆକ୍ରମଣରେ ମଧ୍ୟ ଦୁଇଜଣ ପାକିସ୍ତାନୀ ସୈନିକ ନିହତ ହୋଇଥିବା ଜଣାପଡ଼ିଛି। ପାକ୍‌ ଗୁଳିମାଡ଼‌ରେ ସହିଦ ହୋଇଥିବା ଯବାନଙ୍କ ନାମ ନାୟକ କ୍ରୀଷ୍ଣା‌ ଲାଲ୍‌। ୩୪ ବର୍ଷୀୟ କ୍ରୀଷ୍ଣ ଲାଲ୍‌ଙ୍କ ଘର ଅଖନୁର୍‌ର ଘଗ୍ରିୟା ଗ୍ରାମରେ। ଉଲ୍ଲେଖଯୋଗ୍ୟ ଲଗାତାର ୩ ଦିନ ଧରି ପାକିସ୍ତାନ ଅସ୍ତ୍ରବିରତି ଉଲ୍ଳଂଘନ କରି ପ୍ରବଳ ଗୁଳିଗୋଳା ମାଡ଼ କରୁଛି। ଗତକାଲି ଅପରାହ୍ନରେ ମଧ୍ୟ ପାକିସ୍ତାନ ପୁଞ୍ଚ୍‌ର ଶାହପୁର ସେକ୍ଟରରେ ଅସ୍ତ୍ରବିରତି ଉଲ୍ଳଂଘନ କରିଥିଲା। ଏହାର ଦିନକ ପୂର୍ବରୁ ମଧ୍ୟ ପୁଞ୍ଚ୍‌ରେ ପାକ୍‌ ସେନାର ଗୁଳିମାଡ଼ରେ ଏକ ୧୦ ଦିନର ଶିଶୁ ଆଖି ବୁଜିଥିଲା। ପାକ୍‌ ସେନା ମଧ୍ୟ ଦକ୍ଷିଣ କଶ୍ମୀରର ତନ୍‌ଘର ଅଞ୍ଚଳରେ ଆଗୁଆ ପୋଷ୍ଟ୍‌ ଏବଂ ଗ୍ରାମଗୁଡ଼ିକୁ ଟାର୍ଗେଟ୍‌ କରି ପ୍ରବଳ ଗୁଳିଗୋଳା ମାଡ଼ ଜାରି ରଖିଛି।

ସମ୍ବନ୍ଧିତ ଖବର