ଜମ୍ମୁ କଶ୍ମୀରର ଆତଙ୍କବାଦୀଙ୍କସହିତ ସଂପର୍କ ସ୍ଥାପନଲାଗି ଏଫ ଏମ୍ ଟ୍ରାନ୍ସମିସନ ବ୍ୟବହାର କରୁଛି ପାକିସ୍ତାନୀ ସେନା!

ନୂଆଦିଲ୍ଲୀ: ଭାରତୀୟ ଗୁଇନ୍ଦା ସଂସ୍ଥା କେତେକ କୋଡ ଶବ୍ଦର ଖୁଲାସା କରିଛି, ଯାହାକୁ ବ୍ୟବହାର କରି ପାକିସ୍ତାନୀ ସେନା ଓ ସେଠାକାର ଆତଙ୍କବାଦୀ ଗୋଷ୍ଠୀ ଜମ୍ମୁ କଶ୍ମୀରର ଆତଙ୍କବାଦୀଙ୍କ ସହିତ ସଂପର୍କ ସ୍ଥାପନ କରୁଥିଲା । କଶ୍ମୀରରେ ହିଂସା ବଢାଇବା ପାଇଁ ଆତଙ୍କବାଦୀମାନେ ଏଫ ଏମ୍ ଟ୍ରାନ୍ସମିସନ ବ୍ୟବହାର କରୁଥିବା ଗୁଇନ୍ଦା ସଂସ୍ଥାକୁ ସୂଚନା ମିଳିଛି ।

ଗୁଇନ୍ଦା ସଂସ୍ଥାଠାରୁ ଜାତୀୟ ଗଣମାଧ୍ୟମ ସୂଚନା ପାଇଛି ଯେ, ଭିଏଚଏଫ ରେଡିଓ ଷ୍ଟେସନ ଦ୍ୱାରା ଜାତୀୟ ସଂଗୀତ ମାଧ୍ୟମରେ ଭାରତରେ ଏଲଓସି ନିକଟରୁ ସଙ୍କେତ ପ୍ରେରଣ କରାଯାଉଥିଲା । ଏହାକୁ ଆତଙ୍କବାଦୀ ସଂଗଠନ ଲସ୍କର-ଏ-ତଏବା, ଜୈଶ-ଏ-ମହମ୍ମଦ ଓ ଅଲ ବଦ୍ର ଗୋଷ୍ଠୀ ବ୍ୟବହାର କରୁଥିଲେ ।

ମିଳିଥିବା ସୂଚନା ଅନୁସାରେ ଏହି କୋଡ ଶବ୍ଦ ପାକିସ୍ତାନ ଅଧିକୃତ କଶ୍ମୀର (ପିଓକେ)ରେ ନିୟନ୍ତ୍ରଣ ରେଖା ନିକଟରେ ଲଗାଯାଇଥିବା ଏଫଏମ ଟ୍ରାନ୍ସମିସନ ମାଧ୍ୟମରେ ପଠାଯାଇଥାଏ, ଯେଉଁଥିରେ ଜୈଶ-ଏ-ମହମ୍ମଦ ପାଇଁ (୬୬/୮୮), ଲସ୍କର-ଏ-ତଇବା ପାଇଁ (ଏ୩) ଓ ଅଲ ବଦ୍ର ପାଇଁ (ଡି୯) କୋର୍ଡ ରଖାଯାଇଛି । ପାକିସ୍ତାନର ଜାତୀୟ ସଂଗୀତ ‘କୌମି ତରାନା’ ମାଧ୍ୟମରେ ଏହି କୋଡ ଦିଆଯାଇଥିବା ବି ଜଣାଯାଇଛି ।

photo-oneindia

ସୂଚନାଯୋଗ୍ୟ ଯେ ଗତ ଅଗଷ୍ଟ ୫ ତାରିଖରେ ଜମ୍ମୁ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରାଯିବାର ଏକ ସପ୍ତାହ ପରେ ଏହି କୋଡ ପ୍ରସ୍ତୁତ କରାଯାଇଥିଲା । ଏହା ପରେ କଶ୍ମୀରରେ ଲ୍ୟାଣ୍ଡଲାଇନ, ମୋବାଇଲ ଫୋନ ଓ ଇଣ୍ଟରନେଟ ସେବା ବନ୍ଦ କରି ଦିଆଯାଇଥିଲା ।

ସମ୍ବନ୍ଧିତ ଖବର