ବାୟୁସେନା ଏଫ୍‌-୧୬ ଲଢୁଆ ବିମାନକୁ ଖସାଇ ଥିବା ପ୍ରମାଣ ଦେଖି ଭୟଭୀତ ହୋଇଯାଇଛି ପାକିସ୍ତାନ, ଦେଉଛି ଏଭଳି ଧମକ

ନୂଆଦିଲ୍ଲୀ: ଆମ ନୀରବତାକୁ ଭାରତ ଅଣଦେଖା କରିବା ଉଚିତ  ନୁହେଁ ବୋଲି କହି ମଙ୍ଗଳବାର ଚେତାବନୀ ଦେଇଛି ପାକିସ୍ତାନ। ଫେବ୍ରୁଆରି ୨୭ରେ ନୌସେରା ସେକ୍ଟରରେ ପାକିସ୍ତାନର ଏଫ୍‌-୧୬ ଲଢୁଆ ବିମାନ ଖସାଇଥିବା ନେଇ ପ୍ରମାଣ ଭାରତୀୟ ବାୟୁସେନା ପକ୍ଷରୁ ଗତ ସୋମବାର ଏକ ସାମ୍ବାଦିକ ସମ୍ମିଳନୀରେ ସ୍ପଷ୍ଟ କରାଯାଇଥିଲା। ଏହାର କିଛି ସମୟ ଭିତରେ ପାକ୍‌ ସେନା ତରଫରୁ ଭାରତକୁ ଧମକ ମିଳିଛି। ତେବେ ପାକିସ୍ତାନର ଏଭଳି କାର୍ଯ୍ୟକଳାପ ଦେଖି ଭାରତୀୟ ବାୟୁସେନାର ପ୍ରମାଣ ଦେଖି ପାକିସ୍ତାନ ଭୟଭୀତ ହୋଇ ଯାଇଥିବା କଥା କୁହାଯାଉଛି। ପାକିସ୍ତାନ୍‌ ସେନା ପକ୍ଷରୁ ବାୟୁସେନାର ସାମ୍ବାଦିକ ସମ୍ମିଳନୀ ପରେ ଏହି ଅଧିକାରୀକ ବୟାନ୍‌ ଟୁଇଟରରେ ଜାରି କରାଯାଇଛି।

ଏଏନ୍‌ଆଇ

ପାକିସ୍ତାନ ସେନାର ଅଧିକାରୀକ ପ୍ରବକ୍ତା ମେଜର ଜେନେରାଲ ଆସିଫ୍‌ ଗଫୁରଙ୍କ କହିବାନୁସାରେ, ଆଇଏଏଫ୍‌ ପାଖରେ ପର୍ଯ୍ୟାପ୍ତ ପ୍ରାମଣ ନାହିଁ। ମେଜର ଜେନେରାଲ ଆସିଫ ଗଫୁର ଏହା ମାନିବାକୁ ପ୍ରସ୍ତୁତ ନୁହନ୍ତି କି ଆଇଏଏଫ୍‌ ଏରିୟଲ ଫାଇଟ୍‌ରେ ଏଫ୍‌-୧୬କୁ ଖସାଇଛି ବୋଲି। ସେ ନିଜ ବୟାନରେ  କହିଛନ୍ତି, ପାକିସ୍ତାନ ଚୁପ୍‌ ରହିବାକୁ ଭାରତ ଅଣଦେଖା କରିବା ଠିକ୍‌ ହେବ ନାହିଁ। ସତ୍ୟ ଏହା ହେଉଛି .ଯେ ପାକିସ୍ତାନ ବାୟୁସେନା ଆଇଏଏଫ୍‌ର ଦୁଇଟି ବିମାନକୁ  ମାରି ଖସାଇ ଦେଇଥିଲା ଯାହାର ଭଗ୍ନାଂଶ ତଳେ ପଡ଼ିଥିବା ଦେଖିବାକୁ ମିଳିଥିଲା।

Dawn

ଗତ ସୋମବାର ବାୟୁସେନା ଭାଇସ ଏୟାର ମାର୍ଶଲ ଆର ଜି କେ କପୁର କହିଛନ୍ତି ଯେ ଭାରତୀୟ ବାୟୁସେନା ପାକିସ୍ତାନର ଏଫ୍‌-୧୬ ବିମାନ ଧ୍ୱଂସ କରିଥିବାର ରାଡ଼ାର୍‌ ଚିତ୍ର ବ୍ୟତୀତ ରେଡ଼ିଓ ଟ୍ରାନ୍‌ସସ୍କ୍ରିପ୍ଟ ରହିଛି। ଧ୍ୱଂସ ହୋଇଥିବା ଏଫ୍‌-୧୬ ବିମାନ ଏବଂ ଧ୍ୱଂସ କ୍ଷେପଣାସ୍ତ୍ରର ଇଲେକ୍ଟ୍ରୋନିକ୍‌ ସିଗ୍ନେଚର୍‌ ମଧ୍ୟ ରହିଛି । ଏଥିରେ କୌଣସି ସନ୍ଦେହ ନାହିଁ ବୋଲି କପୁର ସ୍ପଷ୍ଟ କରିବା ସହ ସୁରକ୍ଷା ଦୃଷ୍ଟିରୁ ଏହି ପ୍ରମାଣ ବିଷୟରେ ଅଧିକ ତଥ୍ୟ ଦେବାକୁ ମନା କରିଦେଇଛନ୍ତି।

News18.com

ତେବେ ଏଫ-୧୬ ବିମାନଟି ପାକିସ୍ତାନ ଅଧିକୃତ ଅଞ୍ଚଳରେ ଖସି ପଡ଼ିଥିଲା। ଆମେରିକୀୟ ପତ୍ରିକା ପାକିସ୍ତାନର ଏଫ୍‌-୧୬ ବିମାନ ଧ୍ୱଂସ ହୋଇ ନଥିବା ଖବର ପ୍ରକାଶ କରିବା ପରେ ପାକିସ୍ତାନ ଭାରତ ଠାରୁ ଏନେଇ ଜବାବ ଆହ୍ଵାନ କରିଥିଲା । ଏହାର ଜବାବରେ ଗତକାଲି ଭାରତୀୟ ବାୟୁସେନା ପକ୍ଷରୁ ସାମ୍ବାଦିକ ସମ୍ମିଳନୀ କରାଯାଇ ପାକିସ୍ତାନର ଏଫ୍‌-୧୬ ବିମାନ ଧ୍ୱଂସ କରାଯାଇଥିବାର ପ୍ରମାଣ ରଖାଯାଇଥିଲା।

ସମ୍ବନ୍ଧିତ ଖବର