ନୂଆଦିଲ୍ଲୀ: ପହଲଗାମରେ ଏପ୍ରିଲ ୨୨ରେ ଘଟିଥିବା ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଥିବା ତିକ୍ତ ସମ୍ପର୍କରେ ଆହୁରି ତିକ୍ତତା ଭରିଯାଇଛି। ଉତ୍ତେଜନା ବଢ଼ିବା ସହ ଭାରତ ପାକିସ୍ତାନ ବିରୋଧରେ ଅନେକ କଠୋର ପଦକ୍ଷେପ ନେଇଛି। ଏହି ସମୟରେ, ପାକିସ୍ତାନ ସେନା ମୁଖପାତ୍ର ଲେଫ୍ଟନାଣ୍ଟ ଜେନେରାଲ ଅହମ୍ମଦ ସରିଫ ଚୌଧରୀ ଭାରତକୁ ଚେତାବନୀ ଦେଇଛନ୍ତି।
ପାକିସ୍ତାନର ସେନା ମୁଖପାତ୍ର ଲେଫ୍ଟନାଣ୍ଟ ଜେନେରାଲ ଅହମ୍ମଦ ସରିଫ ଚୌଧୁରୀ ବୁଧବାର ଭାରତକୁ ଚେତାବନୀ ଦେଇଛନ୍ତି ଯେ, "ଯଦି ଭାରତ ଆକ୍ରମଣ କରେ, ତେବେ ଏହାର କଡ଼ା ଏବଂ ସୁଚିନ୍ତିତ ଜବାବ ଦିଆଯିବ। ଆକ୍ରମଣର ସ୍ଥାନ ଭାରତ ସ୍ଥିର କରିବ, କିନ୍ତୁ ଏହା କେଉଁଠାରେ ଶେଷ ହେବ ତାହା ଆମେ ସ୍ଥିର କରିବୁ।" ଇସଲାମାବାଦରେ ଉପପ୍ରଧାନମନ୍ତ୍ରୀ ଏବଂ ବୈଦେଶିକ ମନ୍ତ୍ରୀ ଇସାକ ଡାରଙ୍କ ସହ ଏକ ମିଳିତ ସାମ୍ବାଦିକ ସମ୍ମିଳନୀରେ ଅହମଦ ସରିଫ ଚୌଧୁରୀ ଏହି ବିବୃତି ଦେଇଛନ୍ତି।
ଇଣ୍ଟର-ସର୍ଭିସେସ୍ ପବ୍ଲିକ୍ ରିଲେସନ୍ସ (ଆଇଏସପିଆର)ର ମୁଖ୍ୟ ଲେଫ୍ଟନାଣ୍ଟ ଜେନେରାଲ ଚୌଧୁରୀ କହିଛନ୍ତି ଯେ, ପାକିସ୍ତାନର ସେନା, ନୌସେନା ଏବଂ ବାୟୁସେନା ସ୍ଥଳ, ବାୟୁ ଏବଂ ସମୁଦ୍ରରେ ଜବାବ ଦେବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ। ପାକିସ୍ତାନ ପୂର୍ବ ଏବଂ ପଶ୍ଚିମ ସୀମା ଉଭୟ ଦିଗରେ କଡ଼ା ନଜର ରଖିଛି। ପାକିସ୍ତାନର ସାର୍ବଭୌମତ୍ୱ ଏବଂ ସୁରକ୍ଷାକୁ ରକ୍ଷା କରିବା ପାଇଁ ଆମେ ଯେକୌଣସି ସ୍ତରକୁ ଯାଇପାରିବୁ। ସମସ୍ତ ପ୍ରତିଶୋଧମୂଳକ ପଦକ୍ଷେପ ପ୍ରସ୍ତୁତ। ଆମର ସେନା ସମ୍ପୂର୍ଣ୍ଣ ସତର୍କ ଏବଂ ସଜାଗ ଅଛନ୍ତି।"
ସେ ଆହୁରି କହିଛନ୍ତି, "ଆକ୍ରମଣ ହୋଇଥିବା ସ୍ଥାନଟି ନିୟନ୍ତ୍ରଣ ରେଖା (ଏଲଓସି)ଠାରୁ ପ୍ରାୟ ୨୩୦କିଲୋମିଟର ଦୂରରେ। ଏତେ କଷ୍ଟକର ରାସ୍ତା ଦେଇ ଜଣେ କିପରି ୧୦ମିନିଟରେ ସେଠାରେ ପହଞ୍ଚିପାରିବ? ଏହା କିଛି ନୂଆ କଥା ନୁହେଁ। ଭାରତ ପ୍ରଥମେ ପାକିସ୍ତାନକୁ ଦୋଷ ଦିଏ, ତା'ପରେ ଏକ ରାଜନୈତିକ କାହାଣୀ ସୃଷ୍ଟି କରେ ଏବଂ ନିର୍ବାଚନ ଜିତିବା ପାଇଁ ଏହାକୁ ବ୍ୟବହାର କରେ।"
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/03/18/2025-03-18t050210493z-t.jpg)
/sambad/media/media_files/2025/05/01/YorwiAugffaeswfMY1wq.jpg)