ନୂଆଦିଲ୍ଲୀ: ଲଦାଖ ସୀମାରେ ଚୀନ୍ ପୁଣି ଦାଦାଗିରି ଦେଖାଇବା ଆରମ୍ଭ କରିଛି। ଗତମାସରେ ଲଦାଖର ଭିନ୍ନ ଭିନ୍ନ ସେକ୍ଟରରେ ଚୀନ୍ ୧୪ ଦିନରେ ୧୪ ଥର ଅତିକ୍ରମଣ କରିଥିବା ଜଣାପଡ଼ିଛି। ରିପୋର୍ଟ ମୁତାବକ ଚୀନ୍ ସେନା ଲଦାଖର ଟ୍ରିଗ୍ ହାଇଟ୍ ଏବଂ ଟେକ୍୍ ଜଂକ୍୍ସନରେ ୭ ଅଗଷ୍ଟ ଏବଂ ୧୬ ଅଗଷ୍ଟରେ ୬ କିମି ପର୍ଯ୍ୟନ୍ତ ଭାରତ ଭିତରକୁ ପଶି ଆସିଥିଲା। ଆଇଟିବିପି ଯବାନଙ୍କ ବିରୋଧ ପରେ ଚୀନ୍ ସେନା ପଛକୁ ହଟିଥିଲେ। ଏହି ଘଟଣା ସକାଳ ୮ଟା ୩୦ ମିନିଟ୍ ସମୟରେ ହୋଇଥିଲା। ଏହା ସହିତ ଡେପ୍ସାଂଗ ପ୍ଲେସ୍ରେ ମଧ୍ୟ ଚୀନ୍ ସୈନିକ ଗତମାସରେ ୬ ଥର ଅତିକ୍ରମଣ କରିଥିବା ରିପୋର୍ଟ ମିଳିଛି। ଡେପ୍୍ସାଂଗରେ ଚୀନ୍ ସେନା ୧୮ କିମି ଭିତରକୁ ପଶି ଆସିଥିବା ଆଇଟିବିପି ସୂତ୍ରରୁ ଜଣାପଡ଼ିଛି। ତେବେ ତତ୍୍କ୍ଷଣାତ କାର୍ଯ୍ୟାନୁଷ୍ଠାନ ଯୋଗୁଁ ଚୀନ୍ ସେନା ଫେରି ଯାଇଥିଲେ। ଗତବର୍ଷ ଅଗଷ୍ଟ ମାସରେ ମଧ୍ୟ ଚୀନ୍ ସେନା ଏହି ଅଂଚଳରେ ଅତିକ୍ରମଣ କରିବା ସହ ଭାରତୀୟ ଯବାନଙ୍କ ଉପରେ ପଥର ମାଡ଼ କରିଥିଲେ। ଏହାର କଡ଼ା ଜବାବ ଦିଆଯିବାରୁ ଚୀନ୍ ସେନା ଛତ୍ରଭଂଗ ଦେଇ ପଳାଇ ଯାଇଥିଲେ। ଏହି ଅଂଚଳ ଭାରତ ପାଇଁ ସାମରିକ ଦୃଷ୍ଟିରୁ ଅତି ଗୁରୁତ୍ୱପୂର୍ଣ୍ଣ ହୋଇଥିବାରୁ ଚୀନ୍ ଏହାକୁ ତୁହାକୁ ତୁହା ଟାର୍ଗେଟ୍ କରିବାକୁ ପ୍ରୟାସ କରୁଛି। ଉତ୍ତର ଲଦାଖର ଡେପସାଂଗ ପ୍ଲେନ୍୍ରେ ଗତବର୍ଷ ୨୮ ଜୁଲାଇ ଏବଂ ୩୧ ଜୁଲାଇରେ ଚୀନ୍ ସେନା ୧୮ କିମି ପର୍ଯ୍ୟନ୍ତ ଭାରତୀୟ ଅଂଚଳ ଭିତରକୁ ଧସେଇ ପସିଥିଲେ। ତେବେ ଭାରତ ଏହା ବିରୋଧରେ ବଡ଼ ଧରଣର କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିବା ପରେ ଚୀନ୍ ସେନା ନିଜ ଅଂଚଳକୁ ଫେରିଥିଲେ। ଭାରତକୁ ଚାପରେ ରଖିବା ପାଇଁ ଚୀନ୍ ପିପୁଲ୍ସ ଲିବେରେସନ୍ ଆର୍ମି (ପିଏଲ୍୍ଏ)ର ଏହା ଏକ ଚାଲ୍ ହୋଇଥିବା ବେଳେ ଚୀନ୍ର ପ୍ରତ୍ୟେକଟି ପଦକ୍ଷେପକୁ ଭାରତ ବିଫଳ କରିଛି। ତେବେ ଅନୁପ୍ରବେଶକୁ ନେଇ ଅଯଥା ଉତ୍ତେଜନା ଯୋଗୁଁ ସୀମାରେ ଅଶାନ୍ତି ବଢ଼ିବାରେ ଲାଗିଛି।
ଲଦାଖ୍ ସୀମାରେ ଚୀନ୍ର ଅତିକ୍ରମଣ ୧୪ ଦିନରେ ୧୪ ଥର
/sambad/media/post_attachments/wp-content/uploads/2018/09/chinese-1523851026.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)