କରାଚି: ପାକିସ୍ତାନ ୨୭ଟି ଅନ୍ତର୍ଜାତୀୟ ସ୍ୱେଚ୍ଛାସେବୀ ସଂଗଠନ(ଏନ୍ଜିଓ)ଙ୍କୁ ୯୦ ଦିନ ଭିତରେ ଦେଶ ଛାଡ଼ିବା ପାଇଁ କହିଥିବା ଶୁକ୍ରବାର ଜାଣିବାକୁ ମିଳିଛି। ଆଭ୍ୟନ୍ତରୀଣ ବ୍ୟାପାର ମନ୍ତ୍ରୀ ତଲାଲ ଚୌଧୁରୀ କହିଛନ୍ତି, ‘ସଂଗଠନଗୁଡ଼ିକ ଆଇନ ମୁତାବକ କାର୍ଯ୍ୟ କରୁନାହାନ୍ତି। ସେମାନେ ସେମାନଙ୍କର ସମସ୍ତ ଟଙ୍କା ପ୍ରଶାସନକୁ ଦେଇ ଦେଶ ଛାଡ଼ି ଚାଲିଯାଆନ୍ତୁ।’
ପାକିସ୍ତାନରୁ ବିତାଡ଼ିତ ହୋଇଥିବା ଅନ୍ତର୍ଜାତୀୟ ସ୍ୱେଚ୍ଛାସେବୀ ସଂଗଠନ(ଏନ୍ଜିଓ)ଗୁଡ଼ିକ ମଧ୍ୟରେ ଅଛନ୍ତି ଆକ୍ସନ ଏଡ୍, ଓ୍ଵାର୍ଲଡ ଭିଜନ, ପ୍ଲାନ୍ ଇଣ୍ଟର୍ନ୍ୟାସ୍ନାଲ୍, ଟ୍ରେକେୟାର୍, ପାଥ୍ ଫାଉଣ୍ଡର୍ ଇଣ୍ଟରନ୍ୟାସ୍ନାଲ, ଦ୍ୟାନିସ୍ ରିଫିଉଜି କାଉନ୍ସିଲ୍, ଜର୍ଜ ସୋରସ୍, ଓପନ୍ ସୋସାଇଟି ଫାଉଣ୍ଡେସନ୍, ଅକ୍ସଫାମ୍ ନୋଭିବ୍ ଏବଂ ମ୍ୟାରି ଷ୍ଟପ୍ସ।
ପାକିସ୍ତାନରେ ଥିବା ୬୩ ଅର୍ନ୍ତଜାତୀୟ ଏନ୍ଜିଓକୁ ପ୍ରତିବନ୍ଧିତ କରୁଥିବା ପାକିସ୍ତାନ ମାନବବାଦୀ ଫୋରମ୍ ପକ୍ଷରୁ କୁହାଯାଇଛି ଯେ ଆଭ୍ୟନ୍ତରୀଣ ବ୍ୟାପାର ମନ୍ତ୍ରାଳୟ ବିନା କୌଣସି କାରଣ ଦର୍ଶାଇ ୧୧ ଜଣ ସଦସ୍ୟଙ୍କୁ ଅସ୍ୱୀକୃତି ପତ୍ର ଜାରି କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2017/12/77200-lvvxcougou-1513946233.jpg)