ନୂଆଦିଲ୍ଲୀ: ପହଲଗାମ ଆତଙ୍କୀ ହମଲା ପରେ ସାରା ଦେଶରେ ତୀବ୍ର ଅସନ୍ତୋଷ ଜାରି ରହିଥିବା ବେଳେ ଆତଙ୍କବାଦୀ ଏବଂ ପାକିସ୍ତାନ ଉପରେ ରକ୍ତ ଚାଉଳ ଚୋବାଉଛନ୍ତି ଦେଶବାସୀ । ଯବାନମାନେ ଆତଙ୍କୀଙ୍କୁ ମାରି ବଦଲା ନେବାକୁ ପ୍ରସ୍ତୁତ ଅଛନ୍ତି । ନିର୍ଦ୍ଦେଶ ମିଳିଲେ ହିଁ ଶତ୍ରୁଙ୍କ ଛାତି ଚିରି ଦେବାକୁ ପ୍ରସ୍ତୁତ ସୁରକ୍ଷାକର୍ମୀ । ଆଉ ଏତିକି ବେଳେ ଗୁଳି ବିନିମୟ କରି ଉସୁକାଇଛି ପାକିସ୍ତାନ ।
ସାରାରାତି ଏଲଓସିରେ ପାକିସ୍ତାନ ଗୁଳିମାଡ କରିଥିବା ସୂଚନା ରହିଛି । ଭାରତ - ପାକିସ୍ତାନ ସୀମାରେ ଆରମ୍ଭ ହୋଇଯାଇଛି ଗୁଳିବିନିମୟ । ରାତି ସାରା ଫାୟାରିଂ ଚାଲିଥିବା ବେଳେ ପ୍ରଥମେ ଅସ୍ତ୍ରବିରତି ଉଲ୍ଲଙ୍ଘନ କରିଛି ପାକିସ୍ତାନ ସେନା । ପହଲଗାମ ଆକ୍ରମଣକୁ ନେଇ ପାକିସ୍ତାନ ବିରୋଧରେ କଡା ଆକ୍ସନ ପରେ ଛାନିଆ ହୋଇ ପଡିଛି ପଡୋଶୀ । ତେଣୁ ଭୟରେ ସାରା ରାତି ପାକ୍ ସେନା ପକ୍ଷରୁ ଗୁଳିବିନିମୟ କରାଯାଇଛି । ଯାହାର କଡ଼ା ଜବାବ ଦେଇଛନ୍ତି ଭାରତୀୟ ଯବାନ ।
ତେବେ ଛୋଟ ଅସ୍ତ୍ର ସାହାଯ୍ୟରେ ପାକ୍ ସେନା ପକ୍ଷରୁ ଫାୟାରିଂ କରାଯାଇଥିଲା । ଯାହାର କଡ଼ା ଜବାବ ଦେଇଛନ୍ତି ଭାରତୀୟ ଯବାନ। ଏଥିରେ କେହି ମୃତାହତ ହୋଇ ନଥିବା ସୂଚନା ମିଳିଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/18/2025-07-18t125305434z-495579873_4103788763196742_5280183960216432299_n-2025-07-18-18-23-05.jpg)
/sambad/media/media_files/2025/04/25/Vt62OtFNZKqgDy2T8GxU.jpg)