ଶ୍ରୀନଗର/ ନୂଆଦିଲ୍ଲୀ: ଆତଙ୍କବାଦୀ ସଂଗଠନ ଜୈସ୍-ଇ ମହମ୍ମଦ ପକ୍ଷରୁ ପୁଲଓ୍ଵାମା ଠାରେ କରା ଯାଇଥିବା ଆତ୍ମଘାତୀ ବିସ୍ଫୋରଣରେ ୪୦ ଜଣ ସିଆରପିଏଫ୍ ଯବାନ ଶହୀଦ ହେବା ଘଟଣାରେ ଭାରତ ଯେପରି ଉଗ୍ର ଓ ପ୍ରତିଶୋଧ ପରାୟଣ ହୋଇ ଉଠିଛି ତାକୁ ଦେଖି ପାକିସ୍ତାନ ସଂପୂର୍ଣ୍ଣ ରୂପେ ଛାନିଆ ହୋଇ ଯାଇଛି। ଅନ୍ୟପକ୍ଷରେ ଏହି ଘଟଣା ପରେ ଦେଶର ସମସ୍ତ ରାଜନୈତିକ ଦଳ ଏକଜୁଟ ହେବା ସହ ଏ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯାହା ବି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ତାକୁ ପୂର୍ଣ୍ଣ ସମର୍ଥନ ଦେବେ ବୋଲି ଖୋଲାଖୋଲି ଘୋଷଣା କରିବା ପରେ ପାକିସ୍ତାନର ଚିନ୍ତା ଆହୁରି ବଢ଼ି ଯାଇଛି।
ଅନ୍ୟ ପକ୍ଷରେ ଯବାନଙ୍କ ଶହୀଦ ହେବା ଘଟଣାକୁ ବ୍ୟର୍ଥ ହେବାକୁ ଦିଆଯିବ ନାହିଁ ବୋଲି କହିବା ସହ ପ୍ରଧାନମନ୍ତ୍ରୀ ମୋଦି, ଏ ଘଟଣାର କିପରି ଓ କେବେ ପ୍ରତିଶୋଧ ନିଆଯିବ ତାହାର ନିଷ୍ପତ୍ତି ସେନା ହାତରେ ଛାଡ଼ି ଦେଇଛନ୍ତି। ପୁଣି ଏ ପ୍ରସଙ୍ଗରେ ବିଶ୍ୱର ଅନ୍ୟ ସମସ୍ତ ରାଷ୍ଟ୍ର ଭାରତକୁ ପୂର୍ଣ୍ଣ ସମର୍ଥନ ଦେବା ସହ ଆମେରିକା ଆତଙ୍କବାଦର ଦମନ ପାଇଁ ଭାରତକୁ ସମସ୍ତ ପ୍ରକାରର ସହାୟତା ଯୋଗାଇ ଦେବ ବୋଲି ମଧ୍ୟ ପୂର୍ବରୁ ଘୋଷଣା କରି ସାରିଛି।
/sambad/media/post_attachments/wp-content/uploads/2019/02/Pak-1-300x169.jpg)
ଏପରିସ୍ଥିତିରେ ଭାରତ ଯେ କୌଣସି ବି ମୁହୂର୍ତ୍ତରେ ପାକିସ୍ତାନ ବିରୋଧରେ ସାମରିକ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିପାରେ ବୋଲି ଆଶଙ୍କା କରୁଛି ପାକିସ୍ତାନ। ସେଥିପାଇଁ ପାକିସ୍ତାନ ପ୍ରତିଷେଧମୂଳକ ବ୍ୟବସ୍ଥା ସ୍ୱରୂପ ସୀମାନ୍ତର ନିୟନ୍ତ୍ରଣ ରେଖା (ଏଲ୍ଓସି) ନିକଟରେ ନିଜର ସେନାକୁ ନେଇ ଠୁଳ କରିବା ସହ ସେମାନଙ୍କୁ ‘ହାଇ ଅପରେସନାଲ ଆଲର୍ଟ’ ମଧ୍ୟରେ ରହିବାକୁ ନିର୍ଦ୍ଦେଶ ଦେଇଥିବା ସମ୍ବାଦ ସରବରାହ ସଂସ୍ଥା ଏଏନ୍ଆଇ ସୂତ୍ରରୁ ଜାଣିବା ପାଇଁ ମିଳିିଛି।
/sambad/media/post_attachments/wp-content/uploads/2019/02/Pak1-1-300x225.jpg)
ସେହିପରି ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ନେତୃତ୍ୱରେ ବରିଷ୍ଠ ପଦାଧିକାରୀମାନଙ୍କୁ ନେଇ ଗଠିତ ଏକ ଉଚ୍ଚ କ୍ଷମତା ସଂପନ୍ନ କମିଟି ଜମ୍ମୁ- କଶ୍ମୀର ବିଶେଷ କରି ସୀମାନ୍ତର ନିୟନ୍ତ୍ରଣ ରେଖା (ଏଲ୍ଓସି) ନିକଟରେ ଘଟୁଥିବା ପ୍ରତ୍ୟେକଟି ଘଟଣା ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/02/Pak2.jpg)